ଡିଡିସିଏରେ ଅରୁଣ ଜେଟଲୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ ଆପ୍ ନେତା ଆଶୁତୋଷ

ନୂଆଦିଲ୍ଲୀ: ଆପ୍ ନେତା ଆଶୁତୋଷ ଗୁପ୍ତା ବୁଧବାର ଏକ ସାମ୍ୱାଦିକ ସମ୍ମିଳନୀରେ ଡିଡିସିଏରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଡିଡିସିଏ ଦୁର୍ନୀତି ଘଟଣାର ତଦନ୍ତକୁ ଜେଟଲୀ ସ୍ୱାଗତ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଜେଟଲୀଙ୍କ ପାଖରେ ଡିଡିସିଏର ସବୁ କାମର ସୂଚନା ଥିଲା। ତାଙ୍କ ବିନା ଅନୁମତିରେ କୌଣିସି କାମ କାର୍ଯ୍ୟକାରୀ ହେଉ ନ ଥିଲା। ସେ ୨୦୧୧ ଅକ୍ଟୋବର ୨୭ର ଏକ ଚିଠି […]

ashutosh

Rakesh Mallick
  • Published: Wednesday, 30 December 2015
  • , Updated: 30 December 2015, 09:30 AM IST

ନୂଆଦିଲ୍ଲୀ: ଆପ୍ ନେତା ଆଶୁତୋଷ ଗୁପ୍ତା ବୁଧବାର ଏକ ସାମ୍ୱାଦିକ ସମ୍ମିଳନୀରେ ଡିଡିସିଏରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଡିଡିସିଏ ଦୁର୍ନୀତି ଘଟଣାର ତଦନ୍ତକୁ ଜେଟଲୀ ସ୍ୱାଗତ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ, ଜେଟଲୀଙ୍କ ପାଖରେ ଡିଡିସିଏର ସବୁ କାମର ସୂଚନା ଥିଲା। ତାଙ୍କ ବିନା ଅନୁମତିରେ କୌଣିସି କାମ କାର୍ଯ୍ୟକାରୀ ହେଉ ନ ଥିଲା। ସେ ୨୦୧୧ ଅକ୍ଟୋବର ୨୭ର ଏକ ଚିଠି ଦେଖାଇ ଜେଟଲୀ ଫ୍ରଣ୍ଡର ଏକ ମାମଲାକୁ ବନ୍ଦ କରିବାକୁ କହିଥିଲେ। ଆନ୍ନା ହଜାରେ ଆନ୍ଦୋଳନ କରିବା ସମୟରେ ଏହି ଚିଠି ଲେଖା ଯାଇଥିଲା।

୫ ମେ’ ୨୦୧୨ରେ ସେ ଆଉ ଏକ ଚିଠି ଲେଖିଥିଲେ। ଡିଡିସିଏରେ କୌଣସି ଭୁଲ କାମ ହେଉନାହିଁ, ତେଣୁ ଏହାର ତଦନ୍ତକୁ ବନ୍ଦ କରିବାକୁ ପୋଲିସ କମିଶନରଙ୍କୁ ଚିଠିରେ ଉଲ୍ଲେଖ କରାଯାଇଥିଲା।

ସେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଜେଟଲୀ କହି ଆସୁଛନ୍ତି ଡିଡିସିଏରେ ତାଙ୍କ ନିତିଦିନିଆ କାମର କୌଣସି ସମ୍ପର୍କ ନାହିଁ। ଏହି ଚିଠିରୁ ଜଣାପଡୁଛି ଜେଟଲୀ ତାଙ୍କ ପଦକୁ ଦୁରୁପଯୋଗ କରିଛନ୍ତି ଓ ଏବେ ତଦନ୍ତରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

Related story