ଦିଲ୍ଲୀ: ଆପର ଗାନ୍ଧିଗିରି, ଯୁଗ୍ମ-ଅଯୁଗ୍ମ ନିୟମ ଭାଙ୍ଗିଲେ ଦେବେ ଗୋଲାପ ଫୁଲ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବାକୁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର। ଏଥିପାଇଁ ଜାନୁଆରୀ ୧ ତାରିଖରୁ ଲଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ। ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ସରକାର ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବେ। ତେବେ ଏହି ସମୟ ମଧ୍ୟରେ ଯିଏ ଏହି ନିୟମ ଭାଙ୍ଗିବ, ତାଙ୍କୁ ଦିଆଯିବ ଗୋଲାପ ଫୁଲ। ସରକାରଙ୍କ ଦ୍ୱାରା ନିଯୁକ୍ତ ଭଲ୍ୟୁଣ୍ଟରମାନେ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ଦେବେ ଗୋଲାପ ଫୁଲ। ଲୋକଙ୍କୁ […]

delhi

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 06:05 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ମାତ୍ରାକୁ ହ୍ରାସ କରିବାକୁ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରିଛନ୍ତି ଦିଲ୍ଲୀ ସରକାର। ଏଥିପାଇଁ ଜାନୁଆରୀ ୧ ତାରିଖରୁ ଲଗୁ ହେବ ଯୁଗ୍ମ-ଅଯୁଗ୍ମ ନିୟମ। ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ସରକାର ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରିବେ। ତେବେ ଏହି ସମୟ ମଧ୍ୟରେ ଯିଏ ଏହି ନିୟମ ଭାଙ୍ଗିବ, ତାଙ୍କୁ ଦିଆଯିବ ଗୋଲାପ ଫୁଲ। ସରକାରଙ୍କ ଦ୍ୱାରା ନିଯୁକ୍ତ ଭଲ୍ୟୁଣ୍ଟରମାନେ ନିୟମ ଭାଙ୍ଗୁଥିବା ବ୍ୟକ୍ତିଙ୍କୁ ଦେବେ ଗୋଲାପ ଫୁଲ। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟ ଆପ୍ ସରକାର ନିୟମଭଙ୍ଗକାରୀଙ୍କୁ ଏମିତି ଦଣ୍ଡ ଦେବାକୁ ଚିନ୍ତା କରିଛନ୍ତି। ମଙ୍ଗଳବାର ଦିଲ୍ଲୀର ପରିବହନ ମନ୍ତ୍ରୀ ଗୋପାଲ ରାୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ନୂଆ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ କରାଯିବା ପୂର୍ବରୁ ଡିସେମ୍ବର ୩୧ରେ ଏନେଇ ସହରର ମୁଖ୍ୟ ମୁକ୍ୟ ସ୍ଥାନଗୁଡ଼ିକରେ ରିହର୍ସଲ କରାଯିବ।

ସିଏନଜି ଗାଡ଼ିଗୁଡ଼ିକ ପାଇଁ ଷ୍ଟିକର ବି ମିଳିବା ଆରମ୍ଭ ହୋଇଗଲାଣି ଦିଲ୍ଲୀରେ। କାରଣ ସିଏନଜି ଗାଡିଗୁଡ଼ିକୁ ନୂଆ ନିୟମରୁ ବାଦ୍ ଦିଆଯାଇଛି। ତେବେ ସିଏନଜି ଗାଡ଼ିଗୁଡ଼ିକୁ ଷ୍ଟିକର ଲଗାଇବାକୁ ହେବ। ସେହିପରି ପ୍ରାଥମିକ ପର୍ଯ୍ୟାୟରେ ଦୁଇ ଚକିଆ ଗାଡ଼ିଗୁଡ଼ିକୁ ଏହି ନିୟମରୁ ବାଦ୍ ଦିଆଯାଇଛି। ସେହିପରି ଆମ୍ବୁଲାନ୍ସ, ଦମକଳ ଗାଡ଼ି, ପୋଲିସ୍, ଅର୍ଦ୍ଧସାମରିକ ବାହିନୀର ଗାଡ଼ି, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ବିଚାରପତି, ଲୋକସଭା ବାଚସ୍ପତି, ରାଜ୍ୟସଭାର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଂସଦର ଉଭୟ ଗୃହର ବିରୋଧୀ ଦଳ ନେତା ଓ ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ଗାଡ଼ିକୁ ବାଦ୍ ଦିଆଯାଇଛି। ରବିବାର ଦିନ କୌଣସି ଗାଡ଼ି ପାଇଁ ନୂଆ ନିୟମ ଲାଗୁ ହେବ ନାହିଁ। ତେବେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ସକାଳ ୮ରୁ ରାତି ୮ଟା ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଯୁଗ୍ମ-ଅଯୁଗ୍ମ ନିୟମ ଲାଗୁ ହେବ।

Related story