ଆମେରିକା ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଭାରତୀୟ ବଂଶୋଦ୍ଭବ
ଓ୍ୱାଶିଂଟନ: ଆସନ୍ତାବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ରାଷ୍ଟ୍ରପତି ପଦବୀ ପାଇଁ ପ୍ରମୁଖ ଦାବିଦାର ଥିବା କାଲିଫୋର୍ଣ୍ଣିଆର ଡେମୋକ୍ରାଟିକ ସାଂସଦ କମଲା ହାରିଶ ଏବେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ୫୫ ବର୍ଷୀୟ ଏହି ଭାରତୀୟ ବଂଶୋଦ୍ଭବ ଆଜି ଏହା ଘୋଷଣା କରିଛନ୍ତି। ବିଭିନ୍ନ ସର୍ଭେ ସଂସ୍ଥା ଦ୍ୱାରା ହୋଇଥିବା ସର୍ବେକ୍ଷଣରେ ନିଜର ଲୋକପ୍ରିୟତା କମୁଥିବା ଦେଖିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ହାରିଶ।
To my supporters, it is with deep regret—but also with deep gratitude—that I am suspending my campaign today.
But I want to be clear with you: I will keep fighting every day for what this campaign has been about. Justice for the People. All the people.https://t.co/92Hk7DHHbR
— Kamala Harris (@KamalaHarris) December 3, 2019
ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଚଳିତ ବର୍ଷ ଜାନୁଆରୀ ମାସରେ ଘୋଷଣା କରିଥିଲେ। ନିଜ ନିର୍ବାଚନ ମଣ୍ଡଳୀ କାଲିଫର୍ଣ୍ଣିଆର ଅକଲାଣ୍ଡରେ ସେ ନିଜ ସମର୍ଥକଙ୍କ ଗହଣରେ ଏହି ଘୋଷଣା କରିଥିଲେ। ଏହାପରେ ଆମେରିକାର ଏହି ଶୀର୍ଷ ପଦବୀ ପାଇଁ ସେ ପ୍ରମୁଖ ଦାବିଦାର ବୋଲି ଆକଳନ କରାଯାଉଥିଲା। ଏମିତିକି ନିର୍ବାଚନୀ ଖର୍ଚ୍ଚ ପାଇଁ ସେ ନିଜ ସମର୍ଥକ ଏବଂ ଶୁଭେଚ୍ଛୁଙ୍କ ଦ୍ୱାରା ୨.୩ କୋଟି ଡଲାର ସଂଗ୍ରହ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।