ଦେଶ ସୁରକ୍ଷା ପାଇଁ ଆବଶ୍ୟକ ପଡିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ: କିମ୍‌ ଜୋଙ୍ଗ ଉନ୍‌

ୟୌଙ୍ଗୟାଙ୍ଗ: ବାରମ୍ବାର ଧମକ ଓ ପ୍ରତିବନ୍ଧକ ଉତ୍ତର କୋରିଆ ଉପରେ କିଛି ପ୍ରଭାବ ପକାଉ ନାହିଁ।  ଗୁରୁବାର ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ବିଶ୍ୱବ୍ୟାପୀ ସମାଲୋଚନାର ଶିକାର ହୋଇଥିବା ଏହି ରାଷ୍ଟ୍ର ପକ୍ଷରୁ ଆବଶ୍ୟକ ପଡିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ଆଜି ଧମକ ଦିଆଯାଇଛି। ଉତ୍ତର କୋରିଆର ଏକଛତ୍ରବାଦ ଶାସକ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ କହିଛନ୍ତି, “ଦେଶର ସର୍ବଭୌମତ୍ୱର ସୁରକ୍ଷା ପାଇଁ ପରମାଣୁ ଶକ୍ତି ସମ୍ପନ୍ନ ହେବା ଜରୁରୀ। ଏହାସହ ଆବଶ୍ୟକ ପଡିଲେ ଏହାକୁ […]

kim-jong

Rakesh Mallick
  • Published: Friday, 04 March 2016
  • , Updated: 04 May 2017, 03:44 PM IST

ୟୌଙ୍ଗୟାଙ୍ଗ: ବାରମ୍ବାର ଧମକ ଓ ପ୍ରତିବନ୍ଧକ ଉତ୍ତର କୋରିଆ ଉପରେ କିଛି ପ୍ରଭାବ ପକାଉ ନାହିଁ।  ଗୁରୁବାର ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରି ବିଶ୍ୱବ୍ୟାପୀ ସମାଲୋଚନାର ଶିକାର ହୋଇଥିବା ଏହି ରାଷ୍ଟ୍ର ପକ୍ଷରୁ ଆବଶ୍ୟକ ପଡିଲେ ପରମାଣୁ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ଆଜି ଧମକ ଦିଆଯାଇଛି।

ଉତ୍ତର କୋରିଆର ଏକଛତ୍ରବାଦ ଶାସକ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ କହିଛନ୍ତି, “ଦେଶର ସର୍ବଭୌମତ୍ୱର ସୁରକ୍ଷା ପାଇଁ ପରମାଣୁ ଶକ୍ତି ସମ୍ପନ୍ନ ହେବା ଜରୁରୀ। ଏହାସହ ଆବଶ୍ୟକ ପଡିଲେ ଏହାକୁ ବ୍ୟବହାର କରିବା ହିଁ ଏକମାତ୍ର ବିକଳ୍ପ ହେବ। ଶତ୍ରୁ ଉତ୍ତର କୋରିଆ ଉପରେ ନଜର ରଖିଛନ୍ତି। ଏଥିପାଇଁ ଦେଶର ରକ୍ଷା ପାଇଁ ସେନା ଯେ କୌଣସି ସମୟରେ ପରମାଣୁ ଅସ୍ତ୍ର ବ୍ୟବହାର ଲାଗି ପ୍ରସ୍ତୁତ ରହିବା ଆବଶ୍ୟକ।”

Related story