ବିଶ୍ୱରେ ବଢ଼ିବ ଭାରତର ଦବଦବା, ଟ୍ରମ୍ପ ଦେଲେ ସଙ୍କେତ

ଓ୍ୱାଶିଂଟନ: ଆଗାମୀ ଦିନରେ ବିଶ୍ୱରେ ବଢ଼ିବ ଭାରତର ଦବଦବା। ଆମେରିକା, ଜାପାନ, ଚୀନ ଭଳି ଦେଶ ସହିତ ତାଳ ଦେଇ ଚାଲିବ ଭାରତ। ଶନିବାର ହେବାକୁ ଥିବା ଜି-୭ ବୈଠକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାଳିବା ପରେ ଏହା ଜଣାପଡ଼ିଛି। ଏହି ଜି-୭ ବୈଠକରେ ଭାରତ ଭଳି ୪ଟି ଦେଶକୁ ସାମିଲ୍ କରିବାକୁ ଅଣ୍ଟାଭିଡ଼ିଛନ୍ତି ଟ୍ରମ୍ପ। ଆଉ ବ୍ରିଟେନ୍ ମଧ୍ୟ ଜି-୭ ବୈଠକରେ ଭାରତ ସମେତ ୪ଟି ଦେଶକୁ ସାମିଲ୍ କରି ଚୀନକୁ ଘେରିବା ପାଇଁ […]

TRUMP (1)

Subhransu Sekhar
  • Published: Sunday, 31 May 2020
  • , Updated: 31 May 2020, 07:46 PM IST

ଓ୍ୱାଶିଂଟନ: ଆଗାମୀ ଦିନରେ ବିଶ୍ୱରେ ବଢ଼ିବ ଭାରତର ଦବଦବା। ଆମେରିକା, ଜାପାନ, ଚୀନ ଭଳି ଦେଶ ସହିତ ତାଳ ଦେଇ ଚାଲିବ ଭାରତ। ଶନିବାର ହେବାକୁ ଥିବା ଜି-୭ ବୈଠକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାଳିବା ପରେ ଏହା ଜଣାପଡ଼ିଛି। ଏହି ଜି-୭ ବୈଠକରେ ଭାରତ ଭଳି ୪ଟି ଦେଶକୁ ସାମିଲ୍ କରିବାକୁ ଅଣ୍ଟାଭିଡ଼ିଛନ୍ତି ଟ୍ରମ୍ପ। ଆଉ ବ୍ରିଟେନ୍ ମଧ୍ୟ ଜି-୭ ବୈଠକରେ ଭାରତ ସମେତ ୪ଟି ଦେଶକୁ ସାମିଲ୍ କରି ଚୀନକୁ ଘେରିବା ପାଇଁ ରାଜି ହୋଇଛି। ହ୍ୱାଇଟ୍ ହାଉସର ମୁଖପାତ୍ରଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ିଛି।

ଶନିବାର ଟ୍ରମ୍ପ କହିଛନ୍ତି, ବିଶ୍ୱରେ ଯାହା କିଛି ହେଉଛି ତା’ର ନେତୃତ୍ୱ ଜି-୭ ନେଉଛି ବୋଲି ହୃଦବୋଧ ହେଉ ନାହିଁ। ଏହି ଯେଉଁ ଜି-୭ ଗ୍ରୁପ ରହିଛି ତାହାର କୌଣସି ଆଉ ମୂଲ୍ୟ ନାହିଁ।

ସେ ଆହୁରି କହିଛନ୍ତି, ଏହି ବୈଠକରେ ଭାରତ, ରୁଷ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଜି-୭ ଗ୍ରୁପରେ ସାମିଲ୍ ହେବା ଦରକାର। ଏହି ବୈଠକ ସେପ୍ଟେମ୍ୱରରେ ହେବ। ଜାତିସଂଘ ସାଧାରଣ ପରିଷଦ ବୈଠକ ପରେ ନହେଲେ ପୂର୍ବରୁ ହୋଇପାରେ। ଚଳିତ ବର୍ଷ ଏହି ଜି-୭ ବୈଠକର ନେତୃତ୍ୱ ଭାରତ ନେଉଛି।

ଅନ୍ୟପଟେ ହ୍ୱାଇଟ୍ ହାଉସର ମୁଖପାତ୍ର କହିଛନ୍ତି, କରୋନା ପ୍ରଭାବିତ ପ୍ରମୁଖ ଦେଶକୁ ରାଷ୍ଟ୍ରପତି ଟ୍ରମ୍ପ ଏହି ବୈଠକରେ ସାମିଲ୍ କରିବାକୁ ଚାହୁଁଛନ୍ତି। ଏଥିସହ ଏହି ବୈଠକରେ ଚୀନର ଭବିଷ୍ୟତ ବାବଦରେ ମଧ୍ୟ ଚର୍ଚ୍ଚା ହେବ। ଏହା ପୂର୍ବରୁ ଆମେରିକା ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର ରବୋର୍ଟ ଓ ବ୍ରାଏନ କହିଥିଲେ କରୋନା ଭାଇରସ ପାଇଁ ଆମେରିକା ଏହି ଜି-୭ ବୈଠକ ଟାଳିଛି।

ସେହିପରି ଜର୍ମାନୀର ଚାନସେଲର ଏଞ୍ଜେଲା ମୋର୍କେଲ ମହାମାରୀ କାରଣ ପାଇଁ ଏହି ବୈଠକରେ ଯୋଗଦେବେନି ବୋଲି ତାଙ୍କ କାର୍ଯ୍ୟାଳୟ ତରଫରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ଜି-୭ ବୈଠକରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍ ଏବଂ ଆମେରିକା ରହିଛି।

Related story