ଗୁଳି କରି ଦୁଇ ଅଧିକାରୀଙ୍କୁ ହତ୍ୟା କଲେ ସିଆଇଏସଏଫ୍ ଯବାନ

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ଏକ ପାୱାର କମ୍ପାନୀରେ ସିଆଇଏସଏଫ୍‌ ଯବାନ ହରିଶ ଚନ୍ଦ୍ର ଗୌଣ୍ଡ ଦୁଇଜଣ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହାସହ ନିଜକୁ ଓ ନିଜର ଗର୍ଭବତୀ ପତ୍ନୀଙ୍କୁ  ମଧ୍ୟ ଗୁଳି କରିଛନ୍ତି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଏଏସଆଇ ବଲୱନ ବିଜୟ ସିଂ ଏବଂ ସିଆଇଏସଏଫ୍ ଯବାନ ବାଲୁ ଗଣପତି ସିନ୍ଦେ। ରତ୍ନଗିରି ଗ୍ୟାସ୍ ଆଣ୍ଡ ପ୍ରାଇଭେଟ୍ ଲମିଟେଡ୍ କମ୍ପାନୀରେ ସୁରକ୍ଷା କର୍ମୀ ଭାବେ କାମ କରୁଥିବା […]

CISF

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 11:12 AM IST

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ଏକ ପାୱାର କମ୍ପାନୀରେ ସିଆଇଏସଏଫ୍‌ ଯବାନ ହରିଶ ଚନ୍ଦ୍ର ଗୌଣ୍ଡ ଦୁଇଜଣ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହାସହ ନିଜକୁ ଓ ନିଜର ଗର୍ଭବତୀ ପତ୍ନୀଙ୍କୁ  ମଧ୍ୟ ଗୁଳି କରିଛନ୍ତି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଏଏସଆଇ ବଲୱନ ବିଜୟ ସିଂ ଏବଂ ସିଆଇଏସଏଫ୍ ଯବାନ ବାଲୁ ଗଣପତି ସିନ୍ଦେ।

ରତ୍ନଗିରି ଗ୍ୟାସ୍ ଆଣ୍ଡ ପ୍ରାଇଭେଟ୍ ଲମିଟେଡ୍ କମ୍ପାନୀରେ ସୁରକ୍ଷା କର୍ମୀ ଭାବେ କାମ କରୁଥିବା ହରିଶଙ୍କ ସହ କୌଣସି କଥାକୁ ନେଇ ତାଙ୍କ ବରିଷ୍ଠ ଅଧିକାରୀ ବଲୱନଙ୍କ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ହରିଶ ବଲୱନଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ। ଗୁଳି ଫୁଟିବାର ଶଦ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଥିବା ବାଲୁଙ୍କୁ ମଧ୍ୟ ସେ ଗୁଳି କରିଥିଲେ। ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଏତିକିରେ ତାଙ୍କ ରାଗ ଶାନ୍ତ ହୋଇ ନ ଥିଲା। ତାଙ୍କୁ ବୁଝାଇବାକୁ ଘଟଣା ସ୍ଥଳକୁ ଆସିଥିବା ତାଙ୍କ ପତ୍ନୀ ପ୍ରିୟଙ୍କା କୁମାରୀଙ୍କ ସହ ନିଜକୁ ମଧ୍ୟ ଗୁଳି କରିଦେଇଥିଲେ। ସେମାନଙ୍କୁ ଚିପଲୁନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Related story