ଭୂମିକମ୍ପରେ ଥରିଲା ଦିଲ୍ଲୀ ଓ ଉତ୍ତର ଭାରତ

ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବା ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଛି ଏହାର ତୀବ୍ରତା ୬.୩ ଥିଲା। ଏହା ମୁଖ୍ୟତଃ ଆଫଗାନିସ୍ତାନରେ ଅଧିକ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍‌ମୋଲୋଜି ଅନୁଯାୟୀ ଭୂକମ୍ପ ଆଫଗାନିସ୍ତାନର କାବୁଲ ଠାରୁ ୨୪୬ କିଲୋମିଟର ଦୂରରେ ହିନ୍ଦୁକୁଶ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲା। ରୟଟର୍ସର ସୂଚନା ଅନୁଯାୟୀ, ପାକିସ୍ତାନର କିଛି […]

Earthquake

Subrat Kumar Nayak
  • Published: Friday, 20 December 2019
  • , Updated: 20 December 2019, 05:45 PM IST

ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବା ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଛି ଏହାର ତୀବ୍ରତା ୬.୩ ଥିଲା। ଏହା ମୁଖ୍ୟତଃ ଆଫଗାନିସ୍ତାନରେ ଅଧିକ ଅନୁଭୂତ ହୋଇଥିଲା।

ନ୍ୟାସନାଲ ସେଣ୍ଟର ଫର ସିସ୍‌ମୋଲୋଜି ଅନୁଯାୟୀ ଭୂକମ୍ପ ଆଫଗାନିସ୍ତାନର କାବୁଲ ଠାରୁ ୨୪୬ କିଲୋମିଟର ଦୂରରେ ହିନ୍ଦୁକୁଶ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲା। ରୟଟର୍ସର ସୂଚନା ଅନୁଯାୟୀ, ପାକିସ୍ତାନର କିଛି ସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ୫ଟା ବେଳକୁ ଏହା ଘଟିଥିବା ଏବଂ ଏହାର ଗଭୀରତା ୨୨୫ କିମି ଥିଲା।

ଅନ୍ୟପକ୍ଷରେ ଭାରତର ଉତ୍ତର ଭାଗରେ ମଧ୍ୟ ଅନୁଭୂତ ହୋଇଥିଲା। ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମ ଓ ନଏଡା ଏବଂ ରାଜସ୍ଥାନର ଜୟପୁରରେ ଏହା ବେଶୀ ଅନୁଭୂତ ହୋଇଥିଲା। ଦିଲ୍ଲୀରେ ପ୍ରାୟ ୧ ମିନିଟ୍‌ ଯାଏ ଏହାର ପ୍ରଭାବ ରହିଥିଲା। କିଛି ଲୋକ ଅଫିସ୍‌ ଏବଂ ଘରୁ ବାହାରକୁ ଆସିଯାଇଥିଲେ। କିଛି ସ୍ଥାନରେ ସିଲିଂ ଫ୍ୟାନ୍‌ ଅଦ୍ଭୁତ ଗତିରେ ବୁଲିଥିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି।
https://twitter.com/Shashan82657430/status/1207990679684599809?s=20

Related story