ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ଏକନାଥ ଖାଡସେ ରବିବାର ସନ୍ଧ୍ୟାରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଛନ୍ତି। ତାଙ୍କ କାରର ଟାୟାର ଫାଟି ଯାଇଥିଲା। ତେବେ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ତେବେ କେହି ଆହତ ହୋଇ ନାହାନ୍ତି।
ଖାଡସେ ଅମାଲନରରୁ ଜଲଗାଓଁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଦ୍ୱାରା ପୁଲିସ କ୍ୱାର୍ଟର୍ସ ଏବଂ ଥାନାର ଉଦଘାଟନୀ କାର୍ଯ୍ୟକ୍ରମରେ ଭାଗ ନେବାକୁ ସେ ଅମାଲନରରୁ ଯାଉଥିଲେ। ଏକନାଥଙ୍କ ଟାୟାର ଫାଟି ଯିବା ବେଳେ ତାଙ୍କ ଡ୍ରାଇଭର କାରକୁ ନିୟନ୍ତ୍ରଣ କରିଥିଲେ, ଏଥିରେ କେହି ଆହତ ହୋଇ ନଥିବା ଜଣାପଡ଼ିଛି।
ଏକନାଥ ନିକଟରେ ବିଜେପି ଛାଡ଼ି ଏନସିପିରେ ଯୋଗ ଦେଇଥିଲେ। ଜମି ଦୁର୍ନୀତି ମାମଲାରେ ୨୦୧୬ରେ ଛନ୍ଦି ହେବା ପରେ ଦେବେନ୍ଦ୍ର ଫଡନାଭିସ୍ ସରକାରରୁ ସେ ଇସ୍ତଫା ଦେଇଥିଲେ। ପରେ ସେ ବିଜେପି ଛାଡ଼ି ଏନସିପିରେ ଯୋଗ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ରାଜ୍ୟପାଳ ଲାଟ୍ ସାହେବ ପଦ ନୁହେଁ: ରଘୁବର
ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ପରେ ଗତକାଲି ବିଧିବଦ୍ଧ ଭାବେ ରଘୁବର ଦାସ ପୁଣି ବିଜେପିରେ ସାମିଲ ହୋଇଛନ୍ତି।
National
ପ୍ରେମରୁ ଆରମ୍ଭ ହତ୍ୟାରେ ଶେଷ: ୬ ମାସ ହେବ ଫ୍ରିଜ୍ରେ ରଖିଥିଲା ଲିଭ୍ ଇନ୍ ପାର୍ଟନରଙ୍କ ଶବ
ସଞ୍ଜୟ ପାଟିଦାରଙ୍କ ସହିତ ପ୍ରେମିକା ପିଙ୍କି ପାଞ୍ଚ ବର୍ଷ ହେଲା ଲିଭ୍-ଇନ ସମ୍ପର୍କରେ ଥିଲେ। ସଞ୍ଜୟ ପୂର୍ବରୁ ବିବାହିତ ଥିଲା।
National
ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ
ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।
Science & Environment
ମହାକାଶରେ ହେବ ଗ୍ରହମାନଙ୍କ ପରେଡ୍, ୧୮ରେ ଦୃଶ୍ୟମାନ
ଜାନୁଆରୀ ମାସ ସାରା ସୂର୍ଯ୍ୟାସ୍ତ ପରେ ଚାରୋଟି ଗ୍ରହ ଖାଲି ଆଖିରେ ଦେଖିହେବ। ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଜକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ।
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।