ଦେଶରେ ଶକ୍ତିର ଅଭାବ କମିଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶରେ ଶକ୍ତିର ଅଭାବ କମିଛି। ପୂର୍ବରୁ ଶକ୍ତିର ଅଭାବ ୪ ପ୍ରତିଶତ ରହିଥିବା ବେଳେ ଏବେ ଏହା ୨.୩ ପ୍ରତିଶତକୁ ଖସିଛି। ୨୦୧୪ ମେ’ରେ କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଶକ୍ତି ଅଭାବ କ୍ଷେତ୍ରରେ ଏହି ଉନ୍ନତି ପରିଲକ୍ଷିତ ହୋଇଛି। ମଙ୍ଗଳବାରଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବା ପରିପ୍ରେକ୍ଷୀରେ ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହା କହିଛନ୍ତି। ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୧୮ ମେ’ ସୁଦ୍ଧା […]

pranab

Rakesh Mallick
  • Published: Tuesday, 23 February 2016
  • , Updated: 23 February 2016, 08:20 AM IST

ନୂଆଦିଲ୍ଲୀ: ଦେଶରେ ଶକ୍ତିର ଅଭାବ କମିଛି। ପୂର୍ବରୁ ଶକ୍ତିର ଅଭାବ ୪ ପ୍ରତିଶତ ରହିଥିବା ବେଳେ ଏବେ ଏହା ୨.୩ ପ୍ରତିଶତକୁ ଖସିଛି। ୨୦୧୪ ମେ’ରେ କେନ୍ଦ୍ରରେ ନୂଆ ସରକାର ଆସିବା ପରେ ଶକ୍ତି ଅଭାବ କ୍ଷେତ୍ରରେ ଏହି ଉନ୍ନତି ପରିଲକ୍ଷିତ ହୋଇଛି। ମଙ୍ଗଳବାରଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବା ପରିପ୍ରେକ୍ଷୀରେ ମିଳିତ ଅଧିବେଶନକୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ଏହା କହିଛନ୍ତି।

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ ଯେ ୨୦୧୮ ମେ’ ସୁଦ୍ଧା ଦେଶର ସମସ୍ତ ଗାଁକୁ ବିଦ୍ୟୁତ୍ ଶକ୍ତି ଯୋଗାଇ ଦେବା ନେଇ ସରକାର ପ୍ରତିଶ୍ରୁତିବଦ୍ଧ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ୍ ବିତରଣ କଂପାନୀଗୁଡ଼ିକର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ସରକାର ଉଦୟ ଯୋଜନା ଆରମ୍ଭ କରିଛନ୍ତି। ଝାଡ଼ଖଣ୍ଡ, ଛତିଶଗଡ଼,ବିହାର, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଗୁଜରାଟ ଉଦୟ ଯୋଜନାରେ ସାମିଲ ହୋଇଛନ୍ତି। ସେହିପରି ଗ୍ରାହକମାନେ ଯେପରି ସୁଲଭ ମୂଲ୍ୟରେ ବିଦ୍ୟୁତ୍ କ୍ରୟ କରିପାରିବେ ସେଥିପାଇଁ ନୂଆ ଟାରିଫ୍ ନୀତିରେ ସଂଶୋଧନ କରାଯାଇଛି।

Related story