ଧାଡ଼ିଏ ପଢ଼ି ପାରିଲେନି ଇଂରାଜୀ ଶିକ୍ଷୟିତ୍ରୀ

ଉନ୍ନାଓ: ଭାରତର ଶିକ୍ଷାବ୍ୟବସ୍ଥାର ସ୍ଥିତିକୁ ସାମ୍ନାକୁ ଆଣିବା ଭଳି ବିଭିନ୍ନ ସମୟରେ ଭିଡିଓ ଭାଇରାଲ ହୋଇଛି ଏବଂ ଏସବୁ ଶିକ୍ଷାର ମାନ ପ୍ରତି ପ୍ରଶ୍ନ ଉଠାଇଛି। ଏବେ ଏହି କ୍ରମରେ ଉତ୍ତରପ୍ରଦେଶର ଉନ୍ନାଓରୁ ସେଭଳି ଏକ ଭିଡିଓ ଆସିଛି। ଜଣେ ଶିକ୍ଷକ ବହିରୁ କେଇ ଧାଡ଼ି ଇଂରାଜୀ ପଢ଼ିପାରୁନାହାନ୍ତି। ଆଉ ଆଶ୍ଚର୍ଯ୍ୟର କଥା ଶିକ୍ଷକ ଜଣକ ସେହି ବିଷୟ ହିଁ ସରକାରୀ ସ୍କୁଲରେ ପଢ଼ାଇଥା’ନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର କୁମାର ପାଣ୍ଡେ ତୃଣମୂଳ ସ୍ଥିତି ପରଖିବା ପାଇଁ […]

unnao

Subrat Kumar Nayak
  • Published: Saturday, 30 November 2019
  • , Updated: 30 November 2019, 09:04 PM IST

ଉନ୍ନାଓ: ଭାରତର ଶିକ୍ଷାବ୍ୟବସ୍ଥାର ସ୍ଥିତିକୁ ସାମ୍ନାକୁ ଆଣିବା ଭଳି ବିଭିନ୍ନ ସମୟରେ ଭିଡିଓ ଭାଇରାଲ ହୋଇଛି ଏବଂ ଏସବୁ ଶିକ୍ଷାର ମାନ ପ୍ରତି ପ୍ରଶ୍ନ ଉଠାଇଛି। ଏବେ ଏହି କ୍ରମରେ ଉତ୍ତରପ୍ରଦେଶର ଉନ୍ନାଓରୁ ସେଭଳି ଏକ ଭିଡିଓ ଆସିଛି। ଜଣେ ଶିକ୍ଷକ ବହିରୁ କେଇ ଧାଡ଼ି ଇଂରାଜୀ ପଢ଼ିପାରୁନାହାନ୍ତି। ଆଉ ଆଶ୍ଚର୍ଯ୍ୟର କଥା ଶିକ୍ଷକ ଜଣକ ସେହି ବିଷୟ ହିଁ ସରକାରୀ ସ୍କୁଲରେ ପଢ଼ାଇଥା’ନ୍ତି।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର କୁମାର ପାଣ୍ଡେ ତୃଣମୂଳ ସ୍ଥିତି ପରଖିବା ପାଇଁ ସରକାରୀ ସ୍କୁଲ ସବୁ ଗସ୍ତ କରିବା ଅବସରରେ ଏହି ଘଟଣା ସାମ୍ନାକୁ ଆସିଛି। ଯାଞ୍ଚ ସମୟରେ ମାଜିଷ୍ଟ୍ରେଟ୍‌ ଯେତେବେଳେ ଶିକ୍ଷକଙ୍କୁ ଇଂରାଜୀରେ ପଢ଼ିବାକୁ କହିଥିଲେ, ସେ ଅଳ୍ପ କେଇ ଧାଡ଼ି ପଢ଼ିବାକୁ ମଧ୍ୟ ଥଙ୍ଗ ଥଙ୍ଗ ହୋଇଥିଲେ।

https://twitter.com/ANINewsUP/status/1200634024588402697?s=20
ଏହି ଗସ୍ତ ଏବଂ ଶିକ୍ଷକଙ୍କ ଅପାରଗତାକୁ ନେଇ ବେସିକ୍‌ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାଣ୍ଡେ କହିଛନ୍ତି, “ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଏହି ଗସ୍ତରେ ମୁଁ ମଧ୍ୟ ତାଙ୍କ ସହ ଥିଲି। ଷଷ୍ଠ ଏବଂ ଅଷ୍ଟମରେ ହିନ୍ଦୀରେ ପଢ଼ିବାକୁ କୁହାଯିବାରୁ ସମସ୍ତେ ପଢ଼ିପାରିଥିଲେ। କିନ୍ତୁ ଇଂରାଜୀରେ ପଢ଼ିବାକୁ କୁହାଯିବାରୁ ପ୍ରାୟ ସମସ୍ତେ ବିଫଳ ହୋଇଥିଲେ। ଏପରିକି ଶିକ୍ଷକମାନେ ମଧ୍ୟ ବିଫଳ ହୋଇଥିଲେ।”

ପ୍ରଦୀପଙ୍କ କହିବା ଅନୁଯାୟୀ, ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଥିଲେ ଯେ ସମସ୍ତ ଶିକ୍ଷକ ଯଦି ଇଂରାଜୀରେ ପଢ଼ିପାରିବେ ନାହିଁ ଛାତ୍ରଛାତ୍ରୀ କେମିତି ପଢ଼ିବେ।

Related story