ଇପିଏଫ୍ ଉଠାଣ ବେଳେ ଟିକସ୍‌ ଲାଗୁ ନିଷ୍ପତ୍ତିରୁ ଓହରିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ଉଠାଣ ବେଳେ ଟିକସ ଲାଗୁ ନିଷ୍ପତ୍ତିରୁ କେନ୍ଦ୍ର ସରକାର ଓହରି ଯାଇଛନ୍ତି। ଇଫିଏଫ୍ ଉଠାଣ ବେଳେ କୌଣସି ଟିକସ ଲାଗିବ ନାହିଁ ବୋଲି ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ଘୋଷଣା କରିଛନ୍ତି। ୨୦୧୬-୧୭ ଆର୍ଥିକବର୍ଷର ବଜେଟ ଘୋଷଣା ବେଳେ ଜେଟଲି ଇପିଏଫ୍‌ ଟ୍ୟାକ୍ସ ଲାଗୁ ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୬ ଏପ୍ରିଲ ୧ ତାରିଖ ପରଠାରୁ ଭବିଷ୍ୟନିଧି ପାଣ୍ଠିର ୬୦ ପ୍ରତିଶତ ଜମାରାଶି ଉଠାଣ ବେଳେ ଟିକସ୍‌ […]

arun_jaitley

Rakesh Mallick
  • Published: Tuesday, 08 March 2016
  • , Updated: 08 March 2016, 03:39 PM IST

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ଉଠାଣ ବେଳେ ଟିକସ ଲାଗୁ ନିଷ୍ପତ୍ତିରୁ କେନ୍ଦ୍ର ସରକାର ଓହରି ଯାଇଛନ୍ତି। ଇଫିଏଫ୍ ଉଠାଣ ବେଳେ କୌଣସି ଟିକସ ଲାଗିବ ନାହିଁ ବୋଲି ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଲୋକସଭାରେ ଘୋଷଣା କରିଛନ୍ତି। ୨୦୧୬-୧୭ ଆର୍ଥିକବର୍ଷର ବଜେଟ ଘୋଷଣା ବେଳେ ଜେଟଲି ଇପିଏଫ୍‌ ଟ୍ୟାକ୍ସ ଲାଗୁ ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୬ ଏପ୍ରିଲ ୧ ତାରିଖ ପରଠାରୁ ଭବିଷ୍ୟନିଧି ପାଣ୍ଠିର ୬୦ ପ୍ରତିଶତ ଜମାରାଶି ଉଠାଣ ବେଳେ ଟିକସ୍‌ ଲାଗୁ କରିବାକୁ ସରକାର ବଜେଟ୍‌ରେ ଘୋଷଣା କରିଥିଲେ। ତେବେ ମୂଳ ଜମାରାଶି ଉଠାଣ ଓ ମାସିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀଙ୍କ କ୍ଷେତ୍ରରେ ଇପିଏଫ୍‌ ଲାଗୁ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ତେବେ ସରକାରଙ୍କ ଏ ନିଷ୍ପତ୍ତିକୁ ବିଭିନ୍ନ କର୍ମଚାରୀ ସଂଘ ଏବଂ ବିରୋଧୀ ଦଳଗୁଡିକ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ପରେ ଏହି ନିୟମରେ ଆଂଶିକ ପରିବର୍ତ୍ତନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ।

Related story