ଇସ୍‌ରତ ଜାହାଁ ଏନ୍‌କାଉଣ୍ଟର ମାମଲାକୁ ନେଇ ତେଜୁଛି ରାଜନୀତି

ନୂଆଦିଲ୍ଲୀ: ଇସ୍‌ରତ ଜାହାଁ ଏନ୍‌କାଉଣ୍ଟର ମାମଲାକୁ ନେଇ ରାଜନୀତି ତେଜିବାରେ ଲାଗିଛି। କଂଗ୍ରେସ ନେତୃବର୍ଗଙ୍କ ଚାପରେ ଏହି ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ୱରମ୍ ସତ୍ୟପାଠ ପରିବର୍ତ୍ତନ କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି। ତତ୍‌କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଫସାଇବା ପାଇଁ ଏପରି କରାଯାଇଥିବା ଦଳପକ୍ଷରୁ ଅଭିଯୋଗ କରାଯାଇଛି। ୨୦୦୯ ଅଗଷ୍ଟ ୬ରେ ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗୁଜୁରାଟ ହାଇକୋର୍ଟରେ ଏହି ମାମଲାରେ ପ୍ରଥମ ସତ୍ୟପାଠ ଦାଖଲ କରାଯାଇଥିଲା। […]

ishrat_jahann

Rakesh Mallick
  • Published: Wednesday, 02 March 2016
  • , Updated: 02 March 2016, 06:15 AM IST

ନୂଆଦିଲ୍ଲୀ: ଇସ୍‌ରତ ଜାହାଁ ଏନ୍‌କାଉଣ୍ଟର ମାମଲାକୁ ନେଇ ରାଜନୀତି ତେଜିବାରେ ଲାଗିଛି। କଂଗ୍ରେସ ନେତୃବର୍ଗଙ୍କ ଚାପରେ ଏହି ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ୱରମ୍ ସତ୍ୟପାଠ ପରିବର୍ତ୍ତନ କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି। ତତ୍‌କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଫସାଇବା ପାଇଁ ଏପରି କରାଯାଇଥିବା ଦଳପକ୍ଷରୁ ଅଭିଯୋଗ କରାଯାଇଛି।

୨୦୦୯ ଅଗଷ୍ଟ ୬ରେ ପ୍ରଥମେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗୁଜୁରାଟ ହାଇକୋର୍ଟରେ ଏହି ମାମଲାରେ ପ୍ରଥମ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ  ଇସ୍‌ରତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା ସହ ସମ୍ପୃକ୍ତ ବୋଲି ଉଲ୍ଲେଖ ରହିଥିଲା। ତେବେ ମନ୍ତ୍ରଣାଳୟ ପକ୍ଷରୁ ଏହାର ମାସକ ପରେ ପୁଣି ସଂଶୋଧିତ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଇସ୍‌ରତଙ୍କୁ ନିର୍ଦ୍ଦୋଶ ଦର୍ଶାଯାଇଥିଲା। ଏଥିସହ ଗୁଜୁରାଟ ସରକାରଙ୍କ ନିର୍ଦ୍ଦେଶରେ ତାଙ୍କୁ ପୋଲିସ୍ ଗୁଳି କରି ହତ୍ୟା କରିଥିବା ଉଲ୍ଲେଖ କରାଯାଇଥିଲା।

ତେବେ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ କଂଗ୍ରେସ ଜବାବ ରଖିଛି। ଲସ୍କର-ଏ-ତୋଏବା ସହ ଇସରତ୍ ସମ୍ପୃକ୍ତି ନେଇ ଆତଙ୍କବାଦୀ ଡେଭିଡ୍ ହେଡଲୀ ବୟାନ୍ ଦେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘଟଣାର ପୁନଃଯାଞ୍ଚ କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

 

 

 

 

Related story