କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

ଚଣ୍ଡିଗଡ଼: କୃଷି ବିଲକୁ ବିରୋଧ କରି ଆଜି ପଞ୍ଜାବରେ ଚାଷୀମାନେ ତିନି ଦିନିଆ ରେଳ ରୋକ୍ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅଘଟଣକୁ ଏଡ଼ାଇବା ପାଇଁ ରେଳ ସେବା ଉପରେ କଟକଣା ଲଗାଯାଇଛି। ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ୧୪ଟି ଟ୍ରେନ ଉଭୟ ଅପ୍ ଏବଂ ଡାଉନ୍ ଟ୍ରେନକୁ ସ୍ଥଗିତ ରଖାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଲଓ୍ୱେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଅନେକ ମାଲବାହୀ ଟ୍ରେନ୍ ଏବଂ ପାର୍ସଲ ଟ୍ରେନର ସମୟ ମଧ୍ୟ ପରିବର୍ତ୍ତନ […]

FARMER STRIKE

FARMER STRIKE

Subhransu Sekhar
  • Published: Thursday, 24 September 2020
  • Updated: 24 September 2020, 07:28 PM IST

ଚଣ୍ଡିଗଡ଼: କୃଷି ବିଲକୁ ବିରୋଧ କରି ଆଜି ପଞ୍ଜାବରେ ଚାଷୀମାନେ ତିନି ଦିନିଆ ରେଳ ରୋକ୍ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅଘଟଣକୁ ଏଡ଼ାଇବା ପାଇଁ ରେଳ ସେବା ଉପରେ କଟକଣା ଲଗାଯାଇଛି।

ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ୧୪ଟି ଟ୍ରେନ ଉଭୟ ଅପ୍ ଏବଂ ଡାଉନ୍ ଟ୍ରେନକୁ ସ୍ଥଗିତ ରଖାଯାଇଛି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଲଓ୍ୱେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଅନେକ ମାଲବାହୀ ଟ୍ରେନ୍ ଏବଂ ପାର୍ସଲ ଟ୍ରେନର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅନ୍ୟପଟେ କରୋନା ମହାମାରୀ ପଇଁ ରେଗୁଲାର ପାସେଞ୍ଜର ଟ୍ରେନ୍ ସ୍ଥଗିତ ରଖାଯାଇଛି।

ଭାରତ କିସାନ ୟୁନିଅନର କର୍ମୀ ଗୁରୁବାର ସକାଳେ ବାର୍ନାଲା ଏବଂ ସାଙ୍ଗରୁରର ରେଳ ଟ୍ରାକରେ ବସିଥିଲେ। ବ୍ୟାନର ଧରି କୃଷକମାନେ ଅମୃତସରର ଦେବଦାସପୁର ଏବଂ ଫେରୋଜପୁରର ବସ୍ତି ଟଙ୍କା ଭାଲା ରେଳ ଟ୍ରାକରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି।

କମିଟିର ପ୍ରତିନିଧିମାନେ କହିଛନ୍ତି ଯେ ସେମାନେ ସରକାରୀ କର୍ମଚାରୀ ଏବଂ ଶ୍ରମିକଙ୍କ ସମେତ ବିଭିନ୍ନ ବିଭାଗର ସମର୍ଥନ ପାଇଛନ୍ତି। କମିଟିର ଅଧ୍ୟକ୍ଷ ସତ୍ୟନମ ସିଂ ପନ୍ନୁ କହିଛନ୍ତି ଯେ ସେ ରାଜନୀତିକ ଦଳର ପ୍ରତିନିଧି, ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନଙ୍କୁ କୃଷକଙ୍କ ଆନ୍ଦୋଳନରେ ଭାଗ ନ ନେବାକୁ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos