୪ ବର୍ଷର ଝିଅ କାନ୍ଦିଲା ବୋଲି ତଣ୍ଟି ଚିପି ଦେଲା ବାପା

ଗାଜିଆବାଦ: ଝିଅର କାନ୍ଦକୁ ବନ୍ଦ ସମ୍ଭାଳି ପାରିଲାନି ବାପା । ଶେଷରେ ତଣ୍ଟି ଚିପି ହତ୍ୟା କରିଛି ସଇତାନ ବାପା । କେବଳ ସେତିକି ନୁହେଁ ହତ୍ୟା କରିବା ପରେ ଝିଅର ମୃତ ଦେହକୁ ପ୍ରାୟ ୬ ଘଂଟା ଅଟୋ ରିକ୍ସାରେ ଧରି ବୁଲିଥିଲା ଅଭିଯୁକ୍ତ ବାପା। ୟୁପି ଗାଜିଆବାଦରେ ଏହି ଅମାନୁଷିକ ଘଟଣା ଘଟିଛି । ଗାଜିଆବାଦର ୨୮ ବର୍ଷୀୟ ବାସୁଦେବ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ୪ ବର୍ଷର ଝିଅ, ମା’ ଓ ଭାଇକୁ […]

arrest

Subhransu Sekhar
  • Published: Saturday, 31 October 2020
  • , Updated: 31 October 2020, 02:34 PM IST

ଗାଜିଆବାଦ: ଝିଅର କାନ୍ଦକୁ ବନ୍ଦ ସମ୍ଭାଳି ପାରିଲାନି ବାପା । ଶେଷରେ ତଣ୍ଟି ଚିପି ହତ୍ୟା କରିଛି ସଇତାନ ବାପା । କେବଳ ସେତିକି ନୁହେଁ ହତ୍ୟା କରିବା ପରେ ଝିଅର ମୃତ ଦେହକୁ ପ୍ରାୟ ୬ ଘଂଟା ଅଟୋ ରିକ୍ସାରେ ଧରି ବୁଲିଥିଲା ଅଭିଯୁକ୍ତ ବାପା। ୟୁପି ଗାଜିଆବାଦରେ ଏହି ଅମାନୁଷିକ ଘଟଣା ଘଟିଛି ।

ଗାଜିଆବାଦର ୨୮ ବର୍ଷୀୟ ବାସୁଦେବ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ୪ ବର୍ଷର ଝିଅ, ମା’ ଓ ଭାଇକୁ ମନେ ପକାଇ କାନ୍ଦୁଥିଲା । ବାସୁଦେବକୁ ଝିଅକୁ ବହୁ ବୁଝାସୁଝା କରିଥିଲେ। ତଥାପି ଝିଅର କାନ୍ଦ ବନ୍ଦ ବନ୍ଦ ହୋଇନଥିଲା । ଏଥିରେ ବିରକ୍ତି ହୋଇ ବାସୁଦେବ ତାଙ୍କ ୪ ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ହତ୍ୟା କରିବା ପରେ ଝିଅର ମୃତ ଦେହକୁ ସେ ଅଟୋ ରିକ୍ସାରେ ଧରି ୬ ଘଣ୍ଟା ନିଜ ସ୍ତ୍ରୀକୁ ଖୋଜିବା ପାଇଁ ବୁଲିଛନ୍ତି । ବାସୁଦେବକୁ ପୁଲିସ ଏବେ ଗିରଫ କରିଛି।

ପୁଲିସର ସୂଚନା ମୁତାବକ, ବାସୁଦେବ ପେଶାରେ ଜଣେ ଅଟୋ ଡ୍ରାଇଭର। ପାରିବାରିକ ବିବାଦ ଯୋଗୁଁ ଗତ ୨୦ ଦିନ ହେବ ବାସୁଦେବଙ୍କୁ ତାଙ୍କ ପତ୍ନୀ ଛାଡି କୁଆଡେ ପଳାଇଛନ୍ତି । ସେ ୩ ବର୍ଷର ପୁଅକୁ ସାଙ୍ଗରେ ନେଇ ପଳାଇଥିବା ବେଳେ ୪ ବର୍ଷର ଝିଅ ଆଦିତିଙ୍କୁ ସ୍ୱାମୀ ବାସୁଦେବ ପାଖରେ ଛାଡି ଯାଇଥିଲେ। ପୁଲିସ ନୋଏଡା ସେକ୍ଟର ୧୧ରୁ ବାସୁଦେବଙ୍କୁ ଗିରଫ କରିଛି। ତାଙ୍କୁ ନିକଟରୁ ଝିଅର ମୃତ ଦେହ ଉଦ୍ଧାର କରିବା ସହ ଦଫା ୩୦୨ରେ ମାମଲା ରୁଜୁ କରିଛି।

Related story