ଆମେରିକାର ବାଲଟିମୋରରେ ଗୁଳିବିନିମୟ: ୮ ଆହତ

ୱାଶିଂଟନ୍‌: ଆମେରିକାର ବାଲଟିମୋରରେ ଗତକାଲି ବିଳମ୍ୱିତ ରାତିରେ ଗୁଳିବିନିମୟ ଘଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଏକ ୩ ବର୍ଷର ଶିଶୁ ମଧ୍ୟ ଅଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁସ୍ଥାନରେ ଏହି ଘଟଣା ଘଟିଲା ଏହାର କିଛି ସମୟ ପୂର୍ବରୁ  ସେଠାରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଲେଟିମୋର ଜଣେ ପୋଲିସ୍‌ ଅଧିକାରୀ ଟ୍ୱିଟ୍‌ରେ ଲେଖିଛନ୍ତି,“ଗୁଳିବିନିମୟ କରିବା ପାରେ ସନ୍ଦିଗ୍ଧମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣଙ୍କ […]

us

Rakesh Mallick
  • Published: Sunday, 25 September 2016
  • , Updated: 04 May 2017, 03:44 PM IST

ୱାଶିଂଟନ୍‌: ଆମେରିକାର ବାଲଟିମୋରରେ ଗତକାଲି ବିଳମ୍ୱିତ ରାତିରେ ଗୁଳିବିନିମୟ ଘଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଏକ ୩ ବର୍ଷର ଶିଶୁ ମଧ୍ୟ ଅଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯେଉଁସ୍ଥାନରେ ଏହି ଘଟଣା ଘଟିଲା ଏହାର କିଛି ସମୟ ପୂର୍ବରୁ  ସେଠାରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ବାଲେଟିମୋର ଜଣେ ପୋଲିସ୍‌ ଅଧିକାରୀ ଟ୍ୱିଟ୍‌ରେ ଲେଖିଛନ୍ତି,“ଗୁଳିବିନିମୟ କରିବା ପାରେ ସନ୍ଦିଗ୍ଧମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣଙ୍କ ନିକଟରେ  ଗୋଟିଏ ବନ୍ଧୁକ ଓ ଅନ୍ୟ ଦୁଇ ଜଣଙ୍କ ନିକଟରେ ହ୍ୟାଣ୍ଡଗନ୍‌ ଥିଲା। ସନ୍ଦିଗ୍ଧମାନଙ୍କ ତଲାସୀ ଚାଲିଛି।”

ସୂଚନାଯୋଗ୍ୟ ଶୁକ୍ରବାର ରାତିରେ ୱାଶିଂଟନ୍‌ର ଏକ ମଲ୍‌ରେ ହୋଇଥିବା ଗୁଳିବିନିୟମରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।

Related story