ପାକିସ୍ତାନରେ ଟମାଟୋ ପରେ ଅଟା ସଙ୍କଟ

ଇସଲାମାବାଦ: ନିକଟରେ ପାକିସ୍ତାନରେ ଟମାଟୋର ଅଭାବ ଦେଖିବାକୁ ମିଳିଥିଲା। ଏବେ ପାକିସ୍ତାନରେ ଅଟାର ସଙ୍କଟ ଦେଖିବାକୁ ମିଳିଛି। ଏହାର କାରଣ ଚାଷ ହୋଇଥିବା ଗହମ ବଜାରକୁ ଆସିପାରି ନାହିଁ। ଏଥିପାଇଁ ଅଟା ସଙ୍କଟ ଦେଖାଦେଇଛି। ହୋଟେଲ ମାଲିକ ଏବଂ ରେଷ୍ଟୁରାଣ୍ଟ ମାଲିକ ମାନେ ରୁଟି ଏବଂ ନାନର ଦାମ ବଢ଼ାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଦରଦାମ ଉପରେ ଲଗାମ କଷିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଚଢ଼ା […]

pak flour

Subhransu Sekhar
  • Published: Sunday, 19 January 2020
  • , Updated: 19 January 2020, 03:19 PM IST

ଇସଲାମାବାଦ: ନିକଟରେ ପାକିସ୍ତାନରେ ଟମାଟୋର ଅଭାବ ଦେଖିବାକୁ ମିଳିଥିଲା। ଏବେ ପାକିସ୍ତାନରେ ଅଟାର ସଙ୍କଟ ଦେଖିବାକୁ ମିଳିଛି। ଏହାର କାରଣ ଚାଷ ହୋଇଥିବା ଗହମ ବଜାରକୁ ଆସିପାରି ନାହିଁ। ଏଥିପାଇଁ ଅଟା ସଙ୍କଟ ଦେଖାଦେଇଛି। ହୋଟେଲ ମାଲିକ ଏବଂ ରେଷ୍ଟୁରାଣ୍ଟ ମାଲିକ ମାନେ ରୁଟି ଏବଂ ନାନର ଦାମ ବଢ଼ାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଦରଦାମ ଉପରେ ଲଗାମ କଷିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଚଢ଼ା ଦରରେ ଖାଦ୍ୟ ବିକ୍ରି କରୁଥିବା ଦୋକାନୀ ଏବଂ ମହଜୁଦ ରଖିଥିବା ବ୍ୟବସାୟୀଙ୍କ ଉପରେ ଲଗାମ କଷିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଡନର ରିପୋର୍ଟ ଅନୁଯାୟୀ, ଇମ୍ରାନଙ୍କ ଏଭଳି ନିର୍ଦ୍ଦେଶକୁ ବିରୋଧ କରି ଢ଼ାବା ମାଲିକମାନେ ଆସନ୍ତାକାଲି (ସୋମବାର) ହଡ଼ତାଳ କରିବେ ବୋଲି ଘୋଷଣା କରିଛନ୍ତି। ଦେଶରେ ଅଟା ଦର ବୃଦ୍ଧି ପାଇଁ ଇମ୍ରାନ ସରକାରଙ୍କୁ ଦାୟୀ କରିଛନ୍ତି ବ୍ୟବସାୟୀ। ପାଞ୍ଚ ଦିନ ମଧ୍ୟରେ ଅଟା ଦାମ କରିବାକୁ ବ୍ୟବସାୟୀ ଚେତାବନୀ ଦେଇଛନ୍ତି। ସେହିପରି ବିରୋଧୀ ମଧ୍ୟ ଇମ୍ରାନ ସରକାରଙ୍କ ଉପରେ ବର୍ଷିଛି।

ଇମ୍ରାନଙ୍କ ଦଳ ତେହରିକ-ଏ-ଇନସାଫ୍ ପାର୍ଟି କିନ୍ତୁ ଅଟା ଦର ବଢ଼ିବା ଏବଂ ଅଭାବ ପଛର କାରଣ ସିନ୍ଧ ପ୍ରାନ୍ତ ରାଜ୍ୟ ସରକାରକୁ ଦେଇଛି। ଏଠାରେ ପାକିସ୍ତାନ ପିପୁଲସ ପାର୍ଟି ଶାସକ ଦଳ ରହିଛି। ହେଲେ ସିନ୍ଧ ପ୍ରାନ୍ତର ଶାସକ ଦଳ ଇମ୍ରାନ ସରକାରକୁ ଦୋଷ ଦେଇଛି। ଏହାରି ଭିତରେ ପାକିସ୍ତାନର ନେଶନାଲ ଫୁଡ୍ ସିକ୍ୟୁରିଟିର ସଚିବ ହଶିମ ପୋପଲଜଇ ଅଟା ଅଭାବ ବାବଦରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଟ୍ରାନ୍ସପୋର୍ଟ ଷ୍ଟ୍ରାଇକ ପାଇଁ ଅଟାର ଦାମ ବଢ଼ିଯିବା ସହ ଅଭାବ ଦେଖାଦେଇଛି।

ଷ୍ଟ୍ରାଇକ ଚାଲିଥିବାରୁ ଚାଷ ହୋଇଥିବା ଗହମ ମିଲକୁ ଆସିପାରିନାହିଁ। ଏଥିପାଇଁ ଅଟାର ଦାମ ମହଙ୍ଗା ହୋଇଛି। ଏହି ସମସ୍ୟା କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ସମାଧାନ ହେବ ବୋଲି ସଚିବ କହିଛନ୍ତି। ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ନୂଆ ଗହମ ବଜାରକୁ ଆସିଯିବ। ଏହାପରେ ଦରଦାମ ସ୍ୱାଭାବିକ ହୋଇଯିବ ବୋଲି ପୋପଲଜଇ କହିଛନ୍ତି।

Related story