Advertisment

ଚାଲିଗଲେ ଭାରତ ରତ୍ନ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ। ଅଗଷ୍ଟ ୧୦ ତାରିଖରୁ ବ୍ରେନ ସର୍ଜରୀ ପରେ ଭେଣ୍ଟିଲେଟରରେ ରହିଥିବା ଶ୍ରୀ ମୁଖାର୍ଜୀ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ପ୍ରଣବ ଦା’ଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ସେ ଅଗଷ୍ଟ ୧୦ରୁ ହିଁ ଚିକିତ୍ସିତ […]

ଅଦ୍ୟତନ ହୋଇଛି
ଚାଲିଗଲେ ଭାରତ ରତ୍ନ ପ୍ରଣବ ମୁଖାର୍ଜୀ

v

Advertisment

ନୂଆଦିଲ୍ଲୀ: ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ। ଅଗଷ୍ଟ ୧୦ ତାରିଖରୁ ବ୍ରେନ ସର୍ଜରୀ ପରେ ଭେଣ୍ଟିଲେଟରରେ ରହିଥିବା ଶ୍ରୀ ମୁଖାର୍ଜୀ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ପ୍ରଣବ ଦା’ଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଆର୍ମିର ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲରେ ସେ ଅଗଷ୍ଟ ୧୦ରୁ ହିଁ ଚିକିତ୍ସିତ ହେଉଥିଲେ।

Advertisment

ଅଗଷ୍ଟ ୧୦ରେ ତାଙ୍କର ବ୍ରେନ ସର୍ଜରୀ କରାଯାଇଥିଲା। ଏହାପରଠାରୁ ସେ ଭେଣ୍ଟିଲେଟରରେ ରହିଥିଲେ। ଏହି ସମୟରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ଏହି କାରଣରୁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରେ ଲାଗିଥିଲା। ଗତକାଲି ଠାରୁ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା

Advertisment

ଫୁସଫୁସ ସଂକ୍ରମଣ ଯୋଗୁ ସେ ସେପ୍ଟିକ ଶକ୍‌ରେ ରହିଥିଲେ। ତାଙ୍କ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ର ନଜର ରଖିଥିଲେ ହେଁ ଏବେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଣବ ମୁଖାର୍ଜୀ ଅଗଷ୍ଟ ୧୦ରେ ହସ୍ପିଟାଲରେ ଆଡମିଟ ହେବା ପରେ ତାଙ୍କର ବ୍ରେନ ସର୍ଜରୀ କରାଯାଇଥିଲା। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ଥିବା ମଧ୍ୟ ଜଣାପଡ଼ିଥିଲା।

ଭାରତର ରାଷ୍ଟ୍ରପତି ବ୍ୟତୀତ ପ୍ରଣବ ଦା’ ଦେଶର ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୨ରୁ ୨୦୧୭ ଯାଏ ସେ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Pranab Mukherjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe