ସ୍କୁଲ ଭ୍ୟାନ୍‌ରେ ଜିଅନ୍ତା ଜଳିଗଲେ ୪ ଛାତ୍ର, ଏଲ୍‌ପିଜି କିଟ୍‌ ଯୋଗୁ ନିଆଁ ଲାଗିଥିବା ସନ୍ଦେହ

ଚଣ୍ଡୀଗଡ଼: ୧୨ ଜଣ ଛାତ୍ରଛାତ୍ରୀ ଥିବା ଏକ ସ୍କୁଲ ବସ୍‌ରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ହୋଇଛି। ପଞ୍ଜାବର ସଙ୍ଗୁର ଜିଲ୍ଲାର ଲୋଙ୍ଗୋୱାଲ ସହରରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳ ପାଖରେ କାମ କରୁଥିବା କିଛି ଧାଇଁଆସି ୮ ଜଣଙ୍କୁ ଉଦ୍ଧାର କରିପାରିଥିଲେ। ଅନ୍ୟ ୪ ଜଣ ଗାଡ଼ି ଭତରେ ହିଁ ଜଳିଯାଇଥିଲେ। ତେବେ ନିଆଁର କାରଣ ଏଯାଏ ଜଣାପଡ଼ିନାହିଁ। ମୃତ ଓ ଆହତ ଛାତ୍ରମାନଙ୍କ ବୟସ ୧୦-୧୨ ବର୍ଷ ହେବ। ନିଆଁ ଲାଗିବା ପରେ […]

Van

Van

Subrat Kumar Nayak
  • Published: Saturday, 15 February 2020
  • Updated: 15 February 2020, 09:15 PM IST

Sports

Latest News

ଚଣ୍ଡୀଗଡ଼: ୧୨ ଜଣ ଛାତ୍ରଛାତ୍ରୀ ଥିବା ଏକ ସ୍କୁଲ ବସ୍‌ରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ହୋଇଛି। ପଞ୍ଜାବର ସଙ୍ଗୁର ଜିଲ୍ଲାର ଲୋଙ୍ଗୋୱାଲ ସହରରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳ ପାଖରେ କାମ କରୁଥିବା କିଛି ଧାଇଁଆସି ୮ ଜଣଙ୍କୁ ଉଦ୍ଧାର କରିପାରିଥିଲେ। ଅନ୍ୟ ୪ ଜଣ ଗାଡ଼ି ଭତରେ ହିଁ ଜଳିଯାଇଥିଲେ। ତେବେ ନିଆଁର କାରଣ ଏଯାଏ ଜଣାପଡ଼ିନାହିଁ।

ମୃତ ଓ ଆହତ ଛାତ୍ରମାନଙ୍କ ବୟସ ୧୦-୧୨ ବର୍ଷ ହେବ। ନିଆଁ ଲାଗିବା ପରେ ଏମାନଙ୍କୁ ବଞ୍ଚାଇବା ପାଇଁ ଡ୍ରାଇଭର ଡୋର୍‌ ଖୋଲିବାର ପୟାସ କରିଥିଲେ ହେଁ ଏଥିରେ ବିଫଳ ହୋଇଥିଲେ ବୋଲି ପୁଲିସ୍‌ କହିଛି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଘଟଣାରେ ଏକ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଘଟଣାସ୍ଥଳରେ ଡିସି ଏବଂ ଏସ୍‌ଏସ୍‌ପି ପହଞ୍ଚିଛନ୍ତି। ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ବୋଲି ସେ କହିଛନ୍ତି।

ଘଟଣାସ୍ଥଳକୁ ଯାଇଥିବା ଡେପୁଟୀ କମିଶନର ଘନଶ୍ୟାମ ଥୋରି କହିଛନ୍ତି, ଏହି ସ୍କୁଲର ପ୍ରିନ୍ସିପାଲ, ମ୍ୟାନେଜମେଣ୍ଟ ଏବଂ ଗାଡ଼ିଟିର ମାଲିକ ଓ ଡ୍ରାଇଭରଙ୍କ ନାମରେ ଆଇପିସିର ୩୦୪ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ, ପ୍ରାଥମିକ ତଦନ୍ତ କହୁଛି ଭ୍ୟାନ୍‌ଟି ଦୟନୀୟ ଅବସ୍ଥାରେ ଥିଲା। ଜିଲ୍ଲା ପରିବହନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ, ଏହା ବେଆଇନ ଭାବେ ଚଲାଯାଉଥିଲା। ଯଦି ସେ କିମ୍ବା ତାଙ୍କ କାର୍ଯ୍ୟାଳୟର କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କ ନାମରେ ଚାର୍ଜଶିଟ୍‌ କରାଯିବ।

ଥରି କହିଛନ୍ତି ଏହା ପୂର୍ବରୁ ଲୋଙ୍ଗୋୱାଲ ଭିତରେ ଥିଲା, ଏବେ ଏହାକୁ ବାହାରକୁ ନିଆଯାଇଛି। ଏହା ପଞ୍ଜାବ ସ୍କୁଲ ଏଜୁକେସନ୍‌ ବୋର୍ଡ ଅଧୀନରେ ସାମୟିକ ଭାବେ ଅନୁମୋଦନ ମିଳିଛି। କିନ୍ତୁ ଗାଡ଼ିର କାଗଜପତ୍ର ଠିକ ନାହିଁ। ପୁଲିସ୍‌ ସୂଚନା ଅନୁଯାୟୀ, ୧୯୯୦ ମସିହା ମଡେଲର ଏହି ଗାଡ଼ିରେ ଏଲ୍‌ପିଜି କିଟ୍‌ ଖଞ୍ଜାଯାଇଥିଲା। ଭ୍ୟାନ୍‌ରେ ନିଆଁ ଲାଗିବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସଙ୍ଗୁର ବିଧାୟକ ତଥା ଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା କହିଛନ୍ତି, ଘରୋଇ ‘ସିମ୍ରନ୍ ପବ୍ଲିକ୍‌ ସ୍କୁଲ’ ଶୁକ୍ରବାର ଏହି ‘ଅତି ପୁରୁଣା ଭ୍ୟାନ୍‌’ କିଣିଥିଲା। ସେ ପ୍ରତି ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ମଞ୍ଜୁର କରିଛନ୍ତି। ଆପ୍‌ ନେତା ତଥା ସଙ୍ଗୁର ସାଂସଦ ଘଟଣା ସ୍ଥଳକୁ ଯିବା ସହ କହିଛନ୍ତି, ସ୍କୁଲ ପକ୍ଷରୁ ପ୍ରଥମ ଥର ପାଇଁ ଆଜି ଏହି ଗାଡ଼ି ବ୍ୟବହାର କରାଯାଇଥିଲା। ସ୍କୁଲ ଅଫିସିଆଲ ଏବଂ ଗାଡ଼ିର ମାଲିକ ନାମରେ ହତ୍ୟା ମାମଲା ରୁଜୁ ହେଉ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos