ମାର୍ଚ୍ଚରୁ ଜୁନ୍ ମଧ୍ୟରେ ୨୯ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ସମ୍ପର୍କରେ କୌଣସି ସରକାରୀ ତଥ୍ୟ ନାହିଁ। ଗୃହରେ ସରକାର ଏ ନେଇ ସ୍ପଷ୍ଟ କରିଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସଡକ ପରିବହନ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ୨୯ ହଜାରରୁ ଅଧିକ ମୃତ୍ୟୁ ଘଟିଛି। ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଜାତୀୟ ରାଜପଥ ତଥା ଅନ୍ୟାନ୍ୟ ମାର୍ଗରେ ମୋଟ ୮୧,୩୮୫ ସଡ଼କ ଦୁର୍ଘଟଣା ଘଟିଛି ଏବଂ […]

accident-2

Subhransu Sekhar
  • Published: Wednesday, 23 September 2020
  • , Updated: 23 September 2020, 05:21 PM IST

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ରାସ୍ତାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ସମ୍ପର୍କରେ କୌଣସି ସରକାରୀ ତଥ୍ୟ ନାହିଁ। ଗୃହରେ ସରକାର ଏ ନେଇ ସ୍ପଷ୍ଟ କରିଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସଡକ ପରିବହନ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ସାରା ଦେଶରେ ସଡ଼କ ଦୁର୍ଘଟଣାରେ ୨୯ ହଜାରରୁ ଅଧିକ ମୃତ୍ୟୁ ଘଟିଛି।

ମାର୍ଚ୍ଚରୁ ଜୁନ୍ ମଧ୍ୟରେ ଜାତୀୟ ରାଜପଥ ତଥା ଅନ୍ୟାନ୍ୟ ମାର୍ଗରେ ମୋଟ ୮୧,୩୮୫ ସଡ଼କ ଦୁର୍ଘଟଣା ଘଟିଛି ଏବଂ ଏହି ଦୁର୍ଘଟଣାରେ ୨୯,୪୧୫ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏସବୁ ମଧ୍ୟରେ ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ୨୯,୪୧୫ ଜଣଙ୍କ ମଧ୍ୟରେ କେତେଜଣ ପ୍ରବାସୀ ଶ୍ରମିକ ଅଛନ୍ତି ସେ ସମ୍ପର୍କରେ କୌଣସି ଅଲଗା ତଥ୍ୟ ନାହିଁ।

ଲୋକସଭାରେ ସରକାର ଦେଇଥିବା ସୂଚନା ପରେ ବିରୋଧୀ ଦଳ ଏବେ ସରକାରଙ୍କୁ ଘେରି ରହିଛନ୍ତି। ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି ଯେ ଯଦିଓ ସରକାର ସିଧାସଳଖ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁର ଆକଳନ ଦେଉନାହାଁନ୍ତି। କିନ୍ତୁ ଦେଶରେ ବିଭିନ୍ନ ଲକଡାଉନ୍ ଚାଲିଥିବାବେଳେ ଏହି ଆକଳନ ସାମ୍ନାକୁ ଆସିଛି।

ଏଥିମଧ୍ୟରୁ ପ୍ରଥମ ୩୫ ରୁ ୪୦ ଦିନ ଦେଶରେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏହି ସମୟରେ ଯେତେବେଳେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ରାସ୍ତାରେ ବୁଲୁଥିଲେ ଏବଂ ସେହି ସମୟ ମଧ୍ୟରେ ରାସ୍ତାରେ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଖବର ଆସିଥିଲା।

କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ସରକାର ନିଜେ ସ୍ୱୀକାର କରିଛନ୍ତି ଯେ ମାର୍ଚ୍ଚରୁ ଜୁନ୍ ମଧ୍ୟରେ ୮୧,୩୮୫ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ୨୯,୪୧୫ ଲୋକ ପ୍ରାଣ ହରାଇ ସାରିଛନ୍ତି।

ବିରୋଧୀ ଦଳର ନେତା ପ୍ରଶ୍ନ ଉଠାଇଛନ୍ତି ଯେ ଏହି ମୃତ୍ୟୁ ସମୟରେ ଦେଶ ଲକଡାଉନ୍ ଥିଲା। ସାଧାରଣ ଦିନ ତୁଳନାରେ କେବଳ କିଛି ପ୍ରତିଶତ ଗାଡି ରାସ୍ତାରେ ଚାଲୁଥିଲା। ତେଣୁ ଏହି ଦୁର୍ଘଟଣା ସଂଖ୍ୟା ସାଧାରଣ  ଦିନ ତୁଳନାରେ ବହୁତ ଅଧିକ।

Related story