ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଘରେ ଆୟା ଭାବରେ କାମ କରୁଥିବା ଯାଜପୁରର ସରସ୍ୱତୀ ପାତ୍ରଙ୍କର ଦେହାନ୍ତ ହୋଇଛି। ସେ କିଛି ବର୍ଷ ହେବ ଡାଇବେଟିସ ରୋଗରେ ଆକ୍ରାନ୍ତ ଥିଲେ। ଗତ ମଙ୍ଗଳବାର ତାଙ୍କର ଗଙ୍ଗୁରାମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଦୀର୍ଘ ଛଅ ବର୍ଷ ହେବ ସରସ୍ୱତୀ ଗୌତିଙ୍କ ଘରେ ରହି ଆସୁଥିଲେ। ଲକଡାଉନ ସମୟରେ ମୃତ ଶରୀର ଯାଜପୁର ନଆସିପାରିବାରୁ ଗୌତମ ଗମ୍ଭୀର ଅନ୍ତିମ ସଂସ୍କାର କରି ମାନବିକତାର ପରିଚୟ ଦେଖାଇଛନ୍ତି।
ମୃତ ମହିଳାଙ୍କ ଘର ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ କୁସୁନପୁର ଗାଁର ବୋଲି ଜଣାପଡ଼ିଛି। ସରସ୍ୱତୀ ଅସୁସ୍ଥ ହୋଇ ପଡ଼ିବା ପରେ ଗମ୍ଭୀରଙ୍କ ପରିବାର ଲୋକେ ତାଙ୍କୁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଗତ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ସରସ୍ୱତୀଙ୍କ ପରିବାର ସହ ଗମ୍ଭୀର ଯୋଗାଯୋଗ କରିଥିଲେ ମଧ୍ୟ ଲକଡାଉନ ଯୋଗୁ ସେମାନେ ଦିଲ୍ଲୀ ଯିବା କିମ୍ବା ମୃତଦେହକୁ ନିଜ ଗାଁକୁ ପଠାଇବା ସମ୍ଭପର ହୋଇନଥିଲା। ଏହାପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଗମ୍ଭୀର ଯୋଗାଯୋଗ କରିଥିଲେ। ତେବେ କେନ୍ଦ୍ର ମନ୍ତ୍ରୀ ସରସ୍ୱତୀଙ୍କ ପରିବାର ସହ ଆଲୋଚନା କରିବା ପରେ ଦିଲ୍ଲୀରେ ଗୌତମ ଗମ୍ଭୀର ସରସ୍ୱତୀଙ୍କ ଅନ୍ତିମ ସଂସ୍କାର କରିଥିଲେ।
https://twitter.com/dpradhanbjp/status/1253250650105720832
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।