ନୂଆଦିଲ୍ଲୀ: ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଏବଂ ବିଜେପି ସାଂସଦ ଗୌତମ ଗମ୍ଭୀର କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ପୁଣିଥରେ ସହାୟତାର ହାତ ବଢ଼ାଇଛନ୍ତି। ଗମ୍ଭୀର ଦିଲ୍ଲୀ ସରକାରଙ୍କୁ ପୁଣିଥରେ ନିଜ ସାଂସଦ ପାଣ୍ଠିରୁ ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏ ନେଇ ଦିଲ୍ଲୀ ସରକାରଙ୍କୁ ଦେଇଥିବା ଏକ ପତ୍ରରେ ଗମ୍ଭୀର ଲେଖିଛନ୍ତି, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଦ୍ୱାରା କୁହାଯାଇଛି ଯେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ମେଡିକାଲ୍ ସମ୍ବନ୍ଧିତ ସାମଗ୍ରୀ କିଣିବା ପାଇଁ ଫଣ୍ଡର ଆବଶ୍ୟକତା ରହିଛି। ଏହି କାରଣରୁ ମୁଁ ଏହି ଅର୍ଥରାଶି ପ୍ରଦାନ କରିଛି।
ଗମ୍ଭୀର ଆହୁରି କହିଛନ୍ତି, "ମୁଁ ଦୁଇ ସପ୍ତାହ ତଳେ ୫୦ଲକ୍ଷ ଟଙ୍କାର ସହାୟତା କରିସାରିଛି ଏବଂ ନିଜ ସାଂସଦ ପାଣ୍ଠିରୁ ଆଉ ୫୦ଲକ୍ଷ ଟଙ୍କା ସହାୟତା କରିବାକୁ ଚାହୁଁଛି। ମୋର ଏହି ଅର୍ଥରାଶିର ବିନିଯୋଗ ମେଡିକାଲ୍ ଉପକରଣ କିଣିବାରେ ନିଶ୍ଚିତ ସହାୟକ ହେବ ବୋଲି ମୋର ଆଶା। ଏଭଳି ଏକ ସଙ୍କଟ ସମୟରେ ଦିଲ୍ଲୀ ନାଗରିକଙ୍କ ସହାୟତା କରିବା ଆମର ସବୁଠାରୁ ବଡ଼ କର୍ତ୍ତବ୍ୟ।"
CM @ArvindKejriwal & his Dy say funds are needed. Though their massive egos didn't allow them to take 50 L from my LAD fund earlier, I pledge 50 L more so that innocents don't suffer!
1 CR would at least solve urgent need for masks & PPE kits for days Hope they prioritize Delhi pic.twitter.com/b1ve6gkWOZ
— Gautam Gambhir (@GautamGambhir) April 6, 2020
ସୂଚନାଯୋଗ୍ୟ, ପୂର୍ବ ଦିଲ୍ଲୀର ସାଂସଦ ଗମ୍ଭୀର ଏହା ପୂର୍ବରୁ ନିଜର ଦୁଇବର୍ଷର ଦରମା ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିସାରିଛନ୍ତି। ଏହାବ୍ୟତୀତ ଗମ୍ଭୀର ନିଜ ସାଂସଦ ଫଣ୍ଡରୁ ୧କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିଛନ୍ତି। ସେହିପରି ଗମ୍ଭୀରଙ୍କ ଫାଉଣ୍ଡେସନ୍ ମଧ୍ୟ ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି ଏବଂ ୭ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଛନ୍ତି।