ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନ ଥିଲା ଦେଶର ଲୋକମାନେ ଇଣ୍ଟରନେଟରେ ଗୁଗୁଲକୁ ଯାଇ କିଭଳି ଓଜନ ବଢ଼ାଇବେ ଏବଂ କମାଇବେ ସର୍ଚ୍ଚ କରି ପଢ଼ୁଥିଲେ ଅବା ଭିଡିଓ ଦେଖୁଥିଲେ। ହେଲେ ଏବେ ଭାରତୀୟ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପସନ୍ଦ ବଦଳିଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୁଗୁଲ ଏକ ସର୍ଭେ କରିଛି। ଯେଉଁଥିରେ ଓଡ଼ିଶାର ଫୋନି ବାତ୍ୟା, ରାନୁ ମଣ୍ଡଳ ଆଦି ସ୍ଥାନ ପାଇଛି।
ପ୍ରତିଦିନ, ସପ୍ତାହରେ, ମାସକରେ ଏବଂ ବର୍ଷକ ମଧ୍ୟରେ ଯାହା ଗୁଗୁଲରେ ଲୋକମାନେ ଅଧିକ ପଢ଼ନ୍ତି କିମ୍ୱା ଖୋଜନ୍ତି ତାହାକୁ ଟ୍ରେଣ୍ଡିଂ କୁହାଯାଏ। ବର୍ଷ ୨୦୧୯ ଶେଷ ହୋଇଆସୁଥିବା ବେଳେ ଏବେ ଚଳିତ ବର୍ଷ ଗୁଗୁଲର କଣ ଟ୍ରେଣ୍ଡିଂ ଥିଲା ଏବଂ ଲୋକମାନେ ଅଧିକ କ’ଣ ଖୋଜିଛନ୍ତି ସେ ବାବଦରେ ଗୁଗୁଲ ଏକ ରିପୋର୍ଟ ପ୍ରକାଶ କରିଛି।
ସମସ୍ତ ପ୍ରସଙ୍ଗକୁ ନେଇ ଚଳିତବର୍ଷ ଦେଶର ସାଧାରଣ ନିର୍ବାଚନ ସାଙ୍ଗକୁ କ୍ରିକେଟ ବିଶ୍ୱକପ ଥିଲା। ଗୁଗୁଲରେ ଭାରତୀୟମାନେ କ୍ରିକେଟ ବାବଦରେ ଅଧିକ ଖୋଜିଥିବା ବେଳେ ଦ୍ୱିତୀୟରେ ଲୋକସଭା ନିର୍ବାଚନ ସଂକ୍ରାନ୍ତୀୟ ଖବର ଖୋଜିଛନ୍ତି। ସେହିପରି ତୃତୀୟରେ ଚନ୍ଦ୍ରଯାନ-୨ ଚତୁର୍ଥରେ ବଲିଉଡର ବ୍ଲକ ବଷ୍ଟର ହିନ୍ଦୀ ଫିଲ୍ମ କବୀର ସିଂହ, ପଞ୍ଚମରେ ହଲିଉଡ ଫିଲ୍ମ ଆଭେଞ୍ଜର, ଷଷ୍ଠରେ ଧାରା ୩୭୦, ସପ୍ତମରେ ଏନଇଇଟି ରେଜଲ୍ଟ, ଅଷ୍ଟମରେ ଜୋକର, ନବମରେ କ୍ୟାପଟେନ ମାର୍ଭେଲ ଏବଂ ଦଶମରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବାବଦରେ ଲୋକ ଅଧିକ ଲୋକ ପଢ଼ିଛନ୍ତି।
ସେହିପରି ‘ ନିଅର ମି (ପାଖରେ କଣ ରହିଛି)’ ଯେଉଁଥିରେ ଡ୍ୟାନ୍ସ କ୍ଲାସ ପାଖରେ କେଉଁଠି ରହିଛି ବୋଲି ଅଧିକ ଲୋକ ଖୋଜିଥିବା ବେଳେ ସେଲୁନ, କଷ୍ଟମର କେୟାର, ମୋବାଇଲ ଷ୍ଟୋର ଏବଂ ଶାଢ଼ୀ ଦୋକାନ ପାଖରେ କେଉଁଠି ରହିଛି ବୋଲି ଅଧିକ ଲୋକ ଗୁଗୁଲରେ ସର୍ଚ୍ଚ କରିଛନ୍ତି ବୋଲି ଜଣାପଡ଼ିଛି।
‘ ହାଓ୍ୱ ଟୁ (କିଭଳି ହେବ)’କୁ ନେଇ ଲୋକମାନେ ଭୋଟ କିଭଳି ଦିଆଯିବ ସେ ବାବଦରେ ଅଧିକ ଲୋକ ସର୍ଚ୍ଚ କରିଥିବା ବେଳେ ଦ୍ୱିତୀୟରେ ପାନ୍ ଓ ଆଧାର କାର୍ଡ ଲିଙ୍କ୍, ଭୋଟର ତାଲିକାରେ ନାମ ଖୋଜିବା, ଏନଇଇଟି ରେଜଲ୍ଚ ଏବଂ ଟ୍ରାଇ କିଭଳି ଚ୍ୟାନେଲମାନଙ୍କୁ ଚିହ୍ନଟ କରେ ସେ ବାବଦରେ ଲୋକମାନେ ଅଧିକ ସର୍ଚ୍ଚ କରିଛନ୍ତି।
‘ହ୍ୱାଟ୍ ଇଜ୍ (କ’ଣ ଏହା)’ ଲେଖି ଲୋକମାନେ ଧାରା ୩୭୦, ଏକଜିଟ ପୋଲ୍, ବ୍ଲାକ ହୋଲ୍, ହାଓ୍ୱଡି ମୋଦି ଓ ଇ-ସିଗାରେଟ ବାବଦରେ ଜାଣିବା ପାଇଁ ଅଧିକ ଲୋକ ସର୍ଚ୍ଚ କରିଛନ୍ତି।
ଖେଳ ବାବଦରେ ଲୋକମାନେ କ୍ରିକେଟ ବିଶ୍ୱକପ, ପ୍ରୋ କବାଡି ଲିଗ, ଓ୍ୱିମ୍ୱଲେଡନ, କୋପା ଆମେରିକା, ଅଷ୍ଟ୍ରେଲିଆ ଓପେନ ଅଧିକ ସର୍ଚ୍ଚ କରିଛନ୍ତି।
ନ୍ୟୁଜ୍ ବାବଦରେ ପର୍ଯ୍ୟାୟକ୍ରମେ ଲୋକସଭା ନିର୍ବାଚନ, ଚନ୍ଦ୍ରଯାନ ୨, ଧାରା ୩୭୦, ପିଏମ କିଷାନ ଯୋଜନା, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ, ହରିଆନା ବିଧାନସଭା ନିର୍ବାଚନ, ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ, ବାତ୍ୟା ଫୋନି, ଅଯୋଧ୍ୟା ରାୟ, ଆମାଜନ ଜଙ୍ଗଲରେ ନିଆଁ ବାବଦରେ ଅଧିକ ଲୋକ ଗୁଗୁଲରେ ସର୍ଚ୍ଚ କରି ପଢ଼ିଛନ୍ତି।
ବ୍ୟକ୍ତିତ୍ୱ ବାବଦରେ ଅଧିକ ଲୋକ ପ୍ରଥେମେ ଯବାନ ଅଭିନନ୍ଦନ ବର୍ତ୍ତମାନ, ଲତା ମଙ୍ଗେସକର, ଯୁବରାଜ ସିଂହ, ଭିକି କୌଶଲ, ଋଷଭ ପନ୍ତ, ରାନୁ ମଣ୍ଡଳ, ତର ସୁତାରିଆ, ସିଦ୍ଧାର୍ଥ ଶୁକ୍ଳା, କୋଏଲା ମିତ୍ର ବାବଦରେ ଲୋକମାନେ ଅଧିକ ପଢ଼ିଛନ୍ତି।
ସେହିପରି ଲେ ଫୋଟୋ ଲେ, ତେରି ମେରୀ କାହାନୀ, ତେରି ପ୍ୟାରୀ ପ୍ୟାରୀ ଦୋ ଆଖିଁଆ, ବାସ୍ତେ, କୋକା କୋଲା ତୁ, ଲଡକି ଆଖଁ ମାରେ ଭଳି ଗୀତ ରହିଛି।
ସୂଚନାଯୋଗ୍ୟ, ଖାଲି ଭାରତ ନୁହେଁ ବିଶ୍ୱର ଅନେକ ଦେଶର ଟ୍ରେଣ୍ଡିଂକୁ ନେଇ ଗୁଗୁଲ ତା’ର ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଛି।