ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଲେ ସରକାର

ନୂଆଦିଲ୍ଲୀ: ସରକାର ସୋମବାର (ସେପ୍ଚେମ୍ୱର ୧୪)ରେ ବିଦେଶକୁ ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। ପିଆଜର ଅଭାବ ଦେଶରେ ନହେଉ ବୋଲି ବିଚାର କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିକଟରେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ ପିଆଜ ଚାଷ ପ୍ରଭାବିତ ହୋଇଛି। ତେଣୁ ପିଆଜ ରପ୍ତାନୀ ଉପରେ ସରକାର ରୋକ୍ ଲଗାଇଛନ୍ତି। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି। କରୋନା ସମୟରେ ବିପୁଳ ପରିମାଣରେ […]

onion

Subhransu Sekhar
  • Published: Tuesday, 15 September 2020
  • , Updated: 15 September 2020, 02:32 AM IST

ନୂଆଦିଲ୍ଲୀ: ସରକାର ସୋମବାର (ସେପ୍ଚେମ୍ୱର ୧୪)ରେ ବିଦେଶକୁ ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଛନ୍ତି। ପିଆଜର ଅଭାବ ଦେଶରେ ନହେଉ ବୋଲି ବିଚାର କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନିକଟରେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ ପିଆଜ ଚାଷ ପ୍ରଭାବିତ ହୋଇଛି। ତେଣୁ ପିଆଜ ରପ୍ତାନୀ ଉପରେ ସରକାର ରୋକ୍ ଲଗାଇଛନ୍ତି। ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି।

କରୋନା ସମୟରେ ବିପୁଳ ପରିମାଣରେ ପିଆଜ ବିଦେଶକୁ ରପ୍ତାନୀ କରାଯାଇଛି। ଏବେ କିନ୍ତୁ ଅଭାବ ଦେଖାଯିବାର ଆଶଙ୍କା କରି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ଅନ୍ୟପଟେ ପିଆଜ କିଲୋ ପିଛା ୧୫ରୁ ୨୦ ଟଙ୍କା ପରିବର୍ତ୍ତେ ଏବେ କିଲୋ ପିଛା ୪୫ରୁ ୫୦ ଟଙ୍କା ହୋଇଥିବା ସୂଚନା ରହିଛି।

ଭାରତର ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶରେ ଅତ୍ୟଧିକ ବର୍ଷା ହୋଇଛି। ତେଣୁ ଖରାରେ ବୁଣାଯାଇଥିବା ଫସଲକୁ କ୍ଷତି ପହଞ୍ଚାଇଛି। ସେହିପରି ଅନ୍ୟ ରାଜ୍ୟରେ ଅମଳ କରିବାରେ ବିଳମ୍ବ କରିଛି ଏହି ବୃଷ୍ଟିପାତ ବୋଲି ମୁମ୍ବାଇ ସ୍ଥିତ ପିଆଜ ରପ୍ତାନିକାରୀ ସଂଘର ସଭାପତି ଅଜିତ ଶାହା କହିଛନ୍ତି। ମାର୍ଚ୍ଚରେ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟତା କରିବା ପାଇଁ ସରକାର ପିଆଜ ରପ୍ତାନୀ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇଥିଲେ। ସରକାର ଗତ ବର୍ଷ ସେପ୍ଟେମ୍ବରରେ ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ପଶ୍ଚିମ ମହାରାଷ୍ଟ୍ରର ଲାସାଲଗାଓଁରେ ଭାରତର ବୃହତ୍ତମ ପିଆଜ ଗୋଦାମ ରହିଛି। ଏବେ ଏହି ଗୋଦାମରେ ମାସକ ମଧ୍ୟର ପିଆଜ ଦାମ ଟନ୍ ପିଛା ୩୦, ୦୦୦ ଟଙ୍କା ରହିଛି।

ପିଆଜ ରପ୍ତାନୀ କରିବାରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ରପ୍ତାନୀକାରୀ ଦେଶ। ବାଂଲାଦେଶ, ନେପାଳ, ମାଲେସିଆ ଏବଂ ଶ୍ରୀଲଙ୍କା ଭଳି ଦେଶକୁ ଭାରତ ପିଆଜ ରପ୍ତାନୀ କରେ। ଏହି ଦେଶ ଗୁଡ଼ିକ ପିଆଜ ପାଇଁ ଭାରତ ଉପରେ ମୁଖ୍ୟତଃ ନିର୍ଭର କରନ୍ତି।

Related story