ଦେଶର ଶିକ୍ଷା ସଂସ୍କାର ବିର୍ଲା-ଅମ୍ୱାନୀଙ୍କ ରିପୋର୍ଟ ଆଧାରରେ ପ୍ରସ୍ତୁତ!

ନୂଆଦିଲ୍ଲୀ: ନୂଆ ଶିକ୍ଷା ସଂସ୍କାର ନାଁରେ ମୋଦି ସରକାର ୧୯ ବର୍ଷ ପୂର୍ବେ ଏନଡିଏ ସରକାରକୁ ବିର୍ଲା-ଅମ୍ୱାନୀ ଦେଇଥିବା ଶିକ୍ଷା ସଂସ୍କାର ରିପୋର୍ଟକୁ ଆପଣାଇଛନ୍ତି। କେରଳର ସିପିଏମ ସାଂସଦ କେ.କେ. ରଗେଶ ଏହା କହିଛନ୍ତି। ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ରିଲାଏନ୍ସର ସେତେବେଳର ଆବାହକ ମୁକେଶ ଅମ୍ୱାନୀ ଏବଂ ବିର୍ଲା କମ୍ପାନୀର ଅଧ୍ୟକ୍ଷ କୁମାରମଙ୍ଗଳମ ବିର୍ଲା ଶିକ୍ଷା ସଂସ୍କାରକୁ ନେଇ ଅଟଳ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ଯାହାକି ଲାଗୁ ହୋଇନଥିଲା। ଏବେ ଏହାକୁ ନୂଆ […]

ambani birla

ambani birla

Subhransu Sekhar
  • Published: Friday, 29 November 2019
  • Updated: 29 November 2019, 05:16 PM IST

ନୂଆଦିଲ୍ଲୀ: ନୂଆ ଶିକ୍ଷା ସଂସ୍କାର ନାଁରେ ମୋଦି ସରକାର ୧୯ ବର୍ଷ ପୂର୍ବେ ଏନଡିଏ ସରକାରକୁ ବିର୍ଲା-ଅମ୍ୱାନୀ ଦେଇଥିବା ଶିକ୍ଷା ସଂସ୍କାର ରିପୋର୍ଟକୁ ଆପଣାଇଛନ୍ତି। କେରଳର ସିପିଏମ ସାଂସଦ କେ.କେ. ରଗେଶ ଏହା କହିଛନ୍ତି। ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ରିଲାଏନ୍ସର ସେତେବେଳର ଆବାହକ ମୁକେଶ ଅମ୍ୱାନୀ ଏବଂ ବିର୍ଲା କମ୍ପାନୀର ଅଧ୍ୟକ୍ଷ କୁମାରମଙ୍ଗଳମ ବିର୍ଲା ଶିକ୍ଷା ସଂସ୍କାରକୁ ନେଇ ଅଟଳ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ଯାହାକି ଲାଗୁ ହୋଇନଥିଲା। ଏବେ ଏହାକୁ ନୂଆ ଶିକ୍ଷା ସଂସ୍କାର ନାଁରେ କେନ୍ଦ୍ର ସରକାର ଲାଗୁ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଜେଏନୟୁରେ ଫି’ ବୃଦ୍ଧି, ଆଇଆଇଟି ଏବଂ ଏମ୍ସ ଭଳି ଶିକ୍ଷାନୁଷ୍ଠାନରେ ଫି’ ବୃଦ୍ଧି ପ୍ରସ୍ତାବ ଦେବା ଏବଂ ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟରେ ଫି’ ବୃଦ୍ଧି ହେବା ଅମ୍ୱାନୀ-ବିର୍ଲାଙ୍କ ଶିକ୍ଷା ସଂସ୍କାରର ପ୍ରତିଫଳନ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ଏପ୍ରିଲ ୨୦୦୦ରେ ଅମ୍ୱାନୀ-ବିର୍ଲା ‘ରିପୋର୍ଟ ଅନ ଏ ପଲିସି ଫ୍ରେମଓ୍ୱାର୍କ ଇନ୍ ଏଜୁକେଶନ’ ନାମରେ ବାଜପେୟୀ ସରକାରଙ୍କୁ ରିପୋର୍ଟ ଦେଇଥିଲେ। ଯେଉଁଥିରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଗ୍ରାମାଞ୍ଚଳର ବିକାଶ ପ୍ରଧାନମନ୍ତ୍ରୀଙ୍କ ଶିଳ୍ପ ଏବଂ ବ୍ୟବସାୟ ପରିଷଦର ଅଧୀନରେ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ସେହିପରି ପାଠ ପଢ଼ିବା ପାଇଁ ଋଣ ବ୍ୟବସ୍ଥା, ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ରିପୋର୍ଟରେ ଥିଲା ବୋଲି କେରଳର ଏହି ସାଂସଦ କହିଛନ୍ତି।

ଶିକ୍ଷାରେ ବିଦେଶୀ ପୁଞ୍ଜିନିବେଶ କରିବାକୁ ଯାଇ, ବିଶ୍ୱବିଦ୍ୟାଳୟର ଫି’ ବଢ଼ାଇବା, ଏଫଡିଆଇ ଓ ଘରୋଇ ବିଶ୍ୱବିଦ୍ୟାଳୟରେ ଏଫଡିଆଇ ଲାଗୁ କରିବା ପାଇଁ ପରାମର୍ଶ ଦିଆାଇଥିଲା। ଏହାଦ୍ୱାରା ଦେଶର ଶିକ୍ଷା ଓ ବୈଷୟିକ ଜ୍ଞାନରେ ସୁଧାର ଆସିବ ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା ବୋଲି ସେ କହିଛନ୍ତି।

ଏଥିସହ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ସମସ୍ତ ରାଜନୀତିକ ଦଳ ଦୂରେଇ ରହିବା ପାଇଁ ସମସ୍ତ ଦଳ ସହମତି ପ୍ରକାଶ କରିବା ଦରକାର ବୋଲି ରିପୋର୍ଟରେ ଉଲ୍ଲେଖ ଥିଲା। ସରକାର ବିର୍ଲା-ଅମ୍ୱାନୀଙ୍କ ପ୍ରସ୍ତାବ ଗ୍ରହଣ କରିଥିବା କେବେ କହି ନାହାନ୍ତି। ହେଲେ ସେହି ରିପୋର୍ଟରେ ଥିବା ଅନେକ ପ୍ରସ୍ତାବ ଏବେ କାର୍ଯ୍ୟକାରୀ କରାଯାଉଛି ବୋଲି ଏହି ସିପିଏମ ସାଂସଦ କହିଛନ୍ତି।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ସରକାର ଏବେ ସରକାରୀ ବିଶ୍ୱବିଦ୍ୟାଳୟର ଫି’ ବୃଦ୍ଧି କରିଛନ୍ତି। ଯାହାକୁ ଛାତ୍ରମାନେ ବିରୋଧ କରୁଛନ୍ତି। ହେଲେ ଆଗାମୀ ଦିନରେ ଜିଓ ଭଳି ବିଶ୍ୱବିଦ୍ୟାଳୟ ଆରମ୍ଭ ହେବ। ଯେଉଁଠି ନା ଶିକ୍ଷକ ଥିବା ନା ଛାତ୍ର। ହେଲେ ସେହି ବିଶ୍ୱବିଦ୍ୟାଳୟ ଗୌରବ ବଢ଼ାଇବ ବୋଲି ତାତ୍ସଲ୍ୟ କରି କହିଛନ୍ତି।

ଏବେ ମୋଦି ସରକାରଙ୍କ ସମୟରେ ଦେଶର ଅନେକ ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ ଫି’ ବଢ଼ିଛି। ଏମିତିକି ଶିକ୍ଷା ଉପକାର ପାଇଁ ଥିବା ୮୯ ହଜାର କୋଟି ଟଙ୍କା ଗାଏବ ହୋଇଯାଇଛି। ନିକଟରେ ସିଏଜି ଏକ ରିପୋର୍ଟ ପ୍ରକାଶ କରିଥିଲେ, ଯେଉଁଥିରେ ସରକାରୀ ଖର୍ଚ୍ଚ ଅପର୍ଯ୍ୟାପ୍ତ ଭାବରେ ଖର୍ଚ୍ଚ ହୋଇଛି ବୋଲି ଇଙ୍ଗିତ କରାଯାଇଛି ବୋଲି ରାଗେଶ କହିଛନ୍ତି। ତେବେ କେରଳର ସିପିଏମ ସାଂସଦ ଯେଉଁ ଅଭିଯୋଗ ଆଣିଛନ୍ତି ସେ ବାବଦରେ ବିଜେପି କିମ୍ୱା ସରକାରଙ୍କ ଜବାବ ମିଳି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story