ଉତ୍ତର ପୂର୍ବକୁ ବାଣିଜ୍ୟିକ ହବ୍‌ କରିବାକୁ ସରକାର ଚାହୁଁଛନ୍ତି: ରାଜନାଥ

ଶିଲଂ: ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସହ ବାଣିଜ୍ୟିକ କାରବାର ବୃଦ୍ଧି କରିବାକୁ ଏନଡିଏ ସରକାର ଉତ୍ତର ପୂର୍ବ ରାଜ୍ୟଗୁଡିକୁ ବାଣିଜ୍ୟିକ ହବ୍‌ କରିବାକୁ ଚାହୁଁଛନ୍ତି। ମଙ୍ଗଳବାର ଆସାମ୍ ରାଇଫଲ୍‌ ପକ୍ଷରୁ ଆୟୋଜିତ ସୈନିକ ସମ୍ମେଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସେ କହିଛନ୍ତି, “ବାଣିଜ୍ୟିକ ହବ୍‌ ହେବା ପୂର୍ବରୁ ଏହି ରାଜ୍ୟଗୁଡିକରେ ପ୍ରଥମେ ଗମନାଗମନ ଓ ବିଭିନ୍ନ କ୍ଷେତ୍ରରେ ବିକାଶ ସାଧନ ହେବା ଦରକାର। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି […]

rajnath singh

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 12:09 PM IST

ଶିଲଂ: ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ସହ ବାଣିଜ୍ୟିକ କାରବାର ବୃଦ୍ଧି କରିବାକୁ ଏନଡିଏ ସରକାର ଉତ୍ତର ପୂର୍ବ ରାଜ୍ୟଗୁଡିକୁ ବାଣିଜ୍ୟିକ ହବ୍‌ କରିବାକୁ ଚାହୁଁଛନ୍ତି। ମଙ୍ଗଳବାର ଆସାମ୍ ରାଇଫଲ୍‌ ପକ୍ଷରୁ ଆୟୋଜିତ ସୈନିକ ସମ୍ମେଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ।

ସେ କହିଛନ୍ତି, “ବାଣିଜ୍ୟିକ ହବ୍‌ ହେବା ପୂର୍ବରୁ ଏହି ରାଜ୍ୟଗୁଡିକରେ ପ୍ରଥମେ ଗମନାଗମନ ଓ ବିଭିନ୍ନ କ୍ଷେତ୍ରରେ ବିକାଶ ସାଧନ ହେବା ଦରକାର। ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଶାନ୍ତି ରକ୍ଷା କରାଯିବା ନିତାନ୍ତ ଆବଶ୍ୟକ। ଆମେ ରାଜ୍ୟ ସରକାର ସହ ମିଶି ଏହି ଅଞ୍ଚଳର ବିକାଶକୁ ପ୍ରଧାନ୍ୟ ଦେଉଛୁ।”

ସେ କହିଛନ୍ତି ସ୍ୱାଧୀନତାପରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ଉତ୍ତରପୂର୍ବ ରାଜ୍ୟଗୁଡିକରେ ଯେପରି ବିକାଶ ହେବା କଥା ତାହାହୋଇ ପାରିନାହିଁ। ଏଠାରେ ଶାନ୍ତି ପ୍ରତିଷ୍ଠା କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆମର ପ୍ରାଥମିକତା ରହିବ। ଏଥିପାଇଁ ରାଜ୍ୟବାସୀଙ୍କର ସହଯୋଗ ନିତାନ୍ତ ଆବଶ୍ୟକ।

Related story