ସିଏପିଏଫ୍ କ୍ୟାଣ୍ଟିନରେ ଏବେ ମିଳିବନି ସ୍ୱଦେଶୀ ଜିନିଷ

ନୂଆଦିଲ୍ଲୀ: ଜୁନ୍ ୧ରୁ ସାରା ଦେଶରେ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ୍) କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ଜିନିଷ ମିଳିବ। ଏ ନେଇ ଘୋଷଣା କରିଥିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବେ ଏହି ନିଷ୍ପତ୍ତିରୁ ଓହରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ସ୍ୱଦେଶ ସାମଗ୍ରୀ ଆଣିବା ନେଇ ଦେଶରେ ଥିବା ୪୦୦ରୁ ଅଧିକ କ୍ୟାଣ୍ଟିନରେ ଯେଉଁ ଅର୍ଡର ହୋଇଥିଲା ତାହା ଏବେ ସ୍ଥଗିତ ରଖାଯାଇଛି। ଏହି ସବୁ କ୍ୟାଣ୍ଟିନ ଉପରେ ୫୦ ଲକ୍ଷ ସଦସ୍ୟ ନିର୍ଭରଶୀଳ। ସୂଚନାଯୋଗ୍ୟ, ସ୍ୱଦେଶୀ […]

army (1)

army (1)

Subhransu Sekhar
  • Published: Thursday, 21 May 2020
  • Updated: 21 May 2020, 03:49 PM IST

Sports

Latest News

ନୂଆଦିଲ୍ଲୀ: ଜୁନ୍ ୧ରୁ ସାରା ଦେଶରେ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ୍) କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ଜିନିଷ ମିଳିବ। ଏ ନେଇ ଘୋଷଣା କରିଥିଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ଏବେ ଏହି ନିଷ୍ପତ୍ତିରୁ ଓହରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ। ସ୍ୱଦେଶ ସାମଗ୍ରୀ ଆଣିବା ନେଇ ଦେଶରେ ଥିବା ୪୦୦ରୁ ଅଧିକ କ୍ୟାଣ୍ଟିନରେ ଯେଉଁ ଅର୍ଡର ହୋଇଥିଲା ତାହା ଏବେ ସ୍ଥଗିତ ରଖାଯାଇଛି। ଏହି ସବୁ କ୍ୟାଣ୍ଟିନ ଉପରେ ୫୦ ଲକ୍ଷ ସଦସ୍ୟ ନିର୍ଭରଶୀଳ।

ସୂଚନାଯୋଗ୍ୟ, ସ୍ୱଦେଶୀ ଜିନିଷ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର ଦେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କ୍ୟାଣ୍ଟିନରେ ସ୍ୱଦେଶୀ ଜିନିଷ ରଖିବାକୁ ନିଷ୍ପତ୍ତି ନେଇଥିଲା। ସିଏପିଏଫରେ ୧୦ ଲକ୍ଷ ଯବାନ ରହିଛନ୍ତି। ତାଙ୍କ ପରିବାର ଲୋକଙ୍କୁ ମିଶାଇଲେ ମୋଟ୍ ୫୦ ଲକ୍ଷ ସଦସ୍ୟ ସିଏପିଏଫ କ୍ୟାଣ୍ଟିନ୍ ଉପରେ ନିର୍ଭରଶୀଳ। ଏହାଦ୍ୱାରା ଦେଶର ସ୍ୱଦେଶୀ ଜିନିଷ ଅଧିକ ବିକ୍ରି ହେବା ସହିଚ ଚାହିଦା ବଢ଼ିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଚିନ୍ତା କରିଥିଲା। ଏବେ କିନ୍ତୁ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos