ଗୁଜରାଟରେ ଖାଲି ପଡ଼ିଛି ୧୩,୦୦୦ ପ୍ରାଥମିକ ଶିକ୍ଷକ ପଦବୀ

ଅହମଦାବାଦ: ଗୁଜରାଟରେ ପ୍ରାଥମିକ ସ୍କୁଲ୍‌ଗୁଡ଼ିକରେ ୧୩,୦୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ନେଇ ବିରୋଧୀ କଂଗ୍ରେସ ଅଭିଯୋଗ କରି ଆସୁଥିବା ବେଳେ ନିକଟରେ ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲ୍‌ଗୁଡ଼ିକରେ ମୋଟ ୧,୮୦,୬୦୧ ଶିକ୍ଷକ ପଦବୀ ଅଛି। ତେବେ ଏବେ ୧,୬୭,୪୬୧ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ବାକି ୧୩,୧୪୦ ପଦବୀ ଖାଲି […]

Gujarat-Assembly

Rakesh Mallick
  • Published: Monday, 21 March 2016
  • , Updated: 21 March 2016, 06:30 AM IST

ଅହମଦାବାଦ: ଗୁଜରାଟରେ ପ୍ରାଥମିକ ସ୍କୁଲ୍‌ଗୁଡ଼ିକରେ ୧୩,୦୦୦ରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ନେଇ ବିରୋଧୀ କଂଗ୍ରେସ ଅଭିଯୋଗ କରି ଆସୁଥିବା ବେଳେ ନିକଟରେ ବିଧାନସଭାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଥିଲା।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲ୍‌ଗୁଡ଼ିକରେ ମୋଟ ୧,୮୦,୬୦୧ ଶିକ୍ଷକ ପଦବୀ ଅଛି। ତେବେ ଏବେ ୧,୬୭,୪୬୧ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ବାକି ୧୩,୧୪୦ ପଦବୀ ଖାଲି ପଡ଼ିଛି। ଏଥି ମଧ୍ୟରୁ କୁଚ୍‌ ଜିଲ୍ଲାରେ ସର୍ବାଧିକ ୨,୭୨୪ ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି। ସେହିପରି ବନସକାନ୍ଥ ଜିଲ୍ଲାରେ ୧,୭୪୧ଟି ପ୍ରାଥମିକ ଶିକ୍ଷକ ପଦବୀ ଖାଲିପଡ଼ିଥିବା ବେଳେ ପଞ୍ଚମହଲରେ ୯୩୫ ଓ ଦାହୋଦରେ ୯୧୨ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି।

ସେହିପରି ରାଜ୍ୟରେ ଉଚ୍ଚ ପ୍ରାଥମିକ ସ୍କୁଲ୍‌ (ଷଷ୍ଠରୁ ଅଷ୍ଟମ)ଗୁଡ଼ିକରେ ୨,୪୧୩ଟି ଗଣିତ ଓ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି।

 

Related story