ଗୁଜରାଟ: ଅନ୍ତର୍ବସ୍ତ୍ର ଖୋଲି ଋତୁସ୍ରାବ ହୋଇନଥିବା ପ୍ରମାଣ ଦେବାକୁ କହିଲେ କର୍ତ୍ତୃପକ୍ଷ!

ଭୁଜ୍‌: ଗୁଜରାଟର ଏକ କଲେଜ୍‌ରେ ୬୮ ଜଣ ଛାତ୍ରୀଙ୍କୁ ଅନ୍ତର୍ବସ୍ତ୍ର ଖୋଲି ଋତୁସ୍ରାବ ହୋଇନଥିବା ପ୍ରମାଣ ଦେବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ସେମାନେ ଏପରି କରି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରମାଣ ଦେଇଥିବା କୁହାଯାଉଛି। ଶ୍ରୀ ସହଜାନନ୍ଦ ଗାର୍ଲ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏପରି ଘଟିଛି। ଏହି କଲେଜ୍‌ଟି କ୍ରାନ୍ତିଗୁରୁ ଶ୍ୟାମାଜୀ କୃଷ୍ଣ ବର୍ମା କଚ୍ଛ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଛି। ଉକ୍ତ କଲେଜ୍‌ର ହଷ୍ଟେଲ କର୍ତ୍ତୃପକ୍ଷ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ ଆଣିଥିଲେ, କିଛି ଛାତ୍ରୀ ଋତୁସ୍ରାବ ସମୟରେ ଧାର୍ମିକ ନିୟମର […]

Bhuj

Bhuj

Subrat Kumar Nayak
  • Published: Friday, 14 February 2020
  • Updated: 14 February 2020, 09:07 PM IST

Sports

Latest News

ଭୁଜ୍‌: ଗୁଜରାଟର ଏକ କଲେଜ୍‌ରେ ୬୮ ଜଣ ଛାତ୍ରୀଙ୍କୁ ଅନ୍ତର୍ବସ୍ତ୍ର ଖୋଲି ଋତୁସ୍ରାବ ହୋଇନଥିବା ପ୍ରମାଣ ଦେବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ସେମାନେ ଏପରି କରି ହଷ୍ଟେଲ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରମାଣ ଦେଇଥିବା କୁହାଯାଉଛି।

ଶ୍ରୀ ସହଜାନନ୍ଦ ଗାର୍ଲ୍‌ସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଏପରି ଘଟିଛି। ଏହି କଲେଜ୍‌ଟି କ୍ରାନ୍ତିଗୁରୁ ଶ୍ୟାମାଜୀ କୃଷ୍ଣ ବର୍ମା କଚ୍ଛ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଛି। ଉକ୍ତ କଲେଜ୍‌ର ହଷ୍ଟେଲ କର୍ତ୍ତୃପକ୍ଷ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ ଆଣିଥିଲେ, କିଛି ଛାତ୍ରୀ ଋତୁସ୍ରାବ ସମୟରେ ଧାର୍ମିକ ନିୟମର ଉଲ୍ଲଂଘନ କରୁଥିବା ଅଭିଯୋଗ ଆସିବା ପରେ ଏପରି କରାଯାଇଛି। ଯଦିଓ ପୁଲିସ୍‌ ଅଭିଯୋଗ ହୋଇନି, ଏକ କମିଟି ଗଠନ କରି ତଦନ୍ତ ଆରମ୍ଭ ହୋଇଛି।

ଅହମ୍ମଦାବାଦ ମିରର ଅନୁଯାୟୀ ଜଣେ ଛାତ୍ରୀ କହିଛନ୍ତି, ପ୍ରିନ୍ସିପାଲ ଆମକୁ ବାହାରକୁ ଆଣି ଧାଡ଼ିରେ ଠିଆ କରିଥିଲେ। ଏହାପରେ ଗାଳି କରିବା ସହ ଅପମାନିତ କରିଥିଲେ ଏବଂ ପଚାରିଥିଲେ ଆମ ଭିତରୁ କାହାର ଋତୁସ୍ରାବ ହୋଇଛି। ଋତୁସ୍ରାବ ହେଉଥିବା ୨ ଜଣ ଭିତରକୁ ଯାଇଥିଲେ। ଅନ୍ୟମାନଙ୍କୁ ୱାଶ୍‌ରୁମ୍‌କୁ ନେଇ ଜଣଜଣ କରି ଶିକ୍ଷୟିତ୍ରୀମାନେ ଅନ୍ତର୍ବସ୍ତ୍ର ଖୋଲିବାକୁ କହି ଋତୁସ୍ରାବ ହୋଇଥିବା ଏବଂ ହୋଇନଥିବା ଯାଞ୍ଚ କରିଥିଲେ।

ଅନ୍ୟପକ୍ଷରେ କଲେଜ୍‌ ଟ୍ରଷ୍ଟି ପିଏଚ୍‌ ହିରାନୀ କହିଛନ୍ତି, ଆମେ ଦାତବ୍ୟ ଅନୁଷ୍ଠାନ ଚଲାଉ ଏବଂ ଖୁବ୍‌ କମ୍‌ ଫି’ ନେଇଥାଉ। କଲେଜ୍‌ ପରିସରରେ ମନ୍ଦିର ଥିବାରୁ ଧାର୍ମିକ ନିୟମ ପାଳନ କରିବାକୁ କୁହାଯାଇଛି। କିନ୍ତୁ ଛାତ୍ରୀଙ୍କ ସହ ଯାହା ହେଲା ତାହା ଠିକ୍‌ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos