ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ଘରେ ସିବିଆଇ ଚଢ଼ାଉ

ଚଣ୍ଡୀଗଡ଼: ମାନେସର ବେଆଇନ ଜମି ଆବଣ୍ଟନ ଅଭିଯୋଗ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ଘରେ ଆଜି ସିବିଆଇ ଚଢ଼ାଉ କରିଛି। ଦିଲ୍ଲୀ, ରୋହତକ, ମାନେସର ଓ ଚଣ୍ଡୀଗଡ଼ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି। ହୁଡ୍ଡାଙ୍କ ରୋହତକ ବାସଭବନ ଉପରେ ହୋଇଥିବା ଚଢ଼ାଉରେ ୧୨ରୁ ଅଧିକ ସିବିଆଇ ଅଧିକାରୀ ସାମିଲ୍ ହୋଇଥିଲେ। ସୂଚନାଯୋଗ୍ୟ, ୨୦୧୫ ସେପ୍ଟମ୍ୱରରେ ସିବିଆଇ ହୁଡ୍ଡାଙ୍କ ବିରୋଧରେ ବେଆଇନ ଜମି ଆବଣ୍ଟନ ଅଭିଯୋଗ ନେଇ ମାମଲା ରୁଜୁ କରିଥିଲା।

hooda

Rakesh Mallick
  • Published: Saturday, 03 September 2016
  • , Updated: 03 September 2016, 01:54 PM IST

ଚଣ୍ଡୀଗଡ଼: ମାନେସର ବେଆଇନ ଜମି ଆବଣ୍ଟନ ଅଭିଯୋଗ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ଘରେ ଆଜି ସିବିଆଇ ଚଢ଼ାଉ କରିଛି। ଦିଲ୍ଲୀ, ରୋହତକ, ମାନେସର ଓ ଚଣ୍ଡୀଗଡ଼ ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଛି।

ହୁଡ୍ଡାଙ୍କ ରୋହତକ ବାସଭବନ ଉପରେ ହୋଇଥିବା ଚଢ଼ାଉରେ ୧୨ରୁ ଅଧିକ ସିବିଆଇ ଅଧିକାରୀ ସାମିଲ୍ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୧୫ ସେପ୍ଟମ୍ୱରରେ ସିବିଆଇ ହୁଡ୍ଡାଙ୍କ ବିରୋଧରେ ବେଆଇନ ଜମି ଆବଣ୍ଟନ ଅଭିଯୋଗ ନେଇ ମାମଲା ରୁଜୁ କରିଥିଲା।

Related story