୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀଙ୍କୁ ପାକିସ୍ତାନ ସରକାର ନିଶାନ୍‌-ଏ-ହାଇଦର ସମ୍ମାନ ଦିଅନ୍ତୁ: ହେଡଲୀ

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ସାମରିକ ସମ୍ମାନ ହାଇଦର-ଏ-ପାକିସ୍ତାନ, ନିଶାନ୍‌-ଏ-ହାଇଦର ଦିଆଯିବା ଦରକାର ବୋଲି ମୁଖ୍ୟ ଅଭିଯୁକ୍ତ ଡେଭିଡ୍ ହେଡଲୀ କହିଛି। ଏ ନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ଆକ୍ରମଣ ଘଟଣାର ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକ୍କମ୍‌ କହିଛନ୍ତି। ନିକ୍କମ୍‌ କହିଛନ୍ତି “ଇଶରତ୍‌ ଜାହାନ ମାଧ୍ୟମରେ ସେ ଆସିଥିବା କଥାକୁ ହେଡ୍‌ଲୀ ଦୃଢ଼ ଭାବେ ଖଣ୍ଡନ କରି ଆସିଥିଲା। ହେଲେ ଗୁଜରାଟ ଏନ୍‌କାଉଣ୍ଟର ସମ୍ପର୍କରେ […]

ujjwal-nikam

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 12:10 PM IST

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ସାମରିକ ସମ୍ମାନ ହାଇଦର-ଏ-ପାକିସ୍ତାନ, ନିଶାନ୍‌-ଏ-ହାଇଦର ଦିଆଯିବା ଦରକାର ବୋଲି ମୁଖ୍ୟ ଅଭିଯୁକ୍ତ ଡେଭିଡ୍ ହେଡଲୀ କହିଛି। ଏ ନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ଆକ୍ରମଣ ଘଟଣାର ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ନିକ୍କମ୍‌ କହିଛନ୍ତି।

ନିକ୍କମ୍‌ କହିଛନ୍ତି “ଇଶରତ୍‌ ଜାହାନ ମାଧ୍ୟମରେ ସେ ଆସିଥିବା କଥାକୁ ହେଡ୍‌ଲୀ ଦୃଢ଼ ଭାବେ ଖଣ୍ଡନ କରି ଆସିଥିଲା। ହେଲେ ଗୁଜରାଟ ଏନ୍‌କାଉଣ୍ଟର ସମ୍ପର୍କରେ ଏନ୍‌ଆଇଏର ପଚରାଉଚରା ବେଳେ ଇଶରତ ସହ ର ସମ୍ପର୍କ ସମ୍ପର୍କରେ ମାନି ଥିଲା। କରୁଥିଲା ସେତେବେଳେ ସେ ମାନିଥିଲା ଯେ, ତା’ମାଧ୍ୟମ ହିଁରେ ଇଶରତତ ଜାହାଣ୍‌ ଏଥିରେ ସମ୍ପୃକ୍ତି ଥିଲା।”

୧୯୭୧ ଯୁଦ୍ଧରେ ଭାରତ ପକ୍ଷରୁ ତାଙ୍କ ସ୍କୁଲ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆକାଶମାର୍ଗରୁ ବୋମାମଡ଼ କରାଯାଇଥିଲା। ଯାହା ତାଙ୍କୁ ବହୁତ ଦୁଃଖ ଦେଇଥିଲା। ଏଥିରେ ବ୍ୟଥିତ ହୋଇ ସେ ଇସ୍କର-ଏ-ତୋଏବାରେ ସାମିଲ ହୋଇଥିଲା ବୋଲି ହେଡଲୀ କହିଛି।

ହେଡଲୀ ଆହୁରି କହିଛି ଯେ, ୨୬/୧୧ ଘଟଣା ପରେ ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ ତାଙ୍କ ଘରକୁ ଆସିଥିଲେ। ତାଙ୍କ ବାପା ପାକିସ୍ତାନ ରେଡିଓରେ ଡାଇରେକ୍ଟର ଭାବେ କାମ କରୁଥିଲେ। ୨୦୦୮ ଡିସେମ୍ବର ୨୫ରେ ତାଙ୍କ ବାପାଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ଗିଲାନୀ ତାଙ୍କ ଘରକୁ ଆସି ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ତେବେ ଗିଲାନୀ ଲସ୍କର-ଇ-ତୋଏବା ସହ ତାଙ୍କ ସମ୍ପୃକ୍ତି ସମ୍ପର୍କରେ କିଛି ଜାଣି ନ ଥିଲେ ବୋଲି ହେଡଲୀ କହିଛି।

Related story