ମୁଁ ଲଶ୍କର ସହିତ ସଂପୃକ୍ତ ବୋଲି ରାଣା ଜାଣିଥିଲେ: ହେଡଲୀ

ମୁମ୍ବାଇ: “ଲଶ୍କର-ଏ-ତୋଇବା ସହିତ ମୋର ସଂପର୍କ ଅଛି ବୋଲି ତାହାଉର ରାଣା ଜାଣିଥିଲେ।” ଆଜି ଭିଡିଓ ଲିଙ୍କ୍ ଜରିଆରେ ଜେରା ବେଳେ ଏ କଥା କହିଛି ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡାଭିଡ୍ କୋଲେମାନ୍ ହେଡଲୀ। ତାହାଉର ରାଣା ହେଉଛନ୍ତି ଜଣେ ପାକିସ୍ତାନୀ ନାଗରିକ। ସେ ଡାଭିଡଙ୍କର ଜଣେ ସହଯୋଗୀ। ସେ ଚିକାଗୋରେ ଏକ ଇମିଗ୍ରେସନ୍ ବ୍ୟବସାୟ ଚଳାଉଥିଲେ। ହେଡଲୀ କହିଛି,“ମୁଁ ଲଶ୍କର ସହିତ ସଂପୃକ୍ତ ଥିଲି ବୋଲି ରାଣା ଜାଣିଥିଲେ। ମୁଁ ତାଙ୍କୁ ଏ ବିଷୟରେ ଜଣାଇଥିଲି। ମୁଁ […]

david

Rakesh Mallick
  • Published: Wednesday, 23 March 2016
  • , Updated: 23 March 2016, 07:54 AM IST

ମୁମ୍ବାଇ: “ଲଶ୍କର-ଏ-ତୋଇବା ସହିତ ମୋର ସଂପର୍କ ଅଛି ବୋଲି ତାହାଉର ରାଣା ଜାଣିଥିଲେ।” ଆଜି ଭିଡିଓ ଲିଙ୍କ୍ ଜରିଆରେ ଜେରା ବେଳେ ଏ କଥା କହିଛି ପାକିସ୍ତାନୀ-ଆମେରିକୀୟ ଆତଙ୍କବାଦୀ ଡାଭିଡ୍ କୋଲେମାନ୍ ହେଡଲୀ।

ତାହାଉର ରାଣା ହେଉଛନ୍ତି ଜଣେ ପାକିସ୍ତାନୀ ନାଗରିକ। ସେ ଡାଭିଡଙ୍କର ଜଣେ ସହଯୋଗୀ। ସେ ଚିକାଗୋରେ ଏକ ଇମିଗ୍ରେସନ୍ ବ୍ୟବସାୟ ଚଳାଉଥିଲେ।

ହେଡଲୀ କହିଛି,“ମୁଁ ଲଶ୍କର ସହିତ ସଂପୃକ୍ତ ଥିଲି ବୋଲି ରାଣା ଜାଣିଥିଲେ। ମୁଁ ତାଙ୍କୁ ଏ ବିଷୟରେ ଜଣାଇଥିଲି। ମୁଁ ଲଶ୍କର ପାଇଁ ଗୁପ୍ତଚର କାମ କରୁଛି ବୋଲି ତାଙ୍କୁ କହିଥିଲି। ୨୬/୧୧ ମୁମ୍ବାଇ ଆକ୍ରମଣର ଚାରି ପାଞ୍ଚ ମାସ ପୂର୍ବରୁ ମୁଁ ତାଙ୍କୁ ଏ କଥା ଜଣାଇଥିଲି।”

ସେ ଆହୁରି ମଧ୍ୟ କହିଛି,“ଲଶ୍କର ସହିତ ମୋର ସଂପର୍କକୁ ରାଣା ବିରୋଧ କରିଥିଲେ। ମୋତେ ତାଙ୍କ ମୁମ୍ବାଇ ଅଫିସ୍ ଛାଡ଼ିବାକୁ କହିଥିଲେ। ମୁଁ ତାଙ୍କ ବିରୋଧକୁ ଗ୍ରହଣ କରିଥିଲି ଓ ସେଠାରୁ ଅଫିସ୍ ଉଠାଇ ନେବାକୁ ବ୍ୟବସ୍ଥା କରିଥିଲି। ଏହା ହେଉଛି ୨୦୦୮ ଜୁଲାଇ ମାସର କଥା।”

୨୬/୧୧ ମୁମ୍ବାଇ ଆକ୍ରମଣରେ ୫୫ ବର୍ଷୀୟ ହେଡଲୀ ସାକ୍ଷୀ ହୋଇଛି।

୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ଅନ୍ୟତମ ଅଭିଯୁକ୍ତ ଆବୁ ଜୁନ୍ଦଲଙ୍କ ଓକିଲ ଅବଦୁଲ ୱାହାବ ଖାନ୍ ଆଜି ହେଡଲୀଙ୍କୁ ଭିଡିଓ ଲିଙ୍କ୍ ମାଧ୍ୟମରେ କ୍ରସ୍-ଏକ୍‌ଜାମିନ୍ କରିଥିଲେ।

ହେଡଲୀ ତାର ବନ୍ଧୁ ରାଣା ସଂପର୍କରେ ଅନେକ କଥା କହିଥିବା ବେଳେ ନିଜ ପତ୍ନୀ ଶାଜିଆ ସଂପର୍କରେ କିଛି କହି ନାହିଁ। ଶାଜିଆଙ୍କ ସଂପର୍କରେ ସେ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲା। ସେ କହିଥିଲା ଯେ ଶାଜିଆ କେବେ ବି ତା ସହିତ ଭାରତ ଯାଇନଥିଲା। ତେବେ ଲଶ୍କର ସହିତ ତାଙ୍କର ସଂପର୍କ ବିଷୟରେ ଶାଜିଆ ଜାଣିଥିବା ହେଡଲୀ କହିଛି।

 

 

Related story