୨୯ରେ ଶପଥ ନେବେ ହେମନ୍ତ ସୋରେନ୍‌

ରାଞ୍ଚି: ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ହେମନ୍ତ ସୋରେନ୍‌ ଆଜି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ରଖିଛନ୍ତି। ସେ ଆସନ୍ତା ୨୯ ତାରିଖରେ ଶପଥ ନେବାର ଅଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ। ସେ ଏକ ମହାଗଠବନ୍ଧନ ସରକାରର ନେତୃତ୍ୱ ନେବାର ଅଛି। ରାଞ୍ଚିର ମୋରାବାଡ଼ିଠାରେ ଏହି ଶପଥ ଗ୍ରହଣ ଉତ୍ସବ ହେବାର ଅଛି ବୋଲି ସେ କହିଛନ୍ତି। ଆଜି ହେମନ୍ତ ରାଜ୍ୟପାଳଙ୍କୁ ଭେଟିବା ଅବସରରେ କହିଛନ୍ତି ତାଙ୍କ […]

soren

Subrat Kumar Nayak
  • Published: Tuesday, 24 December 2019
  • , Updated: 24 December 2019, 10:03 PM IST

ରାଞ୍ଚି: ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ମୁଖ୍ୟ ହେମନ୍ତ ସୋରେନ୍‌ ଆଜି ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ରଖିଛନ୍ତି। ସେ ଆସନ୍ତା ୨୯ ତାରିଖରେ ଶପଥ ନେବାର ଅଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ।

ସେ ଏକ ମହାଗଠବନ୍ଧନ ସରକାରର ନେତୃତ୍ୱ ନେବାର ଅଛି। ରାଞ୍ଚିର ମୋରାବାଡ଼ିଠାରେ ଏହି ଶପଥ ଗ୍ରହଣ ଉତ୍ସବ ହେବାର ଅଛି ବୋଲି ସେ କହିଛନ୍ତି।

ଆଜି ହେମନ୍ତ ରାଜ୍ୟପାଳଙ୍କୁ ଭେଟିବା ଅବସରରେ କହିଛନ୍ତି ତାଙ୍କ ସପକ୍ଷରେ ୫୦ ବିଧାୟକଙ୍କର ସମର୍ଥନ ରହିବ। ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଅଖିଲେଶ ଯାଦବ ଏବଂ କ୍ୟାପଟେନ୍‌ ଅମରିନ୍ଦର ସିଂହଙ୍କୁ ଶପଥ ଗ୍ରହଣ ଉତ୍ସବରେ ନିମନ୍ତ୍ରଣ କରାଯିବ।

ସୂଚନାଯୋଗ୍ୟ ଯେ, ଝାରଖଣ୍ଡରେ ବିଜେପି ଶାସନର ଅନ୍ତ ଘଟିବା ସହ ଜେଏମ୍‌ଏମ୍‌, କଂଗ୍ରେସ ଓ ଆରଜେଡିକୁ ବହୁମତ ମିଳିଛି। ଗତ ନିର୍ବାଚନରେ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି।

Related story