ହିଜବୁଲ୍ ମୁଜାହିଦ୍ଦୀନର ଜଣେ ଆତଙ୍କୀ ଗିରଫ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ବଡ଼ଗାମ୍ ଜିଲ୍ଲାରେ ସୁରକ୍ଷାକର୍ମୀମାନେ ହିଜ୍‌ବୁଲ୍ ମୁଜାହିଦ୍ଦୀନର ଜଣେ ଆତଙ୍କବାଦୀକୁ ଗିରଫ କରିଛନ୍ତି। ତା’ ନାଁ ଅବଦୁଲ୍ ହମିଦ୍ ନାଥ। ତାକୁ ବଡ଼ଗାମ୍ ଜିଲ୍ଲାର ବୀରୱା ଅଞ୍ଚଳର ରତ୍‌ସୁନା ଗାଁରୁ ଗିରଫ କରାଯାଇଛି। ସେନା ଓ ସିଆର୍‌ପିଏଫ୍‌ର ଏକ ମିଳିତ ଟିମ୍ ଗତକାଲି ରାତିରେ ରତ୍‌ସୁନାରେ ଚଢ଼ାଉ କରି ତାକୁ ଗିରଫ କରିଥିଲେ। ତା’ଠାରୁ ଗୋଟିଏ ଏକେ ରାଇଫଲ୍, ୮୪ ରାଉଣ୍ଡ ଗୁଳି ଓ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ଜବତ କରାଯାଇଛି।

indianarmy

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 11:55 AM IST

Related story