ଶ୍ରୀନଗର: ପାକ୍ ଆତଙ୍କୀ ସଂଗଠନ ହିଜବୁଲ୍ଲ ମୁଜାହିଦ୍ଦିନର କଶ୍ମୀର ମୁଖିଆ ହେଲା ଆତଙ୍କବାଦୀ ଗାଜି ହାଇଦର। ଆତଙ୍କୀ ରିଆଜ ନାଇକୁର ଦାୟିତ୍ୱକୁ ଗାଜି ହାଇଦରକୁ ଦେଇଛି ହିଜବୁଲ୍। ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହୋଇଥିଲା ଆତଙ୍କବାଦୀ ରିଆଜ ନାଇକୁ।
ହିଜବୁଲ ମୁଜାହିଦ୍ଦିନର ମୁଖିଆ ସୟଦ ସଲାଉଦ୍ଦିନର ଅନୁମତିକ୍ରମେ ଗାଜିକୁ କଶ୍ମୀରର ନୂଆ କମାଣ୍ଡର ଭାବରେ ଦାୟିତ୍ୱ ଦିଆଯାଇଛି। ସେହିପରି ଜାଫର-ଉଲ-ଇସଲାମକୁ ଗଜିର ଡେପୁଟି ଭାବରେ ହିଜବୁଲ ମତୟନ କରିଛି। ଆବୁ ତାରିଖକୁ ହିଜବୁଲର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।
ଶନିବାର ଅନ୍ତର୍ଜାତୀୟ ଆତଙ୍କୀର ମାନ୍ୟତା ପାଇଥିବା ହିଜବୁଲ ମୁଜାହିଦ୍ଦିନର ମୁଖିଆ ସୟଦ ସଲ୍ଲାଉଦ୍ଦିନର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ରିଆଜର ମୃତ୍ୟୁକୁ ନେଇ ସେ ଚିନ୍ତାରେ ଥିବା କହିଥିଲା। ରିଆଜର ମୃତ୍ୟୁ ପରେ ଭାରତର ପଲା ଭାରି ରହିଛି ବୋଲି ସେ କହିଥିଲା। ରିଆଜ ନାଇକୁର ମୃତ୍ୟୁର ଶୋକସଭା ଆୟୋଜନ ଅବସରରେ ଏଭଳି କହିଥିଲା ସୟଦ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।