‘ଅଗ୍ନିପଥ’ ନିଆଁ ପ୍ରଶମନ ପାଇଁ ଉଦ୍ୟମ: ମିଳିବ ୧୦% ସଂରକ୍ଷଣ, କୋହଳ ହେବ ବୟସ ସୀମା

ନୂଆଦିଲ୍ଲୀ: ସମଗ୍ର ଦେଶରେ ଲାଗିଥିବା ‘ଅଗ୍ନିପଥ’ ନିଆଁକୁ ପ୍ରଶମିତ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏକ ବଡ଼ ଘୋଷଣା। ସେଣ୍ଟ୍ରାଲ ଆର୍ମଡ ପୁଲିସ୍‌ ଫୋର୍ସ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ବେଳେ ‘ଅଗ୍ନିବୀର’ଙ୍କୁ ମିଳିବ ୧୦% ସଂରକ୍ଷଣ  । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, CAPF ଓ ଆସାମ ରାଇଫଲ୍ସରେ ଭର୍ତ୍ତି ହେବା ନିମନ୍ତେ ‘ଅଗ୍ନିବୀର’ଙ୍କ ଲାଗି ନିର୍ଦ୍ଧାରିତ ସର୍ବାଧିକ ପ୍ରବେଶ ବୟସ ସୀମାରେ ୩ ବର୍ଷ କୋହଳ କରାଯାଇଛି।  ଏହାବାଦ […]

indian_soldiers

indian_soldiers

Niharika Rout
  • Published: Saturday, 18 June 2022
  • Updated: 18 June 2022, 05:25 PM IST

Sports

Latest News

ନୂଆଦିଲ୍ଲୀ: ସମଗ୍ର ଦେଶରେ ଲାଗିଥିବା ‘ଅଗ୍ନିପଥ’ ନିଆଁକୁ ପ୍ରଶମିତ କରିବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏକ ବଡ଼ ଘୋଷଣା। ସେଣ୍ଟ୍ରାଲ ଆର୍ମଡ ପୁଲିସ୍‌ ଫୋର୍ସ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ବେଳେ ‘ଅଗ୍ନିବୀର’ଙ୍କୁ ମିଳିବ ୧୦% ସଂରକ୍ଷଣ  ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, CAPF ଓ ଆସାମ ରାଇଫଲ୍ସରେ ଭର୍ତ୍ତି ହେବା ନିମନ୍ତେ ‘ଅଗ୍ନିବୀର’ଙ୍କ ଲାଗି ନିର୍ଦ୍ଧାରିତ ସର୍ବାଧିକ ପ୍ରବେଶ ବୟସ ସୀମାରେ ୩ ବର୍ଷ କୋହଳ କରାଯାଇଛି।  ଏହାବାଦ ଏହି ଯୋଜନାରେ ସାମିଲ ହେବାକୁ ଥିବା ପ୍ରଥମ ବ୍ୟାଚ ନିମନ୍ତେ ଏହି କୋହଳକୁ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।  ‘ଅଗ୍ନିପଥ’ ଯୋଜନାରେ ସ୍ଥଳ, ନୌସେନା ଓ ବାୟୁ ସେବାରେ ଭର୍ତ୍ତି ହେବାକୁ ଥିବା ‘ଅଗ୍ନିବୀର’ ଙ୍କୁ CAPF ଓ ଆସାମ ରାଇଫଲ୍ସରେ ଭର୍ତ୍ତି ହେବା ନିମନ୍ତେ ପ୍ରାଥମିକତା ମିଳିବ । ଏହି ଯୋଜନା ଅଧୀନରେ ଚାରି ବର୍ଷ ସେବା ସମାପ୍ତ କରିଥିବା ‘ଅଗ୍ନିବୀର’ଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଦୀର୍ଘ ଦଶନ୍ଧି ଧରି ଚାଲି ଆସୁଥିବା ଏହି ପୁରୁଣା ପ୍ରତିରକ୍ଷା ନିଯୁକ୍ତି ପ୍ରକ୍ରିୟାରେ ଏପରି ଆମୁଳଚୂଳ ପରିବର୍ତ୍ତନ କରାଯାଇ ସ୍ଥଳ ସେନା, ନୌସେନା ଏବଂ ବାୟୁସେନାରେ ସୈନ୍ୟଙ୍କ ଭର୍ତ୍ତି  ନିମନ୍ତେ ଗତ ମଙ୍ଗଳବାର 'ଅଗ୍ନିପଥ' ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା।  ଯେଉଁଥିରେ ଚୁକ୍ତିନାମା ଅନୁଯାୟୀ ସୈନ୍ୟମାନଙ୍କୁ ସ୍ୱଳ୍ପକାଳୀନ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ, ଯାହାକୁ ନେଇ ସମଗ୍ର ଦେଶରେ ଜଳୁଛି ନିଆଁ। ଏହି ଯୋଜନା ଅଧୀନରେ ଚଳିତ ବର୍ଷ  ପ୍ରାୟ ୪୬ ହଜାର ସୈନ୍ୟଙ୍କୁ ନିଯୁକ୍ତି ଦିଆଯିବ। ‘ଅଗ୍ନିବୀର’ଙ୍କ ଚୟନ ନିମନ୍ତେ ବୟସ ସୀମା ସାଢେ ୧୭ ବର୍ଷରୁ ସାଢେ ୨୧ ବର୍ଷ ପର୍ଯ୍ୟନ୍ତ ରହିବ ।

ଏନେଇ ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ କରି କହିଥିଲେ,  ଦେଶର ଯୁବବର୍ଗଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ‘ଅଗ୍ନିପଥ’ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଦୁରଦର୍ଶୀ ପଦକ୍ଷେପ।  ଏହାଦ୍ୱାରା ବହୁ ପ୍ରତିକ୍ଷୀତ ଯୁବବର୍ଗଙ୍କୁ ଦେଶ ସେବାର ସୁଯୋଗ ମିଳିପାରିବ। ଏହି ନିଷ୍ପତ୍ତିକୁ ଆଧାର କରି ବିସ୍ତୃତ ଯୋଜନା ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି ବୋଲି ଟ୍ୱିଟରରେ ସୂଚନା ଦିଆଯାଇଥିଲା।

ଏହି ଯୋଜନା ସମ୍ପର୍କରେ ଘୋଷଣା ପରଠୁ ସମଗ୍ର ଦେଶ ଉଠୁଛି, ପଡ଼ୁଛି। ଅଶାନ୍ତ ହୋଇପଡ଼ିଲାଣି ବହୁ ରାଜ୍ୟ । ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ବହୁ ଟ୍ରେନ୍‌କୁ ଜାଳି ଦେଇଥିବା ବେଳେ ଶତାଧିକ ଲୋକଙ୍କୁ ଗିରଫ କରିଛି ପୁଲିସ୍‌ ।  ସମଗ୍ର ଦେଶରେ ‘ଅଗ୍ନିପଥ’  ନିଆଁ ଥମିବା ନାଇଁ ଧରୁ ନ ଥିବା ବେଳେ ସଂରକ୍ଷଣ ଓ ବୟସ ସୀମାରେ କୋହଳ କରି ସେମାନଙ୍କରାଗ ଶାନ୍ତ କରିବାକୁ ଚେଷ୍ଟା କରିଛି ଗୃହ ବିଭାଗ । ଏହି ଯୋଜନାରେ ସାମିଲ ହେବାକୁ ଥିବା ୨୫% ‘ଅଗ୍ନିବୀର’ଙ୍କୁ ସ୍ଥାନୀୟ ନିଯୁକ୍ତି ମିଳିବା ସହ ୭୫%ଙ୍କୁ ସେବାନିଧୀ ଦିଆଯାଇ ସେବାମୁକ୍ତ କରାଯିବ ବୋଲି ଘୋଷଣା କରାଯାଇଛି। ଫଳରେ ୪ ବର୍ଷ ସେନାରେ ନିଯୁକ୍ତି ପରେ ଏହି ‘ଅଗ୍ନିବୀର’ କ’ଣ କରିବେ, କ’ଣ ହେବ ସେମାନଙ୍କ ଭବିଷ୍ୟତ ତାକୁ ନେଇ ଆରମ୍ଭ ହୋଇଛି ପ୍ରଶ୍ନବାଚୀ। ଏହାକୁ ନେଇ ଅଧିକାଂଶ ରାଜ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story