ଏନପିଆର ବୈଠକରେ ପଶ୍ଚିମବଙ୍ଗକୁ ଛାଡ଼ି ଅନ୍ୟ ରାଜ୍ୟ ସାମିଲ୍

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)କୁ ନେଇ ବୈଠକ କରୁଛି। ଏହି ବୈଠକରେ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଯୋଗ ଦେଇଛନ୍ତି। ଆମ୍ୱେଦକର ଭବନରେ ଏହି ବୈଠକ ଚାଲିଛି। ଓଡ଼ିଶା ପକ୍ଷରୁ ମଧ୍ୟ ଏନପିଆର ବୈଠକରେ ମୁଖ୍ୟମନ୍ତ୍ରୀ କି ଅନ୍ୟ କୌଣସି ମନ୍ତ୍ରୀ ଯୋଗ ଦେଇ ନାହାନ୍ତି। ହେଲେ ବୈଠକରେ ନବୀନ ହାଜିରା ପକାଇବାକୁ ଯାଇ ଜଣେ ସରକାରୀ ଅଧିକାରୀଙ୍କୁ ପଠାଇଥିବା ଜଣାପଡ଼ିଛି। Delhi: The meeting of […]

MAMATA BANARJEE

Subhransu Sekhar
  • Published: Friday, 17 January 2020
  • , Updated: 17 January 2020, 02:09 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର)କୁ ନେଇ ବୈଠକ କରୁଛି। ଏହି ବୈଠକରେ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ଯୋଗ ଦେଇଛନ୍ତି। ଆମ୍ୱେଦକର ଭବନରେ ଏହି ବୈଠକ ଚାଲିଛି। ଓଡ଼ିଶା ପକ୍ଷରୁ ମଧ୍ୟ ଏନପିଆର ବୈଠକରେ ମୁଖ୍ୟମନ୍ତ୍ରୀ କି ଅନ୍ୟ କୌଣସି ମନ୍ତ୍ରୀ ଯୋଗ ଦେଇ ନାହାନ୍ତି। ହେଲେ ବୈଠକରେ ନବୀନ ହାଜିରା ପକାଇବାକୁ ଯାଇ ଜଣେ ସରକାରୀ ଅଧିକାରୀଙ୍କୁ ପଠାଇଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏନପିଆର ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ୨୦୨୦ରେ ହେବାକୁ ଥିବା ଜନଗଣନା ଏବଂ ଏନପିଆର ବାବଦରେ ଏହି ବୈଠକରେ ଆଲୋଚନା ହେଉଛି। ବୈଠକରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ମୁଖ୍ୟ ସଚିବ ଏବଂ ସମସ୍ତ ରାଜ୍ୟର ଜନଗଣନା ନିର୍ଦ୍ଦେଶକ ଉପସ୍ଥିତ ରହିଥିବା ସୂଚନା ରହିଛି। ଏପ୍ରିଲରୁ ସେପ୍ଟେମ୍ୱର ୩୦ ମଧ୍ୟରେ ଦେଶରେ ଜନଗଣନା ସାଙ୍ଗକୁ ଏନପିଆର ବାବଦରେ ଆଲୋଚନା ହେବ ବୋଲି କେନ୍ଦ୍ରର ଜଣେ ସରକାରୀ ଅଧିକାରୀ କହିଛନ୍ତି। ଆଜି ହେବାକୁ ଥିବା ବୈଠକରେ ମମତା ଯୋଗ ଦେବେନି ବୋଲି ପୂର୍ବରୁ କହି ସାରିଛନ୍ତି। ଏ ନେଇ ପଶ୍ଚିମବଙ୍ଗ ସରକାର ଚିଠି ଲେଖି କେନ୍ଦ୍ରକୁ ଅବଗତ କରାଇ ଦେଇଛନ୍ତି।

https://twitter.com/ANI/status/1218036815447216128

ସୂଚନାଯୋଗ୍ୟ, ମମତା ସରକାର କେନ୍ଦ୍ରର ସିଏଏ, ଏନପିଆର ଏବଂ ଏନଆରସିକୁ ବିରୋଧ କରୁଛନ୍ତି। ରାଜ୍ୟରେ କେନ୍ଦ୍ରର ଏହି ସବୁକୁ ଲାଗୁ କରାଇଦେବେନି ବୋଲି ମଧ୍ୟ କହିଛନ୍ତି। ଅନ୍ୟପଟେ କେନ୍ଦ୍ରର ଆଇନ ଲାଗୁ ନକରିଲେ ମମତା ସରକାରକୁ ବରଖାସ୍ତ କରିବେ ବୋଲି ରାଜ୍ୟପାଳ ଧନଖଡ଼ କହିଛନ୍ତି। ଯାହାକୁ ମମତା ଚ୍ୟାଲେଞ୍ଜ କରିଛନ୍ତି।

Related story