ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୋଶାଲ ମିଡିଆରେ ଏ ନେଇ ଅନେକ ବିରୋଧର ବାର୍ତ୍ତା ମଧ୍ୟ ରହିଛି। ଏହାରି ଭିତରେ ୨୦୧୫ର ୟୁପିଏସସି ଟପ୍ପର ତଥା କାର୍ଯ୍ୟରତ ଆଇଏଏସ ଟିନା ଡାବି ଏହି ଆଇନକୁ ବିରୋଧ କରୁଥିବାର ଖବର ଦେଖିବାକୁ ମିଳିଛି। ତେବେ ଏହି ବିରୋଧ ସେ ନୁହେଁ, ବରଂ କେହି ଦୁର୍ବୃତ୍ତ ତାଙ୍କ ନାଁରେ ଫେସବୁକ ପେଜ୍ ଖୋଲି ଏଭଳି ବାର୍ତ୍ତା ତାଙ୍କ କାନ୍ଧରେ ରଖି ଦେବାକୁ ଚେଷ୍ଟା କରିଛି ବୋଲି ଟିନା ଡାବି ଆଜି ସଫେଇ ଦେଇଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଟିନା କହିଛନ୍ତି, ଏହା ମୋ ନାମରେ ତିଆରି ହୋଇଥିବା ଫେକ୍ ଫେସବୁକ୍ ପେଜ୍।
ଆଗାମୀ ଦିନରେ ସେ ଏ ନେଇ ଥାନାରେ ଏତଲା ଦେବେ ବୋଲି ସେ କହିଛନ୍ତି। ମଙ୍ଗଳବାର ଦିନ ‘ଆଇଏଏସ ଟିନା ଡାବି’ ଫେସବୁକ ପେଜରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରାଯାଉଥିବାର ବାର୍ତ୍ତା ଦେଖିବାକୁ ମିଳିଥିଲା। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୋଧ ଦେଖି ସୋଶାଲ ମଡିଆରେ ଏହାକୁ ଜୋରଦାର ଭାଇରାଲ କରାଯାଇଥିଲା। ଏହାପରେ ଟିନା ନିଜ ଆଡ଼ୁ ସଫେଇ ଦେଇ କହିଛନ୍ତି, ସେ ଏଭଳି କିଛି ମତ ରଖି ନାହାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।