କେବେ ସୁଧୁରିବ ଦିଲ୍ଲୀର ପ୍ରଦୂଷଣ? ମତ ରଖିଲେ ବୈଜ୍ଞାନିକ ସଚ୍ଚିଦାନନ୍ଦ ତ୍ରିପାଠୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ପ୍ରଦୂଷିତ ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଯେଉଁଭଳି ଭାବରେ ପ୍ରୟାସ କରାଯାଉଛି ଏମିତି ହେଲେ ଦୀର୍ଘ ବର୍ଷ ଲାଗିବ। କିନ୍ତୁ ଦିଲ୍ଲୀର ପ୍ରତ୍ୟେକ ଲୋକ ବାୟୁମଣ୍ଡଳ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ଏବେଠୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ କରିବେ, ତା’ହେଲେ ୫ ବର୍ଷ ମଧ୍ୟରେ ବାୟୁମଣ୍ଡଳ ଠିକ୍ ହୋଇପାରିବ। ଆଇଆଇଟି କାନପୁରର ପ୍ରଫେସର ସଚ୍ଚିଦାନନ୍ଦ ତ୍ରିପାଠୀ ଏହା କହିଛନ୍ତି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ନିୟନ୍ତ୍ରଣ ବୋର୍ଡ଼(ସିପିସିବି)ର ରିପୋର୍ଟ ଅନୁଯାୟୀ, ବାୟୁମଣ୍ଡଳରେ […]

DELHI_POLLUTION

Subhransu Sekhar
  • Published: Monday, 11 November 2019
  • , Updated: 11 November 2019, 03:51 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ପ୍ରଦୂଷିତ ରହିଛି। ବାୟୁମଣ୍ଡଳକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଯେଉଁଭଳି ଭାବରେ ପ୍ରୟାସ କରାଯାଉଛି ଏମିତି ହେଲେ ଦୀର୍ଘ ବର୍ଷ ଲାଗିବ। କିନ୍ତୁ ଦିଲ୍ଲୀର ପ୍ରତ୍ୟେକ ଲୋକ ବାୟୁମଣ୍ଡଳ ପ୍ରଦୂଷଣରୁ ବର୍ତ୍ତିବା ପାଇଁ ଏବେଠୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ କରିବେ, ତା’ହେଲେ ୫ ବର୍ଷ ମଧ୍ୟରେ ବାୟୁମଣ୍ଡଳ ଠିକ୍ ହୋଇପାରିବ। ଆଇଆଇଟି କାନପୁରର ପ୍ରଫେସର ସଚ୍ଚିଦାନନ୍ଦ ତ୍ରିପାଠୀ ଏହା କହିଛନ୍ତି।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ନିୟନ୍ତ୍ରଣ ବୋର୍ଡ଼(ସିପିସିବି)ର ରିପୋର୍ଟ ଅନୁଯାୟୀ, ବାୟୁମଣ୍ଡଳରେ ପିଏମ୍ ୨.୫ର ସ୍ତର ୫୦ରୁ କମ୍ ଏବଂ ପିଏମ ୧୦ର ସ୍ତର ୧୦୦ରୁ କମ୍ ରହିବ ତାହାଲେ ବାୟୁମଣ୍ଡଳ ଠିକ୍ ରହିଛି ବୋଲି ବୁଝିବାକୁ ହେବ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅକ୍ଚୋବର ୨୮ରୁ ନଭେମ୍ୱର ୪ ମଧ୍ୟରେ ଅଧିକ ରହିବ। ଏ ନେଇ ଅକ୍ଚୋବର ଆରମ୍ଭରେ କାନପୁର ଆଇଆଇଟି ସିପିସିବିକୁ ଅବଗତ କରାଇଥିଲା। ଦିଲ୍ଲୀର ପ୍ରଦୂଷଣ ମାତ୍ରା ଏବଂ ବାୟୁମଣ୍ଡଳର ତଥ୍ୟକୁ ଆଧାର କରି ଆଇଆଇଟି କାନପୁର ଏହି ସୂଚନା ସିପିସିବିକୁ ଦେଇଥିଲା।

ପ୍ରଫେସର ତ୍ରିପାଠୀ ବାୟୁମଣ୍ଡଳର ଜଣେ ବୈଜ୍ଞାନିକ। ସିପିସିବି ବ୍ୟତୀତ ଅନେକ ସଂସ୍ଥାଙ୍କୁ ବାୟୁମଣ୍ଡଳର ଗୁଣବତ୍ତା ବାବଦରେ ପରାମର୍ଶ ଦେଇଥାନ୍ତି। ଦିଲ୍ଲୀ ବ୍ୟତୀତ ଉତ୍ତର ଭାରତରେ ବ୍ୟାପକ ଭାବରେ ବାୟୁମଣ୍ଡଳର ଗୁଣବତ୍ତା ସୁଧାରିବା ଆବଶ୍ୟକ ବୋଲି ସେ କହିଛନ୍ତି।

Related story