କେଇ ସେକେଣ୍ଡରେ ମାଟିରେ ମିଶିଲା ୧୮ ମହଲା କୋଠା

ତ୍ରିଭେନ୍ଦ୍ରମ: କେରଳର ଏରନାକୁଲମ ଜିଲ୍ଲାର ମରଦୁ ସ୍ଥିତ ବେଆଇନ୍ ହୋଲି ଫେଥ୍ କୋଠାକୁ ଭାଙ୍ଗିଛି ପ୍ରଶାସନ। ୧୮ ମହଲା ବିଶିଷ୍ଟ ଏହି କୋଠାଟି ମାତ୍ର ପାଞ୍ଚ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଯାହାର ଭିଜୁଆଲ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଏହି କୋଠାଟି ବେଆଇନ ଏବଂ ସମୁଦ୍ର କୂଳ ନିୟମକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଏହି ବିଶାଳ କୋଠାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ୧୮ ମହଲା କୋଠାରେ ଥିବା ୯୦ଟି ଫ୍ଲାଟ୍ […]

flat kerala

Subhransu Sekhar
  • Published: Saturday, 11 January 2020
  • , Updated: 11 January 2020, 04:58 PM IST

ତ୍ରିଭେନ୍ଦ୍ରମ: କେରଳର ଏରନାକୁଲମ ଜିଲ୍ଲାର ମରଦୁ ସ୍ଥିତ ବେଆଇନ୍ ହୋଲି ଫେଥ୍ କୋଠାକୁ ଭାଙ୍ଗିଛି ପ୍ରଶାସନ। ୧୮ ମହଲା ବିଶିଷ୍ଟ ଏହି କୋଠାଟି ମାତ୍ର ପାଞ୍ଚ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଯାହାର ଭିଜୁଆଲ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ଏହି କୋଠାଟି ବେଆଇନ ଏବଂ ସମୁଦ୍ର କୂଳ ନିୟମକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଏହି ବିଶାଳ କୋଠାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ୧୮ ମହଲା କୋଠାରେ ଥିବା ୯୦ଟି ଫ୍ଲାଟ୍ ଭାଙ୍ଗିବା ପାଇଁ ଉଚ୍ଚ ନିୟନ୍ତ୍ରଣାଧୀନ ବିସ୍ପୋଟକ ସାମଗ୍ରୀକୁ ବ୍ୟବହାର କରାଯାଇଥିଲା।

କୋଚ୍ଚି ସମୁଦ୍ର କୂଳରେ ଦୁଇଟି ବେଆଇନ ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟ ଶନିବାର ଏବଂ ରବିବାର ଭଙ୍ଗାଯିବ। ତେଣୁ ଆଜି ସକାଳଠୁ ଆସନ୍ତାକାଲି ଯାଏ ୧୪୪ ଧାରା ଜାରି କରାଯାଇଛି। ଏରନାକୁଲମ ଜିଲ୍ଲାପାଳ ଆଜି ସକାଳ ୮ଟାରୁ ଏହି ଅଂଚଳରେ ୧୪୪ ଧାରା ଜାରି କରିଛନ୍ତି। କୋଠା ଭୁଶୁଡ଼ିବା ପୂର୍ବରୁ ୨୦୦ ମିଟର ପରିଧି ଭିତରେ ପରିବହନ ସେବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଥିଲା।

ଆଜି ହୋଲିପେଥ ଆପାର୍ଟମେଣ୍ଟ କମ୍ପଲେକ୍ସର ୯୦ଟି ଫ୍ଲାଟ ଏବଂ ଆଲ୍ଫା ସେରେନେ କମ୍ପଲେକ୍ସର ୭୩ଟି ଫ୍ଲାଟ ଭଙ୍ଗାଯାଇଛି। ଆସନ୍ତାକାଲି ୧୭ ମହଲା ବିଶିଷ୍ଟ ଜେନ୍ କୋରାଲ କୋଭେ ଏବଂ ଗୋଲଡେନ କୟଲୋରମ କୋଠା ଭଙ୍ଗାଯିବ। କୋଠା ଭୁଶୁଡ଼ିବା ପାଇଁ ବୁଧବାର ପାଖରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏଥିପାଇଁ ଏକ ବିସ୍ଫୋଟକ ସାମଗ୍ରୀର ସାହାଯ୍ୟ ନିଆଯାଇଛି।

ଆଜି କୋଠା ଭାଙ୍ଗିବା ପରେ ପ୍ରବଳ ଧୂଳି ଉଡ଼ିଥିଲା। ଏହା ଉପରେ ରୋକ୍ ଲଗାଇବାକୁ ଯାଇ ପ୍ରଶାସନ ପକ୍ଷରୁ ଦମକଳ ବାହିନୀ ସାହାଯ୍ୟରେ ସେହି ଅଞ୍ଚଳରେ ପାଣି ପକାଯାଇଛି।

ଗତବର୍ଷ ସେପ୍ଟେମ୍ୱରରେ ସୁପ୍ରିମକୋର୍ଟ ୪ଟି କୋଠାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ୧୩୮ ଦିନର ମହଲତ ଦେଇଥିଲା। ଏହାପରେ କେରଳ ସରକାର ସମୟ ସ୍ଥିର କରିଥିଲେ କେବେ ଭଙ୍ଗାଯିବ। ଯେଉଁମାନେ ନିଜ ନିଜର ଫ୍ଲାଟ ହରାଇଛନ୍ତି ସୋମନଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କରୁଣଗପଲ୍ଲୀ କହିଛନ୍ତି।

Related story