ମୋଦି-ଜିନ୍‌ପିଙ୍ଗ ଯୋଡ଼ିଙ୍କ ପ୍ରଶଂସା କଲା ଚାଇନା ସେନା

ବେଜିଂ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଲଗାତାର ଆଲୋଚନା ଫଳରେ ଦୁଇ ଦେଶର ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଥିବା ଚାଇନାର ପିପୁଲ୍ସ ଲିବରେସନ୍‌ ଆର୍ମି ପକ୍ଷରୁ କୁହାଯାଇଛି। ଏହି ଦୁଇ ରାଷ୍ଟ୍ରନେତାଙ୍କ ନେତୃତ୍ୱରେ ସହଯୋଗ ଏବଂ କୂଟନୀତିକ ଆଲୋଚନା ସୁଦୃଢ଼ ହେଉଥିବା ପିଏଲ୍‌ଏ ପକ୍ଷରୁ କୁହାଯାଇଛି। ଦୁଇ ଦେଶର ସେନା ମଧ୍ୟରେ ରହିଥିବା ସମ୍ପର୍କର ଚିତ୍ର ବଖାଣିବାକୁ ଯାଇ ଚାଇନାର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍‌ ଉ କିଆନ୍‌ […]

china-india

Subrat Kumar Nayak
  • Published: Thursday, 26 December 2019
  • , Updated: 26 December 2019, 09:19 PM IST

ବେଜିଂ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଲଗାତାର ଆଲୋଚନା ଫଳରେ ଦୁଇ ଦେଶର ସେନା ମଧ୍ୟରେ ସମ୍ପର୍କ ମଜଭୁତ ହେଉଥିବା ଚାଇନାର ପିପୁଲ୍ସ ଲିବରେସନ୍‌ ଆର୍ମି ପକ୍ଷରୁ କୁହାଯାଇଛି। ଏହି ଦୁଇ ରାଷ୍ଟ୍ରନେତାଙ୍କ ନେତୃତ୍ୱରେ ସହଯୋଗ ଏବଂ କୂଟନୀତିକ ଆଲୋଚନା ସୁଦୃଢ଼ ହେଉଥିବା ପିଏଲ୍‌ଏ ପକ୍ଷରୁ କୁହାଯାଇଛି।

ଦୁଇ ଦେଶର ସେନା ମଧ୍ୟରେ ରହିଥିବା ସମ୍ପର୍କର ଚିତ୍ର ବଖାଣିବାକୁ ଯାଇ ଚାଇନାର ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ୍‌ ଉ କିଆନ୍‌ ଏଭଳି ମତ ରଖିଛନ୍ତି। ଭୟ ସେନାର ମିଳିତ ଅଭ୍ୟାସ ପରେ ସେ କହିଛନ୍ତି, ଉଭୟ ରାଷ୍ଟ୍ର ଏଭଳି ଅଭ୍ୟାସ ଏବଂ ଉତ୍ସବ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ଯେ, ଭାରତ ସହିତ ଚାଇନାର ୩,୪୮୮ କିମି ଦୀର୍ଘ ସୀମା (ଲାଇନ୍‌ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ) ରହିଛି, ଯାହାକି ବେଶ୍‌ ସମୟ ଧରି ବିବାଦୀୟ ପ୍ରସଙ୍ଗ ରହିଆସିଛି।

ତେବେ ଆଜି କର୍ଣ୍ଣେଲ୍‌ କିଆନ୍‌ କହିଛନ୍ତି, “ଆମେ ଭାରତ ସହ ମିଶି କାମ କରିବା ପାଇଁ ଚାହୁଁଛୁ। ଦୁଇ ସେନା ମଧ୍ୟରେ ସୁସମ୍ପର୍କ ଠିକ୍‌ ବାଟରେ ଆଗେଇ ଚାଲିଛି। ଏହା ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ସହାୟକ ହେବ।”

ଗତ ଡିସେମ୍ବର ୨୧ରେ ଉଭୟ ପକ୍ଷ ମଧ୍ୟରେ ଅଷ୍ଟମ ଥର ପାଇଁ ମିଳିତ ଅଭ୍ୟାସ ସମାପିତ ହୋଇଛି। ଏହି ଅଭ୍ୟାସ ଶିଲଂଠାରେ ସଫଳତାର ସହିତ ସରିଛି।

Related story