Advertisment

ଭାରତ-ପାକ-ବାଂଲାଦେଶ ଏକାଠି ହେବା ଦରକାର, ବିଜେପିକୁ କହିଲେ ମହାରାଷ୍ଟ୍ର ମନ୍ତ୍ରୀ

ମୁମ୍ବାଇ: ସର୍ବଦା ଅଖଣ୍ଡ ଭାରତ କଥା କହୁଥିବା ବିଜେପିକୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମାଲିକ ବଡ଼ ଆହ୍ୱାନ ଦେଇଛନ୍ତି। ଯଦି ବିଜେପି ଭାରତ-ପାକିସ୍ତାନ ଓ ବାଂଲାଦେଶକୁ ଏକାଠି କରି ଗୋଟିଏ ଦେଶ ତିଆରି କରିପାରିବ, ତା’ହେଲେ ଏହାକୁ ତାଙ୍କ ଦଳ ଏନସିପି ନିଶ୍ଚିତ ଭାବେ ସ୍ୱାଗତ କରିବ ବୋଲି ସେ କହିଛନ୍ତି। ପାକିସ୍ତାନର କରାଚି ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ବେଳେ […]

author-image
Hemant Lenka
ଅଦ୍ୟତନ ହୋଇଛି
ଭାରତ-ପାକ-ବାଂଲାଦେଶ ଏକାଠି ହେବା ଦରକାର, ବିଜେପିକୁ କହିଲେ ମହାରାଷ୍ଟ୍ର ମନ୍ତ୍ରୀ

gf

ମୁମ୍ବାଇ: ସର୍ବଦା ଅଖଣ୍ଡ ଭାରତ କଥା କହୁଥିବା ବିଜେପିକୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୱାବ ମାଲିକ ବଡ଼ ଆହ୍ୱାନ ଦେଇଛନ୍ତି। ଯଦି ବିଜେପି ଭାରତ-ପାକିସ୍ତାନ ଓ ବାଂଲାଦେଶକୁ ଏକାଠି କରି ଗୋଟିଏ ଦେଶ ତିଆରି କରିପାରିବ, ତା’ହେଲେ ଏହାକୁ ତାଙ୍କ ଦଳ ଏନସିପି ନିଶ୍ଚିତ ଭାବେ ସ୍ୱାଗତ କରିବ ବୋଲି ସେ କହିଛନ୍ତି।

Advertisment

ପାକିସ୍ତାନର କରାଚି ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେବା ବେଳେ ନୱାବ ମାଲିକ ଏପରି କହିଛନ୍ତି। ସେ କହିଛନ୍ତି, “ଦେବେନ୍ଦ୍ରଜୀ କହୁଛନ୍ତି ଯେ ସମୟ ଆସିଲେ କରାଚି ଭାରତରେ ସାମିଲ ହୋଇଯିବ। ଏହା ନିଶ୍ଚିତ ଭାବେ ଏକ ଭଲ କଥା। ଆମେ ଦାବି କରୁଛୁ ଯେ ଭାରତ-ପାକିସ୍ତାନ ଓ ବାଂଲାଦେଶକୁ ମିଶାଇ ଦିଆଯାଉ।

ଯଦି ବର୍ଲିନ ପାଚେରୀକୁ ଭାଙ୍ଗି ଦିଆଯାଇ ପାରିଲା, ତା’ହେଲେ କାହିଁକି ଭାରତ-ପାକିସ୍ତାନ ଓ ବାଂଲାଦେଶ ଏକାଠି ହୋଇପାରିବେ ନାହିଁ? ଯଦି ବିଜେପି ସତରେ ଏପରି କିଛି କରି ୩ ଦେଶକୁ ମିଶାଇ ଗୋଟିଏ ରାଷ୍ଟ୍ର ଗଠନ କରିଦେବ, ତା’ହେଲେ ଆମେ ଏହାକୁ ନିଶ୍ଚିତ ଭାବେ ସ୍ୱାଗତ କରିବୁ।”

Advertisment

ବିଏମସି ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି, ନିର୍ବାଚନ ପାଇଁ ଆହୁରି ୧୫ ମାସ ସମୟ ରହିଛି। ପ୍ରତଟି ଦଳ ସେମାନଙ୍କ ସଂଗଠନ ପାଇଁ କାମ କରିଥିବାର ଅଧିକାର ପାଇଛନ୍ତି। ସବୁ ଦଳ ସେଭଳି କାମ ମଧ୍ୟ କରୁଛନ୍ତି।

ଆମେ ମଧ୍ୟ ଆମ ଦଳକୁ ସଶକ୍ତ କରିବାକୁ ଚାହୁଁଛୁ। ଆମେ ସରକାରରେ ଥିବା ସମସ୍ତ ଦଳକୁ ଏକାଠି ଚାହୁଁଛୁ। ତେଣୁ ସରକାରରେ ଥିବା ୩ଟି ଯାକ ଦଳ(କଂଗ୍ରେସ, ଶିବସେନା ଓ ଏନସିପି) ଏକାଠି ନିର୍ବାଚନ ଲଢ଼ିବେ ବୋଲି ସେ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ:  ଗୁଜରାଟ ଓ ଦିଲ୍ଲୀକୁ ଭର୍ତ୍ସନା କଲେ, ସବୁ ରାଜ୍ୟକୁ କରୋନା ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

Bjp Maharashtra Govt