ଧର୍ମଶାଳାରେ ଭାରତ-ପାକ୍ ମ୍ୟାଚ୍‌ ନେଇ ଆଶଙ୍କାର ବାତାବରଣ ସୃଷ୍ଟି କରିଛନ୍ତି ବୀରଭଦ୍ର: ଅନୁରାଗ ଠାକୁର

ନୂଆଦିଲ୍ଲୀ: ମାର୍ଚ୍ଚ ୧୯ ତାରିଖରେ ଧର୍ମଶାଳାରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍‌ ଉପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଆଶଙ୍କାର ବାତାବରଣ ସୃଷ୍ଟି କରିଛନ୍ତି ବୋଲି ବୁଧବାର ଅଭିଯୋଗ କରିଛନ୍ତି ବିସିସିଆଇ ସଚିବ ଅନୁରାଗ ଠାକୁର। ଧର୍ମଶାଳାରେ ସୁରକ୍ଷା ପ୍ରସଙ୍ଗ ଉଠାଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏହାର ଟିମ୍‌କୁ ଭାରତ ପଠାଇବା ଉପରେ ସ୍ଥଗିତାଦେଶ ଜାରି କରିବାର ଦିନକ ପରେ ଠାକୁର ଏଭଳି ଅଭିଯୋଗ ଆଣିଛନ୍ତି। ପିସିବି ଏବେ ଚାହୁଁଛି […]

anuragthakur

Rakesh Mallick
  • Published: Wednesday, 09 March 2016
  • , Updated: 09 March 2016, 07:02 AM IST

[caption id="attachment_72845" align="alignleft" width="150"] ବିସିସିଆଇ ସଚିବ ଅନୁରାଗ ଠାକୁର[/caption]

ନୂଆଦିଲ୍ଲୀ: ମାର୍ଚ୍ଚ ୧୯ ତାରିଖରେ ଧର୍ମଶାଳାରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚ୍‌ ଉପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଆଶଙ୍କାର ବାତାବରଣ ସୃଷ୍ଟି କରିଛନ୍ତି ବୋଲି ବୁଧବାର ଅଭିଯୋଗ କରିଛନ୍ତି ବିସିସିଆଇ ସଚିବ ଅନୁରାଗ ଠାକୁର।

ଧର୍ମଶାଳାରେ ସୁରକ୍ଷା ପ୍ରସଙ୍ଗ ଉଠାଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଏହାର ଟିମ୍‌କୁ ଭାରତ ପଠାଇବା ଉପରେ ସ୍ଥଗିତାଦେଶ ଜାରି କରିବାର ଦିନକ ପରେ ଠାକୁର ଏଭଳି ଅଭିଯୋଗ ଆଣିଛନ୍ତି। ପିସିବି ଏବେ ଚାହୁଁଛି ଧର୍ମଶାଳାରେ ହେବାକୁ ଥିବା ମ୍ୟାଚ୍‌କୁ ଭାରତର ଅନ୍ୟ ଏକ ସ୍ଥାନରେ କରାଯାଉ।

ଠାକୁର କହିଛନ୍ତି,“କୋର୍ଟଙ୍କ ନିର୍ଦ୍ଦେଶ ପରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ମ୍ୟାଚ୍‌ ପାଇଁ ରାଜ୍ୟରେ ଠିକ୍ ବାତାବରଣ ନାହିଁ। ଆଉ ଏହା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବାର ୯ ଦିନ ପୂର୍ବରୁ ସେ କହିଲେ ଯେ ଧର୍ମଶାଳାରେ ଭାରତ-ପାକିସ୍ତାନ ମ୍ୟାଚ୍ ହୋଇପାରିବ ନାହିଁ। ଏଭଳି ମନ୍ତବ୍ୟ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଦେଇନଥିବେ।”

ଭେନ୍ୟୁ ପରିବର୍ତ୍ତନ ସଂପର୍କରେ ସେ କହିଛନ୍ତି,“ପାକିସ୍ତାନ ଓ ଆଇସିସି ଏହାର ସମୀକ୍ଷା କରିବେ। କିନ୍ତୁ ମୁଁ ଗୋଟିଏ କଥା କହିବି ଯେ ଏଭଳି କରି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସାରା ବିଶ୍ୱକୁ ଏକ ଭୁଲ୍ ବାର୍ତ୍ତା ଦେଇଛନ୍ତି।”

ଗତକାଲି ପିସିବିର ଏକ ଟିମ୍ ଧର୍ମଶାଳା ଆସି ସମୀକ୍ଷା କରିଥିଲେ। ଏହା ପରେ ସେଠାରେ ମ୍ୟାଚ୍ ଖେଳିବାକୁ ପିସିସି ପଛଘୁଞ୍ଚା ଦେଉଥିବା ଜଣାପଡ଼ିଛି।

Related story