ଡିଜିଟାଲ ପେମେଣ୍ଟ ସାଇବର ଅପରାଧକୁ ବଢ଼ାଇଛି: ଡୋଭାଲ୍

ଡିଜିଟାଲ ପେମେଣ୍ଟ ପାଇଁ ବଢ଼ିଛି ସାଇବର କ୍ରାଇମ୍ ସାଇବର ସଚେତନତା ଉପରେ ପ୍ରଶ୍ନ ଉଠାଇଲେ ଡୋଭାଲ୍ ‘କୋକନ୍ ୨୦୨୦’ ସମ୍ମିଳନୀରେ କହିଲେ ଡୋଭାଲ୍ ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ମୁଖ୍ୟ ଅଜିତ ଡୋଭାଲ କହିଛନ୍ତି ଯେ ଦେଶରେ ସାଇବର ଅପରାଧ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ସାଇବର ସଚେତନତା ବାବଦରେ ଠିକ୍ ଭାବରେ ପ୍ରଚାର ନହେବାକୁ ନେଇ ସେ ଦାୟୀ କରିଛନ୍ତି। ଦୁଇ ଦିନିଆ ଭର୍ଚୁଆଲ୍ ସାଇବର ସମ୍ମିଳନୀ ‘କୋକନ୍ ୨୦୨୦’ ରେ ଭିଡିଓ କନଫରେନ୍ସିଂ […]

ajit-doval

ajit-doval

Subhransu Sekhar
  • Published: Saturday, 19 September 2020
  • Updated: 19 September 2020, 04:12 PM IST

Sports

Latest News

  • ଡିଜିଟାଲ ପେମେଣ୍ଟ ପାଇଁ ବଢ଼ିଛି ସାଇବର କ୍ରାଇମ୍
  • ସାଇବର ସଚେତନତା ଉପରେ ପ୍ରଶ୍ନ ଉଠାଇଲେ ଡୋଭାଲ୍
  • ‘କୋକନ୍ ୨୦୨୦’ ସମ୍ମିଳନୀରେ କହିଲେ ଡୋଭାଲ୍

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ମୁଖ୍ୟ ଅଜିତ ଡୋଭାଲ କହିଛନ୍ତି ଯେ ଦେଶରେ ସାଇବର ଅପରାଧ ୫୦୦ ପ୍ରତିଶତ ବୃଦ୍ଧି ପାଇଛି। ସାଇବର ସଚେତନତା ବାବଦରେ ଠିକ୍ ଭାବରେ ପ୍ରଚାର ନହେବାକୁ ନେଇ ସେ ଦାୟୀ କରିଛନ୍ତି। ଦୁଇ ଦିନିଆ ଭର୍ଚୁଆଲ୍ ସାଇବର ସମ୍ମିଳନୀ ‘କୋକନ୍ ୨୦୨୦’ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ ଡୋଭାଲ୍ ଏଭଳି କହିଛନ୍ତି। ସାଇବର ସୁରକ୍ଷା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ସେ କହିଛନ୍ତି।

ସାଇବର ସୁରକ୍ଷାକୁ ନେଇ ସେ କହିଛନ୍ତି ଯେ, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଉପରେ ଅଧିକ ନିର୍ଭରଶୀଳତା ହୋଇ ନଗଦ କାରବାର ଉପରେ ନିୟନ୍ତ୍ରଣ କରିବାରୁ ଅନଲାଇନରେ ଅଧିକ ଡାଟା ସେୟାର ହେଉଛି। ତେଣେ ସୋଶାଲ ମିଡିଆରେ ଉପସ୍ଥିତି ଏହି ଡାଟାକୁ ଅଧିକ ବଢାଉଛି ବୋଲି ଡୋଭାଲ କହିଛନ୍ତି।

ସାଇବର କ୍ରାଇମର ଉଦାହରଣ ଦେବାକୁ ଯାଇ ଡୋଭାଲ କହିଛନ୍ତି ଯେ, କରୋନା ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ପିଏମ୍ କେୟାର ଫଣ୍ଡ ଘୋଷଣା କରିଥିଲେ। ହେଲେ ଏହି ଘୋଷଣାର କିଛି ସମୟ ପରେ ମାଳ ମାଳ ପିଏମ କେୟାର ଫଣ୍ଡ ସୋଶାଲ ମିଡିଆ ଆକାଉଣ୍ଟ ଏବଂ ଆପ୍ସ ଦେଖିବାକୁ ମିଳିଥିଲା। ନକଲି ଆରୋଗ୍ୟ ସେତୁ ଆପର ମଧ୍ୟ ସେ ଘୋଷଣା କରିଛନ୍ତି।

ଦେଶବାସୀଙ୍କ ଉଦ୍ଦେଶ୍ୟରେ ଡୋଭାଲ କହିଛନ୍ତି ଯେ ସାଇବର ସ୍ୱଚ୍ଛତା ପାଇଁ ଆମ ମାନଙ୍କୁ ବ୍ୟକ୍ତିଗତ ଭାବରେ ଗ୍ୟାଜେଟକୁ ସୁରକ୍ଷିତ ରଖିବାକୁ ହେବ ଏବଂ ଅସୁବିଧା ହେଲେ ସାଇବର ଅପରାଧ ନେଇ ରିପୋର୍ଟ କରିବାକୁ ହେବ।

ନିକଟରେ ଚୀନର ଏକ କମ୍ପାନୀ ଦଶ ହଜାରରୁ ଅଧିକ ଭାରତୀୟଙ୍କ ଡାଟା ଚୋରି କରିବା ସହିତ ତାଙ୍କ ଉପରେ ନଜର ରଖିଛି ବୋଲି ଏକ ଖବର ପ୍ରକାଶ ପାଇଥିଲା। ଯାହାକୁ ନେଇ ଚୀନ ସରକାରଙ୍କ ସହିତ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କଥା ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos