୬୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପରେଲ୍ ଅଞ୍ଚଳରେ ଥିବା ୬୦ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗିଯାଇଛି। ସୂଚନା ଅନୁଯାୟୀ କରୀ ରୋଡ ସ୍ଥିତ ଅବିଘ୍ନ ପାର୍କ ଆପାର୍ଟମେଣ୍ଟର ୧୯ତମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିଆଁ କବଳରୁ ନିଜକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ୧୯ତମ ମହଲାରୁ ଡିଆଁ ମାରିଛି। ଯାହା ଫଳରେ ବ୍ୟକ୍ତି ଜଣକର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ନାଁ ଅରୁଣ ତିୱାରୀ […]

mumbai

Ranjit Kumar Jena
  • Published: Friday, 22 October 2021
  • , Updated: 22 October 2021, 01:43 PM IST

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ପରେଲ୍ ଅଞ୍ଚଳରେ ଥିବା ୬୦ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗିଯାଇଛି। ସୂଚନା ଅନୁଯାୟୀ କରୀ ରୋଡ ସ୍ଥିତ ଅବିଘ୍ନ ପାର୍କ ଆପାର୍ଟମେଣ୍ଟର ୧୯ତମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନିଆଁ କବଳରୁ ନିଜକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ୧୯ତମ ମହଲାରୁ ଡିଆଁ ମାରିଛି। ଯାହା ଫଳରେ ବ୍ୟକ୍ତି ଜଣକର ମୃତ୍ୟୁ ହୋଇଥିବା କୁହାଯାଉଛି। ମୃତକଙ୍କ ନାଁ ଅରୁଣ ତିୱାରୀ ବୋଲି କୁହାଯାଉଛି, ଯାହାଙ୍କର ବୟସ ୩୦ ବର୍ଷ ହେବ। ବ୍ୟକ୍ତି ଜଣଙ୍କୁ ତୁରନ୍ତ କେଇଏମ୍ ହସ୍ପିଟାଲ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ବିଲ୍ଡିଂରୁ ଡେଇଁବା ସମୟରେ ଅରୁଣଙ୍କର ହୃଦୟ ବିଦାରକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।

https://twitter.com/AHindinews/status/1451443692561072128?s=20

https://twitter.com/airnews_mumbai/status/1451446531345711104?s=20

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଅପରାହ୍ଣ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ହଠାତ୍ ନିଆଁ ଲାଗିଥିବା ଦେଖି ଆପାର୍ଟମେଣ୍ଟରେ ଥିବା ଲୋକେ ଭୟଭୀୟ ହୋଇଯାଇଥିଲେ। ଧୂଆଁ ବାହାରୁଥିବାର ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍ କରିଥିଲେ। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଳାଇଛନ୍ତି। ତେବେ ଏଥିରେ କାହାରିକୁ ଆଘାତ ହୋଇନଥିବା ସୂଚନା ମିଳିଛି। ବର୍ତ୍ତମାନ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ତେବେ ବିଲ୍ଡିଂରେ କେମିତି ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ବିଏମସି ଚିଫ୍ ଇକବାଲ୍ ସିଂହ ପହଞ୍ଚିଛନ୍ତି।

Related story