ମୁମ୍ବାଇକୁ ଫେରିଲା ୧୪୪ ଧାରା

ମୁମ୍ବାଇ: ଚଳିତ ବର୍ଷ ଫିକା ପଡି ନ୍ୟୁ ଇଅର ସେଲିବ୍ରେସନ। ହେବନି ଜିରୋ ନାଇଟ୍‌ ପାଳନ। ଜାରି ହୋଇଛି ୧୪୪ ଧାରା, ଲାଗୁ ହୋଇଛି କଡା କଟକଣା। ପୂର୍ବପରି ମାୟାନଗରୀ ମୁମ୍ବାଇରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଏଭଳି କଟକଣା ଲାଗୁ କରାଯାଇଛି। ଚଳିତ ବର୍ଷ ଓମିକ୍ରନ ଭାରିଏଣ୍ଟର ବଢ଼ୁଥିବା ବିପଦ ଏବଂ ରାଜ୍ୟରେ ସବୁଠୁ ଅଧିକ ମାମଲା ଚିହ୍ନଟକୁ ଦେଖି ମୁମ୍ବାଇରେ ୧୪୪ ଧାରା ଲାଗୁ ହୋଇଛି। ଏଠାରେ ଆଜିଠାରୁ ଆଗାମୀ ୧୬ ଦିନ […]

Mumbai police

Madhupriya Mistry
  • Published: Wednesday, 15 December 2021
  • , Updated: 15 December 2021, 06:15 PM IST

ମୁମ୍ବାଇ: ଚଳିତ ବର୍ଷ ଫିକା ପଡି ନ୍ୟୁ ଇଅର ସେଲିବ୍ରେସନ। ହେବନି ଜିରୋ ନାଇଟ୍‌ ପାଳନ। ଜାରି ହୋଇଛି ୧୪୪ ଧାରା, ଲାଗୁ ହୋଇଛି କଡା କଟକଣା। ପୂର୍ବପରି ମାୟାନଗରୀ ମୁମ୍ବାଇରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ଏଭଳି କଟକଣା ଲାଗୁ କରାଯାଇଛି।

ଚଳିତ ବର୍ଷ ଓମିକ୍ରନ ଭାରିଏଣ୍ଟର ବଢ଼ୁଥିବା ବିପଦ ଏବଂ ରାଜ୍ୟରେ ସବୁଠୁ ଅଧିକ ମାମଲା ଚିହ୍ନଟକୁ ଦେଖି ମୁମ୍ବାଇରେ ୧୪୪ ଧାରା ଲାଗୁ ହୋଇଛି। ଏଠାରେ ଆଜିଠାରୁ ଆଗାମୀ ୧୬ ଦିନ ଯାଏଁ ସାର୍ବଜନୀନ ସ୍ଥାନରେ ନୂଆ ବର୍ଷ ସେଲିବ୍ରେସନକୁ ବ୍ୟାନ୍‌ କରାଯାଇଛି।

ବାସ୍ତବରେ, ଦେଶରେ ଚିହ୍ନଟ ଓମିକ୍ରନ୍ ମାମଲା ମଧ୍ୟରୁ ସର୍ବାଧିକ ମହାରାଷ୍ଟ୍ରରେ ରହିଛି। ମହାରାଷ୍ଟ୍ରରେ ମୁମ୍ବାଇରୁ ସର୍ବାଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି। ଏଣୁ ଏହାକୁ ଦୃଷ୍ଟିରେ ରଖି ଏଠାରେ ଧାରା ୧୪୪ ଜାରି ହୋଇଛି। ନିୟମ ଅନୁଯାୟୀ ୫ରୁ ଅଧିକ ଜଣ ଲୋକେ ଏକାଠି ହୋଇପାରିବେ ନାହିଁ। ଯଦି ଏଥିରେ ଉଲ୍ଲଙ୍ଘନ କରନ୍ତି ତେବେ ଭାରତୀୟ ଦଣ୍ଡ ସଂହିତା ଧାରା ୧୮୮ ଏବଂ ଅନ୍ୟ ଆଇନ୍‌ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମହାରାଷ୍ଟ୍ରରେ ମୋଟ ୨୮ଟି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ମୁମ୍ବାଇରୁ ସର୍ବାଧିକ ୧୨ଟି ରହିଛି। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ମହାରାଷ୍ଟ୍ରରେ ଓମିକ୍ରନ୍‌ର ମୋଟ ୨୮ ଟି ମାମଲା ମଧ୍ୟରୁ ୧୨ଜଣ ରୋଗୀ ବିଦେଶ ଯାତ୍ରା କରିନାହାଁନ୍ତି। ଏହାକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିଛି। ଲଗାତାର ବିଦେଶ ଯାତ୍ରା କରିଥିବା ଓ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ଯାଞ୍ଚ ଚାଲିଛି। ସେମାନଙ୍କ ନମୂନା ସଂଗ୍ରହ କରାଯାଉଛି।

ଏ ସବୁ ଭିତରେ କରୋନାକୁ ମାତ୍‌ ଦେବା ପାଇଁ ଲଗାତାର ଟିକାକରଣ ସଂଖ୍ୟା ମଧ୍ୟ ବୃଦ୍ଧି କରିବା ଲାଗି ଚେଷ୍ଠା ଚାଲିଛି। ରାଜ୍ୟରେ ଏବେ ଟିକାର ୧.୫ କୋଟି ଡୋଜ୍‌ ଗଚ୍ଛିତ ଅଛି। ନୂଆ ଉପାୟରେ ଟିକା ନେବାକୁ ଅମଙ୍ଗ ହେଉଥିବା ଲୋକଙ୍କୁ ବୁଝାଇବାକୁ ଚେଷ୍ଟା ଚାଲିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

Related story