Advertisment

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଦୁଇ ଆତଙ୍କବାଦୀ ସଫା

ଶ୍ରୀନଗର: ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ଅବନ୍ତୀପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ ପୁଲିସ ସୂଚନା ଦେଇଛି। ଏଥିସହ ମୃତ ଆତଙ୍କବାଦୀଙ୍କ ନିକଟରୁ ୨ଟି ଏକେ-୪୭ ରାଇଫଲ ମଧ୍ୟ ଜବତ ହୋଇଛି। ପୁଲିସ ସୂଚନା ମୁତାବକ, ଆତଙ୍କବାଦୀମାନେ ଏନକାଉଣ୍ଟର ବେଳେ ସୁରକ୍ଷାବାହିନୀ ଉପରେ ଗୁଳି ମାଡ କରିଥିଲେ। ପରେ ସେନା ଏହାର ମୁହଁତୋଡ ଜବାବ ଦେଇଥିଲା। ଏଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। […]

ଅଦ୍ୟତନ ହୋଇଛି
ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଦୁଇ ଆତଙ୍କବାଦୀ ସଫା

encounter

Advertisment

ଶ୍ରୀନଗର: ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ। ଜମ୍ମୁ-କଶ୍ମୀରର ଅବନ୍ତୀପୁରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ ପୁଲିସ ସୂଚନା ଦେଇଛି। ଏଥିସହ ମୃତ ଆତଙ୍କବାଦୀଙ୍କ ନିକଟରୁ ୨ଟି ଏକେ-୪୭ ରାଇଫଲ ମଧ୍ୟ ଜବତ ହୋଇଛି।

Advertisment

ପୁଲିସ ସୂଚନା ମୁତାବକ, ଆତଙ୍କବାଦୀମାନେ ଏନକାଉଣ୍ଟର ବେଳେ ସୁରକ୍ଷାବାହିନୀ ଉପରେ ଗୁଳି ମାଡ କରିଥିଲେ। ପରେ ସେନା ଏହାର ମୁହଁତୋଡ ଜବାବ ଦେଇଥିଲା। ଏଥିରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୃତ ଆତଙ୍କବାଦୀମାନେ ତ୍ରାଲର ସାହିଦ ରାଥର ଏବଂ ସୋନିଆନ୍‌ର ଉମର ୟୁସୁଫ ବୋଲି ଚିହ୍ନଟ କରାଯାଇଛି।

ଜମ୍ମୁ-କଶ୍ମୀର ଆଇଜିଙ୍କ କହିବା ମୁତାବକ,  ଆରିପାଲର ଜଣେ ମହିଳା ଶାକିଲା ଏବଂ ଲୁରଗାମ ତ୍ରାଲର ସରକାରୀ କର୍ମଚାରୀ ଜାଭିଦ୍ ଅହମ୍ମଦଙ୍କ ହତ୍ୟାରେ ଆତଙ୍କବାଦୀ ସାହିଦା ସମ୍ପୃକ୍ତ ଥିଲେ। ମୃତ ଆତଙ୍କବାଦୀଙ୍କ ନିକଟରୁ ଦୁଇଟି AK-47 ଜବତ କରାଯାଇଛି।

Advertisment

ଏହାପୂର୍ବରୁ କାଠୁଆରେ ସୁରକ୍ଷାକର୍ମୀମାନେ ସୀମା ନିକଟରୁ ଏକ ସନ୍ଦିଗ୍ଧ ଡ୍ରୋନ୍‌କୁ ମଧ୍ୟ ଗୁଳି ମାରି ଖସାଇ ଦେଇଥିଲେ। ଏହି ଡ୍ରୋନ ଜରିଆରେ ୭ଟି ଗ୍ରେନେଡ ଓ ବୋମା ପାକିସ୍ତାନରୁ ଭାରତକୁ ଅଣାଯାଉଥିଲା। ସକାଳର ପାଟ୍ରୋଲିଂ ସମୟରେ ସୁରକ୍ଷାବାହିନୀମାନେ ଏହି ଡ୍ରୋନକୁ ଦେଖିଥିଲେ ପରେ ଏହାକୁ ନଷ୍ଟ କରାଯାଇଥିଲା। ଏଥି ସହିତ ଗତ ଗୁରୁବାର ଦିନ ସୁରକ୍ଷା ବାହିନୀ କୁପୱାରାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରିଥିଲେ

Jammu Kashmir Terrorists Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe