ପ୍ରୟାଗରାଜରୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହୋଇଛି। ଉଡ଼ାନ୍ ଯୋଜନାରେ ଏହି ଦୁଇ ସହର ଏବେ ଯୋଡ଼ି ହୋଇଛନ୍ତି। ଦେଶର ବିମାନ ସେବା ଅପହଞ୍ଚ କ୍ଷେତ୍ରରେ ଲୋକମାନଙ୍କୁ ବିମାନରେ ଉଡ଼ିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ବିଗତ ତିନି ଦିନ ମଧ୍ୟରେ ଉଡ଼ାନ୍ ଯୋଜନାରେ ୨୨ଟି ନୂତନ ମାର୍ଗରେ ବିମାନ ଚଳାଚଳ ସେବାର ଶୁଭାରମ୍ଭ ହୋଇଛି। ଏହିସବୁ ମାର୍ଗ ମଧ୍ୟରେ ସାମିଲ ରହିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ବିମାନ ମାର୍ଗ। […]

udan-scheme

Subhransu Sekhar
  • Published: Tuesday, 30 March 2021
  • , Updated: 30 March 2021, 10:11 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ ହୋଇଛି। ଉଡ଼ାନ୍ ଯୋଜନାରେ ଏହି ଦୁଇ ସହର ଏବେ ଯୋଡ଼ି ହୋଇଛନ୍ତି। ଦେଶର ବିମାନ ସେବା ଅପହଞ୍ଚ କ୍ଷେତ୍ରରେ ଲୋକମାନଙ୍କୁ ବିମାନରେ ଉଡ଼ିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ବିଗତ ତିନି ଦିନ ମଧ୍ୟରେ ଉଡ଼ାନ୍ ଯୋଜନାରେ ୨୨ଟି ନୂତନ ମାର୍ଗରେ ବିମାନ ଚଳାଚଳ ସେବାର ଶୁଭାରମ୍ଭ ହୋଇଛି। ଏହିସବୁ ମାର୍ଗ ମଧ୍ୟରେ ସାମିଲ ରହିଛି ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ବିମାନ ମାର୍ଗ।

ସେହିପରି ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି। ଆଜି ମେଘାଳୟର ଶିଲଂରୁ ତ୍ରିପୁରାର ଅଗରତାଲାକୁ ପ୍ରଥମ ସିଧାସଳଖ ବିମାନ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।

ଗତକାଲି ଶିଲଂରୁ ଆସାମର ସିଲଚରକୁ ବିମାନ ସେବା ଆରମ୍ଭ ହୋଇଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଅଂଶୀଦାରମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଉଡ଼ାନ ଯୋଜନାର ଲକ୍ଷ୍ୟ ହେଉଛି ଦେଶରେ ବିମାନ ମାର୍ଗକୁ ସୁଦୃଢ଼ କରିବା, ଆଞ୍ଚଳିକ ଆକାଶ ମାର୍ଗଗୁଡ଼ିକରେ ଶସ୍ତା, ଆର୍ଥିକ ଦୃଷ୍ଟିରୁ ସୁଲଭ ଏବଂ ଲାଭଜନକ ବିମାନ ଯାତ୍ରାର ସୁବିଧା ପ୍ରଦାନ କରିବା। ଉପରୋକ୍ତ ମାର୍ଗଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ଯୋଜନାର ଉଦ୍ଦେଶ୍ୟ ସାଧିତ ହୋଇଛି।

ଏବେ ସୁଦ୍ଧା, ଉଡ଼ାନ ଯୋଜନା ଅନ୍ତର୍ଗତ ଦେଶର କୋଣଅନୁକୋଣରେ ଥିବା ୩୪୭ଟି ମାର୍ଗରେ, ୫୭ଟି ଆଦୌ କାର୍ଯ୍ୟକ୍ଷମ ହୋଇନଥିବା ଏବଂ ଆଂଶିକ କାର୍ଯ୍ୟକ୍ଷମ ହୋଇଥିବା ବିମାନ ବନ୍ଦର (୫ଟି ହେଲିପୋର୍ଟ+ଦୁଇଟି ଜଳ ଏରୋଡ୍ରମ ସମେତ) ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି।

୨୮ ମାର୍ଚ୍ଚ ୨୦୨୧ରେ, ୧୮ଟି ନୂଆ ମାର୍ଗରେ ଉଡ଼ାନ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା। କାର୍ଯ୍ୟକ୍ଷମ ହୋଇଥିବା ମାର୍ଗଗୁଡ଼ିକ ହେଲା-ଗୋରଖପୁର (ଉତ୍ତରପ୍ରଦେଶ)ରୁ ଲକ୍ଷ୍ନୌ (ଉତ୍ତରପ୍ରଦେଶ)କୁ ଯାହାକି ରାଜ୍ୟ ସମର୍ଥିତ ଉଡ଼ାନ ମାର୍ଗ, କୁର୍ଣ୍ଣୁଲ (ଆନ୍ଧ୍ର ପ୍ରଦେଶ)ରୁ ବାଙ୍ଗାଲୋର (କର୍ଣ୍ଣାଟକ), ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ) ଓ ଚେନ୍ନାଇ (ତାମିଲନାଡ଼ୁ)କୁ, ପ୍ରୟାଗରାଜ (ଉତ୍ତର ପ୍ରଦେଶ)ରୁ ଭୁବନେଶ୍ୱର (ଓଡ଼ିଶା) ଏବଂ ଭୋପାଳ (ମଧ୍ୟପ୍ରଦେଶ)କୁ। ଏହାବ୍ୟତୀତ ଦିବ୍ରୁଗଡ଼ (ଆସାମ)ରୁ ଦିମାପୁର (ନାଗାଲାଣ୍ଡ)କୁ ନୂଆ ବିମାନ ଯୋଗାଯୋଗ ସ୍ଥାପନ କରାଯାଇଥିଲା।

Related story