Advertisment

ଆତଙ୍କବାଦୀ ଗୁଳିରେ ଜଣାଶୁଣା ଟିକ୍‌ଟକ୍‌ ଷ୍ଟାର ନିହତ

ଜମ୍ମୁ: ଜମ୍ମୁ କଶ୍ମୀରରେ ନରସଂହାର ଜାରି ରଖିଛନ୍ତି ଆତଙ୍କବାଦୀ। ଜଣେ ୩୫ ବର୍ଷୀୟ ଜଣାଶୁଣା ଟିକଟକ ଷ୍ଟାର ଆଜି ଆତଙ୍କବାଦୀ ଗୁଳିରେ ନିହତ ହୋଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ ହେଛନ୍ତି ଜମ୍ମୁ ଏବଂ କଶ୍ମୀରିର ବୁଡଗାମ ଜିଲ୍ଲାର। ସେହିପରି ସମ୍ପୃକ୍ତ ମହିଳାଙ୍କ ୧୦ ବର୍ଷର ପୁତୁରା ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି । ଆଜି ରାତି ୮ଟାରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ସମ୍ପୃକ୍ତ ମହିଳାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ମୃତ ମହିଳା ଜଣକ […]

ଅଦ୍ୟତନ ହୋଇଛି
ଆତଙ୍କବାଦୀ ଗୁଳିରେ ଜଣାଶୁଣା ଟିକ୍‌ଟକ୍‌ ଷ୍ଟାର ନିହତ

terror

Advertisment

ଜମ୍ମୁ: ଜମ୍ମୁ କଶ୍ମୀରରେ ନରସଂହାର ଜାରି ରଖିଛନ୍ତି ଆତଙ୍କବାଦୀ। ଜଣେ ୩୫ ବର୍ଷୀୟ ଜଣାଶୁଣା ଟିକଟକ ଷ୍ଟାର ଆଜି ଆତଙ୍କବାଦୀ ଗୁଳିରେ ନିହତ ହୋଛନ୍ତି। ହତ୍ୟାର ଶିକାର ହୋଇଥିବା ଯୁବତୀ ଜଣକ ହେଛନ୍ତି ଜମ୍ମୁ ଏବଂ କଶ୍ମୀରିର ବୁଡଗାମ ଜିଲ୍ଲାର। ସେହିପରି ସମ୍ପୃକ୍ତ ମହିଳାଙ୍କ ୧୦ ବର୍ଷର ପୁତୁରା ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି । ଆଜି ରାତି ୮ଟାରେ ଏହି ଘଟଣା ଘଟିଛି। ଆତଙ୍କବାଦୀମାନେ ସମ୍ପୃକ୍ତ ମହିଳାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।

Advertisment

ମୃତ ମହିଳା ଜଣକ ହେଉଛନ୍ତି ଅମରୀନ। ବୁଡଗାମ ଜିଲ୍ଲାର ଚାଦୋରା ଇଲାକା ହୁସରୋ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳି ମାଡ଼ ପରେ ଅମରୀନଙ୍କୁ ସ୍ଥାନୀୟ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷା କର୍ମୀଙ୍କ ପକ୍ଷରୁ ସିଲ କରାଯାଇଛି। ସେହିପରି ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି। ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ନିଜକୁ ଦାୟୀ କରଇନାହାନ୍ତି। ଗତ କିଛି ମାସ ହେଲା ଜମ୍ମୁ କାଶ୍ମୀରେ ଆତଙ୍କବାଦୀ ହମଳା ଜାରି ରହିଛି। ସେମାନଙ୍କ ଗୁଳି ମାଡ଼ରେ କେତେକ ଅଣସ୍ଥାନୀୟ ଓ କଶ୍ମୀର ପଣ୍ଡିତଙ୍କ ମୃତ୍ୟୁ ଘଟିଲାଣି।

Advertisment
Jammu Kashmir Terrorist Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe