Modi12
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ନୂଆ ଓ ପୁରୁଣାଙ୍କୁ ମିଶାଇ ମୋଟ ୪୩ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେବେ। ଆଜି ସନ୍ଧ୍ୟାରେ ଶପଥ ପାଠ କାର୍ଯ୍ୟକ୍ରମ ହେବ। ୨୦୧୯ ଲୋକସଭା ନିର୍ବାଚନ ଜିତିବା ପରେ ଏହା ମୋଦି ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ।
ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଏହାକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଏକାଧିକ ମନ୍ତ୍ରୀ ମନ୍ତ୍ରିମଣ୍ଡଳ ପୂର୍ବରୁ ଇସ୍ତଫା ଦେବା ମଧ୍ୟ ଆରମ୍ଭ କରିଛନ୍ତି।
ତେବେ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ କେମିତି ହେବ ଜାଣନ୍ତୁ-
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୭ ଜଣ ପିଏଚଡି, ୩ ଜଣ ଏମବିଏ, ୧୩ ଜଣ ଓକିଲ, ୬ ଜଣ ଡାକ୍ତର, ୫ ଜଣ ଇଞ୍ଜିନିୟର, ୭ ଜଣ ପ୍ରଶାସନିକ ଅଧିକାରୀ ଓ ଗ୍ରାଜ୍ୟୁଏଟ ଡିଗ୍ରୀ ଧାରଣ କରିଥିବା ୬୮ ଜଣ ସଦସ୍ୟ ରହିବେ। ଏହାର ଅର୍ଥ ଶିକ୍ଷାଗତ ଯୋଗ୍ୟତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ପଛୁଆ ଓ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ବିଶେଷ ଧ୍ୟାନ ଦିଆଯାଇଛି। ନୂଆ ମନ୍ତ୍ରିମଣ୍ଡଳରେ ୧୨ ଜଣ ସଦସ୍ୟ ଦଳିତ ସଂପ୍ରଦାୟରୁ ରହିବେ। ପ୍ରତ୍ୟେକ ମନ୍ତ୍ରୀ ବିଭିନ୍ନ ଏସ୍ସି ସଂପ୍ରଦାୟରୁ ଆସିଛନ୍ତି। ଦୁଇ ଜଣ ଏସ୍ସି ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିବ।
ସରକାରୀ ସୂତ୍ର ଅନୁସାରେ, ଏଥର ରେକର୍ଡ ୨୭ ଜଣ ଓବିସି ସଂପ୍ରଦାୟର ସଦସ୍ୟ ମନ୍ତ୍ରୀ ହେବେ। ଯାଦବ, କୁରମି, ଜାଟ, ଦରଜି, କୋଲି ଓ ଭୋକାଲିଗାସ ଭଳି ୧୯ଟି ପଛୁଆ ବର୍ଗରୁ ଏହି ୨୭ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବ।
ବିଭିନ୍ନ ସଂଖ୍ୟାଲଘୁ ସଂପ୍ରଦାୟରୁ ୫ ଜଣଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବେ। ଏମାନଙ୍କ ମଧ୍ୟରେ ଜଣେ ମୁସଲିମ, ଜଣେ ଶିଖ, ୨ ଜଣ ବୌଦ୍ଧ ଓ ଜଣେ ଖ୍ରୀଷ୍ଟିଆନ ସଂପ୍ରଦାୟର ଅଛନ୍ତି।
ବିଭିନ୍ନ ଏସ୍ଟି ସଂପ୍ରଦାୟର ୮ ଜଣ ଆଦିବାସୀ ନେତାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିବ। ବ୍ରାହ୍ମଣ, ଭୂମିହର, କ୍ଷେତ୍ରୀୟ, ଲିଙ୍ଗାୟତ, ପଟେଲ, ମରାଠା ଓ ରେଡ୍ଡୀ ଜାତିର ୨୯ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବ। ଦୁଇ କ୍ୟାବିନେଟ ପାହ୍ୟା ସହ ୧୧ ଜଣ ମହିଳାଙ୍କୁ ମୋଦିଙ୍କ ଟିମରେ ସୁଯୋଗ ମିଳିବ।
କ୍ୟାବିନେଟରେ ୧୪ ଜଣ ମନ୍ତ୍ରୀଙ୍କ ବୟସ ୫୦ ତଳେ ରହିଥିବା ବେଳେ ୬ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବ। ଫଳରେ ଅଦଳବଦଳ ପରେ ମୋଦିଙ୍କ ମନ୍ତ୍ରିମଣ୍ଡଳର ହାରହାରି ବୟସ ୫୮ ବର୍ଷ ହୋଇଯିବ। ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ଦିଆଯିବ। କେବଳ ଉତ୍ତରପୂର୍ବ ରାଜ୍ୟରୁ ୫ ଜଣ ସଦସ୍ୟ ମନ୍ତ୍ରୀ ପଦ ପାଇବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/Modi12.jpg)