କେନାଲକୁ ଖସିଲା ବସ୍‌, ୬ ଶ୍ରମିକ ମୃତ

କୋଲକାତା: କେନାଲକୁ ଖସି ପଡିଲା ବସ୍‌। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ। ପୁଲିସ ସୂଚନା ମୁତାବକ, ଉକ୍ତ ବସରେ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣ ଶ୍ରମିକ ଥିଲେ। ଚାଟାର୍ଡ ବସ୍‌ରେ ଏମାନେ ଉତ୍ତର ପ୍ରଦେଶରୁ ଲକ୍ଷ୍ନୌ ଯାଉଥିଲେ। ଏହି  ସମୟରେ ବସ୍‌ଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା। ଘଟଣାସ୍ଥଳରେ ହିଁ ୬ […]

Accident

Madhupriya Mistry
  • Published: Thursday, 23 September 2021
  • , Updated: 23 September 2021, 02:00 PM IST

କୋଲକାତା: କେନାଲକୁ ଖସି ପଡିଲା ବସ୍‌। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ।

ପୁଲିସ ସୂଚନା ମୁତାବକ, ଉକ୍ତ ବସରେ ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣ ଶ୍ରମିକ ଥିଲେ। ଚାଟାର୍ଡ ବସ୍‌ରେ ଏମାନେ ଉତ୍ତର ପ୍ରଦେଶରୁ ଲକ୍ଷ୍ନୌ ଯାଉଥିଲେ। ଏହି  ସମୟରେ ବସ୍‌ଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା। ଘଟଣାସ୍ଥଳରେ ହିଁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ରାୟଗଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗତ ବିଳମ୍ବିତ ରାତିରେ ଓଲ୍ଡ ନ୍ୟାସନାଲ ରୋଡ ଜଙ୍କସନ ରୁପହାର ନିକଟରେ ଏହି ଦୁର୍ଘଟଣା ଘଟିଛି।  ବସ୍‌ରେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ। ବସ୍‌ରେ ପ୍ରାୟ ୧୦୦ ଜଣ ଯାତ୍ରୀ ଥିଲେ। ପରେ ବସ୍‌ ନିୟନ୍ତ୍ରଣ ହରାଇ କେନଲକୁ ଖସି ପଡିଥିଲା। କେନାଳରେ ଥିବା କାଦୁଅରେ ବସ୍‌ଟି ଓଲଟିପଡିଥିଲା । ଖବର ପାଇ ପୁଲିସ ପହଁଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଛି।

Related story